ଏହି ବଲିଉଡ଼ର ସେଲିବ୍ରିଟିଙ୍କ ପାଖରେ ଅଛି ବିଦେଶୀ ନାଗରିକତା, ଦେଖନ୍ତୁ ଲିଷ୍ଟ...
ନୂଆଦିଲ୍ଲୀ ୧୪।୦୫: ବଲିଉଡରେ ଏପରି ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ଭାରତରେ ଜନ୍ମ ହୋଇ ନାହାଁନ୍ତି । କିନ୍ତୁ ସେମାନେ ବଲିଉଡରେ କରନ୍ତି ରାଜ । ସବୁଠାରୁ ଖାସ୍ କଥା ହେଉଛି ଲିଷ୍ଟରେ ସାମିଲ ଅଛନ୍ତି ଅନେକ ଶ୍ରେଷ୍ଠ ତାରକା...ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଲିଆ ଭଟ୍ଟ । ସେ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଏବଂ ସୋନି ରାଜଦାନଙ୍କ ଝିଅ। ତାଙ୍କ ମାଆ ସୋନି ବ୍ରିଟିଶ ବଂଶୋଦ୍ଭବ ଏବଂ ତାଙ୍କ ପାଖରେ ବ୍ରିଟିଶ ପାସପୋର୍ଟ ଅଛି । ଆଲିଆଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । କିନ୍ତୁ ତାଙ୍କ ମାଆଙ୍କ ଯୋଗୁଁ ତାଙ୍କ ପାଖରେ ବ୍ରିଟିଶ ପାସପୋର୍ଟ ଅଛି।ଆମେରିକୀୟ-କାନାଡିଆନ ଅଭିନେତ୍ରୀ ସନ୍ନି ଲିଓନି । ସେ ଭାରତରେ ଜନ୍ମ ହୋଇଥାଇପାରନ୍ତି । କିନ୍ତୁ ସନ୍ନି ଲିଓନିଙ୍କ ପାଖରେ କାନାଡା ଏବଂ ଆମେରିକାର ଦ୍ୱୈତ ନାଗରିକତା ଏବଂ ପାସପୋର୍ଟ ଅଛି।ବଲିଉଡ୍ କୁଇନ୍ କାଟ୍ରିନା କୈଫ୍ । ତାଙ୍କର ଜନ୍ମ ହଂକଂରେ ହୋଇଥିଲା । ତାଙ୍କା ମାତା ପିତା କାଶ୍ମୀରୀ ଏବଂ ବ୍ରିଟିଶ । ଅଭିନେତ୍ରୀଙ୍କ ମାଆଙ୍କ କାରଣରୁ କ୍ୟାଟଙ୍କ ପାଖରେ ରହିଛି ବ୍ରିଟିଶ ନାଗରିକତା ।ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ବଲିଉଡରେ ଅନେକ ପ୍ରସିଦ୍ଧ ପ୍ରୋଜେକ୍ଟରେ କାମ କରିଛନ୍ତି । ତାଙ୍କ ପାଖରେ ଶ୍ରୀଲଙ୍କାର ପାସପୋର୍ଟ ଅଛି। ଆମିର ଖାନଙ୍କ ଭଣଜା ଏବଂ ଜାନେ ତୁ ୟା ଜାନେ ନା ଅଭିନେତା ଇମ୍ରାନ ଖାନ । ସେ ଭାରତରେ ନୁହେଁ ବରଂ ଆମେ
ନୂଆଦିଲ୍ଲୀ ୧୪।୦୫: ବଲିଉଡରେ ଏପରି ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ଭାରତରେ ଜନ୍ମ ହୋଇ ନାହାଁନ୍ତି । କିନ୍ତୁ ସେମାନେ ବଲିଉଡରେ କରନ୍ତି ରାଜ । ସବୁଠାରୁ ଖାସ୍ କଥା ହେଉଛି ଲିଷ୍ଟରେ ସାମିଲ ଅଛନ୍ତି ଅନେକ ଶ୍ରେଷ୍ଠ ତାରକା...

ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଲିଆ ଭଟ୍ଟ । ସେ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଏବଂ ସୋନି ରାଜଦାନଙ୍କ ଝିଅ। ତାଙ୍କ ମାଆ ସୋନି ବ୍ରିଟିଶ ବଂଶୋଦ୍ଭବ ଏବଂ ତାଙ୍କ ପାଖରେ ବ୍ରିଟିଶ ପାସପୋର୍ଟ ଅଛି । ଆଲିଆଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । କିନ୍ତୁ ତାଙ୍କ ମାଆଙ୍କ ଯୋଗୁଁ ତାଙ୍କ ପାଖରେ ବ୍ରିଟିଶ ପାସପୋର୍ଟ ଅଛି।

ଆମେରିକୀୟ-କାନାଡିଆନ ଅଭିନେତ୍ରୀ ସନ୍ନି ଲିଓନି । ସେ ଭାରତରେ ଜନ୍ମ ହୋଇଥାଇପାରନ୍ତି । କିନ୍ତୁ ସନ୍ନି ଲିଓନିଙ୍କ ପାଖରେ କାନାଡା ଏବଂ ଆମେରିକାର ଦ୍ୱୈତ ନାଗରିକତା ଏବଂ ପାସପୋର୍ଟ ଅଛି।

ବଲିଉଡ୍ କୁଇନ୍ କାଟ୍ରିନା କୈଫ୍ । ତାଙ୍କର ଜନ୍ମ ହଂକଂରେ ହୋଇଥିଲା । ତାଙ୍କା ମାତା ପିତା କାଶ୍ମୀରୀ ଏବଂ ବ୍ରିଟିଶ । ଅଭିନେତ୍ରୀଙ୍କ ମାଆଙ୍କ କାରଣରୁ କ୍ୟାଟଙ୍କ ପାଖରେ ରହିଛି ବ୍ରିଟିଶ ନାଗରିକତା ।

ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ବଲିଉଡରେ ଅନେକ ପ୍ରସିଦ୍ଧ ପ୍ରୋଜେକ୍ଟରେ କାମ କରିଛନ୍ତି । ତାଙ୍କ ପାଖରେ ଶ୍ରୀଲଙ୍କାର ପାସପୋର୍ଟ ଅଛି।

ଆମିର ଖାନଙ୍କ ଭଣଜା ଏବଂ ଜାନେ ତୁ ୟା ଜାନେ ନା ଅଭିନେତା ଇମ୍ରାନ ଖାନ । ସେ ଭାରତରେ ନୁହେଁ ବରଂ ଆମେରିକାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପାଖରେ ଆମେରିକୀୟ ନାଗରିକତା ଅଛି।

ନର୍ଗିସ ଫଖରୀ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି । ଅଭିନେତ୍ରୀ ଆମେରିକାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପାଖରେ ଆମେରିକୀୟ ନାଗରିକତା ଅଛି।

ବଲିଉଡର ଡ୍ୟାନ୍ସିଂ ଡିଭା ନୋରା ଫତେହୀ । ଅଭିନେତ୍ରୀ କାନାଡାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପାଖରେ କାନାଡା ନାଗରିକତା ଅଛି।
କାଲ୍କି କୋଚଲିନ୍ । ନିଜର ଦମ୍ଦାର୍ ଅଭିନୟ ବଳରେ ବଲିଉଡରେ ସୃଷ୍ଟି କରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଅଭିନେତ୍ରୀଙ୍କ ପାଖରେ ରହିଛି ଫରାସୀ ନାଗରିକତା ।

ଲିଷ୍ଟରେ ସାମିଲ ଅଛନ୍ତି ବଲିଉଡର ଟପ୍ ଅଭିନେତ୍ରୀ ଦୀପିକା ପାଦୁକୋନ । ଅଭିନେତ୍ରୀଙ୍କ ଜନ୍ମ ଭାରତରେ ନୁହେଁ, ଡେନମାର୍କରେ ହୋଇଥିଲା । ତେଣୁ ତାଙ୍କ ପାଖରେ ଡେନମାର୍କ ପାସପୋର୍ଟ ଅଛି।