ଅଣ୍ଡର-୧୯ ମହିଳା ଟି୨୦ ବିଶ୍ବ କପ୍ଦ: ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିୟନ

ନୂଆଦିଲ୍ଲୀ: ପ୍ରାୟ ଦୁଇ ସପ୍ତାହର ରୋମାଞ୍ଚକର ମୁକାବିଲା ପରେ ମିଳିଲା ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ବ କପ୍‌ ୨୦୨୫ର ଚାମ୍ପିୟନ। ଦକ୍ଷିଣ ଆଫ୍ରିକାକୁ ହରାଇ ଟାଇଟଲ ଜିତିଲା ଭାରତ । ପୂର୍ବରୁ ୨୦୨୩ରେ ଚାମ୍ପିୟନ ହୋଇଥିବା ଭାରତୀୟ ମହିଳା ଦଳ ଲଗାତାର ଦ୍ବିତୀୟ ଥର ଟାଇଟଲ ହାତେଇଛି । ଟୁର୍ଣ୍ଣାମେଣ୍ଟରେ ନିକୀ ପ୍ରସାଦଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ବେଶ୍‌ ଭଲ ରହିଥିଲା । ବଡ଼ କଥା ହେଲା ଭାରତୀୟ ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚରେ ପରାଜିତ ନହୋଇ ଟାଇଟଲ ହାତେଇଛି। ଏଭଳି ଥିଲା ଫାଇନାଲ ମ୍ୟାଚ୍‌୨୦୨୫ର ଫାଇନାଲ ମ୍ୟାଚ ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ମାଲେସିଆର ରାଜଧାନୀ କୁଆଲାଲାମପୁରର ବେୟୁମାସ ଓବଲ ଷ୍ଟାଡିୟମରେ ଖେଳାଯାଇଥିଲା। ସାଉଥ ଆଫ୍ରିକା ଟିମ୍ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ କିଛି ଖାସ୍‌ ପ୍ରଦର୍ଶନ କରିପାରିନଥିଲା। ଟିମ୍ ୨୦ ଓଭରରେ ୮୨ ରନ୍‌ ହିଁ କରି ଅଲ୍‌ଆଉଟ ହୋଇଯାଇଥିଲା। ସାଉଥ ଆଫ୍ରିକାର ମିକେ ଭେନ ବୂର୍ଷ୍ଟ ସବୁଠୁ ଅଧିକ ୨୩ ରନ୍‌ କରିଥିଲେ। ତାଙ୍କ ପରେ ଜେମ୍ମା ବୋଥା ୧୬ ରନ୍‌ ଏବଂ ଫେ କାଉଲିଙ୍ଗ ୧୫ ରନ୍ କରିଥିଲେ।ଭାରତୀୟ ଦଳର ପ୍ରଦର୍ଶନଅନ୍ୟପଟେ ଭାରତରୁ ସବୁଠୁ ଅଧିକ ଓ୍ବିକେଟ ଙ୍ଗୋଗଡୀ ତ୍ରିଶା ହାସଲ କରିଥିଲେ । ଙ୍ଗୋଗଡୀ ତ୍ରିଶା ୪ ଓଭରରେ କେବଳ ୧୫ ରନ୍‌ ଦେବା ସହ ୩ ଓ୍ବିକେଟ ନେଇଥିଲେ। ତାଙ୍କ ବ୍ୟତୀତ ବୈଷ୍ଣବୀ ଶର୍ମା, ଆୟ

ଅଣ୍ଡର-୧୯ ମହିଳା ଟି୨୦ ବିଶ୍ବ କପ୍ଦ: ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିୟନ

ନୂଆଦିଲ୍ଲୀ: ପ୍ରାୟ ଦୁଇ ସପ୍ତାହର ରୋମାଞ୍ଚକର ମୁକାବିଲା ପରେ ମିଳିଲା ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ବ କପ୍‌ ୨୦୨୫ର ଚାମ୍ପିୟନ। ଦକ୍ଷିଣ ଆଫ୍ରିକାକୁ ହରାଇ ଟାଇଟଲ ଜିତିଲା ଭାରତ । ପୂର୍ବରୁ ୨୦୨୩ରେ ଚାମ୍ପିୟନ ହୋଇଥିବା ଭାରତୀୟ ମହିଳା ଦଳ ଲଗାତାର ଦ୍ବିତୀୟ ଥର ଟାଇଟଲ ହାତେଇଛି । ଟୁର୍ଣ୍ଣାମେଣ୍ଟରେ ନିକୀ ପ୍ରସାଦଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ବେଶ୍‌ ଭଲ ରହିଥିଲା । ବଡ଼ କଥା ହେଲା ଭାରତୀୟ ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚରେ ପରାଜିତ ନହୋଇ ଟାଇଟଲ ହାତେଇଛି। 

