ଅନ୍ତିମ ସଂସ୍କାରକୁ ଯାଇଥିଲେ ଟ୍ରେନ ଡ୍ରାଇଭର, ଠପ୍‌ ହୋଇଗଲା ରେଳସେବା

ମୁମ୍ବାଇ: ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମୋଟରମ୍ୟାନଙ୍କ ଅନ୍ତିମ ସଂସ୍କାର ପାଇଁ ୧୪୭ ଟ୍ରେନ୍‌କୁ ବାତିଲ ହୋଇଯାଇଛି। ଏଥିପାଇଁ ଗତ ଶୁକ୍ରବାର ଭାୟଖଲା ଏବଂ ସ୍ୟାଣ୍ଡହର୍ଷ୍ଟ ରୋଡ୍‌ ଷ୍ଟେସନ ମଧ୍ୟରେ ସେଣ୍ଟ୍ରାଲ ଓ ହାର୍ବର ଲାଇନରେ ଟ୍ରେନ୍‌ ସେବା ନ ମିଳିବା ଯୋଗୁଁ ହଜାର ହଜାର ଲୋକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଟ୍ରେନ୍‌ ପାଇଁ ଯାତ୍ରୀଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ ନିରାଶ ହେବାକୁ ପଡ଼ିଥିଲା। ହଠାତ୍‌ ଏତେ ସଂଖ୍ୟକ ଟ୍ରେନ […]

ଅନ୍ତିମ ସଂସ୍କାରକୁ ଯାଇଥିଲେ ଟ୍ରେନ ଡ୍ରାଇଭର, ଠପ୍‌ ହୋଇଗଲା ରେଳସେବା
Special train between Puri and Patna for Chhath Puja

ମୁମ୍ବାଇ: ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମୋଟରମ୍ୟାନଙ୍କ ଅନ୍ତିମ ସଂସ୍କାର ପାଇଁ ୧୪୭ ଟ୍ରେନ୍‌କୁ ବାତିଲ ହୋଇଯାଇଛି। ଏଥିପାଇଁ ଗତ ଶୁକ୍ରବାର ଭାୟଖଲା ଏବଂ ସ୍ୟାଣ୍ଡହର୍ଷ୍ଟ ରୋଡ୍‌ ଷ୍ଟେସନ ମଧ୍ୟରେ ସେଣ୍ଟ୍ରାଲ ଓ ହାର୍ବର ଲାଇନରେ ଟ୍ରେନ୍‌ ସେବା ନ ମିଳିବା ଯୋଗୁଁ ହଜାର ହଜାର ଲୋକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଟ୍ରେନ୍‌ ପାଇଁ ଯାତ୍ରୀଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ ନିରାଶ ହେବାକୁ ପଡ଼ିଥିଲା। ହଠାତ୍‌ ଏତେ ସଂଖ୍ୟକ ଟ୍ରେନ ବାତିଲ ହୋଇଥିବା ଶୁଣିବା ପରେ ଯାତ୍ରୀ ବିଚଳିତ ହୋଇଯାଇଥିଲେ। ତେବେ କାରଣ ଜାଣିବା ପରେ ମୁଣ୍ଡରେ ହାତ ଦେଇଥିଲେ।

ନିଜ ସହଯୋଗୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଟ୍ରେନ୍‌ ଡ୍ରାଇଭର ଯାଇଥିଲେ। ସେମାନେ ଆସିବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ଟ୍ରେନ୍‌ ବାତିଲ କରାଯାଇଥିଲା। କେନ୍ଦ୍ରୀୟ ରେଳବାଇର ପିଆରଓ ଏକେ ଜୈନ କହିଛନ୍ତି ଯେ ଶୁକ୍ରବାର ଦ୍ବିପହରେ ଟ୍ରେନ୍‌ ସାମ୍ନାକୁ ଆସିଯିବାରୁ ମୋଟରମ୍ୟାନ (ଟ୍ରେନ୍‌ ଡ୍ରାଇଭର) ମୁରଲୀଧର ଶର୍ମାଙ୍କ ମୃତ୍ୟୁ ହୋଇଥିଲା। ପରେ ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ କଲ୍ୟାଣର ମୁକ୍ତିଧାମ ନିଆଯାଇଥିଲା। ଏଥିରେ ଯୋଗଦେବା ପାଇଁ ୧୪ ଜଣ ମୋଟରମ୍ୟାନ ଯାଇଥିଲେ। ସମସ୍ତେ ୫ଟା ପୂର୍ବରୁ ଫେରିବାର ଥିଲା। କିନ୍ତୁ ସେମାନେ ଆସିବାରେ ବିଳମ୍ବ କରିଥିଲେ। ଏଥିଯୋଗୁଁ ୮୮ ଲୋକାଲ ଟ୍ରେନ ସହିତ ମୋଟ ୧୪୭ ଟ୍ରେନକୁ ବାତିଲ କରିବାକୁ ପଡ଼ିଥିଲା। ତେବେ ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା।