ବିଜେପିର ଦୋମୁହାଁ ନୀତି: ରାଜ୍ୟ ବିଜେପିରେ ସାମିଲହେଲେ ବିଜେଡିରୁ ବିଦା ହୋଇଥିବା ହିଂସା ସୃଷ୍ଟିକାରୀ ବିଧାୟକ
ଭୁବନେଶ୍ବର: ଗୁଣ୍ଡା ନେତା ରାଜ୍ୟ ବିଜେପି ଗେହ୍ଲାପୁଅ। ଲୋକଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ କରିଥିବା ଅପରାଧିକ ଚରିତ୍ରର ନେତାଙ୍କୁ ଦଳକୁ ପାଛୋଟି ନେଲା ଓଡିଶା ବିଜେପି । ଗୁଣ୍ଡାଗର୍ଦ୍ଦି କରି ବିଜେଡିରୁ ବିଦା ହୋଇଥିବା ହିଂସା ସୃଷ୍ଟିକାରୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କୋଳେଇ ନେଇଛି ବିଜେପି । ମାତ୍ର ପ୍ରଶାନ୍ତଙ୍କ ଭଳି ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତିଙ୍କୁ ନେଇ ବିଜେପି ପୁଣିଥରେ ତାର ଦୋମୁହାଁ ନୀତି ଦେଖାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । […]

ଭୁବନେଶ୍ବର: ଗୁଣ୍ଡା ନେତା ରାଜ୍ୟ ବିଜେପି ଗେହ୍ଲାପୁଅ। ଲୋକଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ କରିଥିବା ଅପରାଧିକ ଚରିତ୍ରର ନେତାଙ୍କୁ ଦଳକୁ ପାଛୋଟି ନେଲା ଓଡିଶା ବିଜେପି । ଗୁଣ୍ଡାଗର୍ଦ୍ଦି କରି ବିଜେଡିରୁ ବିଦା ହୋଇଥିବା ହିଂସା ସୃଷ୍ଟିକାରୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କୋଳେଇ ନେଇଛି ବିଜେପି । ମାତ୍ର ପ୍ରଶାନ୍ତଙ୍କ ଭଳି ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତିଙ୍କୁ ନେଇ ବିଜେପି ପୁଣିଥରେ ତାର ଦୋମୁହାଁ ନୀତି ଦେଖାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ଯେଉଁ ପ୍ରଶାନ୍ତ ଜଗଦେବଙ୍କୁ ଆଜି ବିଜେପି ଦଳକୁ ନେଇଛି ସେ ଥରେ ନୁହେଁ ବାରମ୍ବାର ଗୁଣ୍ଡାଗର୍ଦ୍ଦି କରି ସାଧାରଣ ଲୋକଙ୍କ ଜୀବନକୁ ବି ବିପଦରେ ପକାଇଛନ୍ତି ।
୨୦୨୧ ମସିହା ସେପ୍ଟେମ୍ବର ୮ ତାରିଖରେ ହିଂସାର ସବୁ ସୀମା ପାର କରିଦେଇଥିଲେ ପ୍ରଶାନ୍ତ । ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କରିଥିଲେ । ଏହା ସହ ସେଠାରେ ଉପସ୍ଥିତ ଜନତାଙ୍କ ଉପରେ ମଧ୍ୟ ଗାଡ଼ି ଚଢାଇଦେଇଥିଲେ ।
ପ୍ରଶାନ୍ତଙ୍କ ଗୁଣ୍ଡାଗର୍ଦ୍ଦି ଦେଖି ସେଦିନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରିଥିଲେ ନବୀନ । ଜିଲ୍ଲା ଯୋଜନା ବୋର୍ଡରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଥିଲା । କାରଣ ମୁଖ୍ୟମନ୍ତ୍ରୀ କେବେବି ଗୁଣ୍ଡାଗର୍ଦ୍ଦିକୁ ପ୍ରଶୟ ଦିଅନ୍ତି ନାହିଁ । ମାତ୍ର ଆଜି ପ୍ରଶାନ୍ତଙ୍କ ଭଳି ଜଣେ ନେତାଙ୍କୁ ଦଳକୁ ନେଇ ରାଜ୍ୟ ବିଜେପି କି ବାର୍ତ୍ତା ଦେବାକୁ ଚାହୁଁଛି । ପ୍ରଶାନ୍ତଙ୍କୁ ସ୍ବାଗତ କରି ସବୁ ଅପରାଧିକ ବ୍ୟକ୍ତି ରାଜ୍ୟ ବିଜେପିର ଗେହ୍ଲା ପୁଅ ବୋଲି ପୁଣି ଥରେ ପ୍ରମାଣିତ କରିଛି ରାଜ୍ୟ ବିଜେପି । କିଛିଦିନ ତଳେ ଜନବିରୋଧୀ ତଥା ଲୋକଙ୍କ ଟଙ୍କା ଲୁଟିଥିବା ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ଦଳକୁ ନେଇ ସମାନ ପ୍ରମାଣ ଦେଇଥିଲା ବିଜେପି । ଦଳର ଏଭଳି ଆଭିମୁଖ୍ୟକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।