ଏଭଳି ଥିଲା ଫାଇନାଲ ମ୍ୟାଚ୍‌

୨୦୨୫ର ଫାଇନାଲ ମ୍ୟାଚ ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ମାଲେସିଆର ରାଜଧାନୀ କୁଆଲାଲାମପୁରର ବେୟୁମାସ ଓବଲ ଷ୍ଟାଡିୟମରେ ଖେଳାଯାଇଥିଲା। ସାଉଥ ଆଫ୍ରିକା ଟିମ୍ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ କିଛି ଖାସ୍‌ ପ୍ରଦର୍ଶନ କରିପାରିନଥିଲା। ଟିମ୍ ୨୦ ଓଭରରେ ୮୨ ରନ୍‌ ହିଁ କରି ଅଲ୍‌ଆଉଟ ହୋଇଯାଇଥିଲା। ସାଉଥ ଆଫ୍ରିକାର ମିକେ ଭେନ ବୂର୍ଷ୍ଟ ସବୁଠୁ ଅଧିକ ୨୩ ରନ୍‌ କରିଥିଲେ। ତାଙ୍କ ପରେ ଜେମ୍ମା ବୋଥା ୧୬ ରନ୍‌ ଏବଂ ଫେ କାଉଲିଙ୍ଗ ୧୫ ରନ୍ କରିଥିଲେ।

ଭାରତୀୟ ଦଳର ପ୍ରଦର୍ଶନ

ଅନ୍ୟପଟେ ଭାରତରୁ ସବୁଠୁ ଅଧିକ ଓ୍ବିକେଟ ଙ୍ଗୋଗଡୀ ତ୍ରିଶା ହାସଲ କରିଥିଲେ । ଙ୍ଗୋଗଡୀ ତ୍ରିଶା ୪ ଓଭରରେ କେବଳ ୧୫ ରନ୍‌ ଦେବା ସହ ୩ ଓ୍ବିକେଟ ନେଇଥିଲେ। ତାଙ୍କ ବ୍ୟତୀତ ବୈଷ୍ଣବୀ ଶର୍ମା, ଆୟୁଷୀ ଶୁକ୍ଳା ଏବଂ ପରୁଣିକା ସିସୋଦିଆ ମଧ୍ୟ ୨-୨ ଓ୍ବିକେଟ ନିଜ ନାଁରେ କରିଥିଲେ। ଶବନମ ଶକିଲ ମଧ୍ୟ ଗୋଟିଏ ଓ୍ବିକେଟ ନେଇଥିଲେ।

ତେବେ ଟିମ୍ ଫାଇନାଲ ମ୍ୟାଚରେ ମିଳିଥିବା ୮୩ ରନ୍‌ର ଟାର୍ଗେଟକୁ ଖୁବ୍‌ ସହଜରେ ପିଛା କରିଥିଲା। ଙ୍ଗୋଗଡୀ ତ୍ରିଶା ଏବଂ କମଳିନୀ ଓପନିଂ କରିଥିଲେ।ଦୁଇ ଖେଳାଳି ପ୍ରଥମ ଓ୍ବିକେଟ ପାଇଁ ୪.୩ ଓଭରରେ ହିଁ ୩୬ ରନ୍‌ କରିଥିଲେ। ଫଳରେ ଭାରତୀୟ ଟିମ୍‌ ଗୋଟିଏ ଓ୍ବିକେଟ ହରାଇ ହିଁ ଟାର୍ଗେଟ ପୂରା କରିଥିଲା। ଆଉ ମୁକାବିଲା ଜିତିଥିଲା।

ଅଣ୍ଡର୧୯ ମହିଳା ଟି୨୦ ଓ୍ବାର୍ଲ୍ଡ କପ୍‌ରେ ଏଭଳି ଥିଲା ପ୍ରଦର୍ଶନ ଭାରତର ପ୍ରଦର୍ଶନ

କହିବାକୁ ଗଲେ ଅଣ୍ଡର୧୯ ମହିଳା ଟି୨୦ ଓ୍ବାର୍ଲ୍ଡ କପ୍ ୨୦୨୫ରେ ଟିମ୍‌ ଇଣ୍ଡିଆ ଏକତରଫା ଖେଳିଛି। କାରଣ ଦଳ ପ୍ରଥମ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍‌କୁ ୯ ଓ୍ବିକେଟରେ ହରାଇ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ଭାରତୀୟ ଟିମ୍ ମାଲେସିଆକୁ ୧୦ ଓ୍ବିକେଟରେ ହରାଇ ଏବଂ ପରେ ଶ୍ରୀଲଙ୍କାକୁ ୬୦ ରନ୍‌ରେ ଧୂଳି ଚଟାଇଥିଲା। ସେହିଭଳି ବାଂଲାଦେଶ ବିରୋଧରେ ୮ ଓ୍ବିକେଟ ଏବଂ ସ୍କଟଲ୍ୟାଣ୍ଡ୍ ବିପକ୍ଷରେ ୧୫୦ ରନ୍‌ରେ ଜିତିଥିଲା। ପରେ ଇଂଲଣ୍ଡକୁ ସେମିଫାଇନାଲରେ ୯ ଓ୍ବିକେଟରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା। ଆଉ ଏବେ ଫାଇନାଲରେ ମଧ୍ୟ ସହଜରେ ବାଜିମାତ କରିଛି।