ବିମାନବନ୍ଦରରେ ପୂର୍ଣ୍ଣାଙ୍ଗ ରୂପ ନେବ ପାଣିପାଗ ନିରୀକ୍ଷଣ ବ୍ୟବସ୍ଥା, ଦୂରହେବ ଉଡ଼ାଣ ପରିବର୍ତ୍ତନ ସମସ୍ୟା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି ପାଣିପାଗ ନିରୀକ୍ଷ(ୱେଦର୍‌‌ ଅବ୍‌‌ଜର୍‌‌ଭେଟୋରୀ) ବ୍ୟବସ୍ଥା। ନବନିର୍ମିତ ଏଟିସି ଟାୱାରରେ ଏଥିପାଇଁ ପ୍ରସ୍ତୁ୍‌‌ତି ଆରମ୍ଭ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟାୱାରରେ ୱେଦର ଅବଜରଭେଟୋରୀ ସ୍ଥାପନ ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ମାସ ସୁଦ୍ଧା ଏହା ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ସମ୍ପ୍ରତି ଏହିଠାରୁ ଏଟିସି କର୍ମଚାରୀଙ୍କୁ ପାଣିପାଗ ସମ୍ପର୍କିତ ସୂଚନା ପ୍ରଦାନ କରାଯାଉଛି। ଏହାଦ୍ୱାରା ବିମାନ, ହେଲିକପ୍ଟର […]

ବିମାନବନ୍ଦରରେ ପୂର୍ଣ୍ଣାଙ୍ଗ ରୂପ ନେବ ପାଣିପାଗ ନିରୀକ୍ଷଣ ବ୍ୟବସ୍ଥା, ଦୂରହେବ ଉଡ଼ାଣ ପରିବର୍ତ୍ତନ ସମସ୍ୟା
atc

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି ପାଣିପାଗ ନିରୀକ୍ଷ(ୱେଦର୍‌‌ ଅବ୍‌‌ଜର୍‌‌ଭେଟୋରୀ) ବ୍ୟବସ୍ଥା। ନବନିର୍ମିତ ଏଟିସି ଟାୱାରରେ ଏଥିପାଇଁ ପ୍ରସ୍ତୁ୍‌‌ତି ଆରମ୍ଭ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟାୱାରରେ ୱେଦର ଅବଜରଭେଟୋରୀ ସ୍ଥାପନ ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ମାସ ସୁଦ୍ଧା ଏହା ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ସମ୍ପ୍ରତି ଏହିଠାରୁ ଏଟିସି କର୍ମଚାରୀଙ୍କୁ ପାଣିପାଗ ସମ୍ପର୍କିତ ସୂଚନା ପ୍ରଦାନ କରାଯାଉଛି। ଏହାଦ୍ୱାରା ବିମାନ, ହେଲିକପ୍ଟର ଆଦି ଅବତରଣ ପାଇଁ ଆସିବା ପୂର୍ବରୁ ଏଠାକାର ପାଣିପାଗ ସମ୍ପର୍କରେ ସଠିକ୍‌‌ ଆଗୁଆ ସୂଚନା ମିଳିବ। ସେହି ଅନୁସାରେ ବିମାନ ଉଡ଼ାଣ ପରିଚାଳନା କରାଯାଇ ପାରିବ। ଅଯଥାରେ ବିମାନକୁ ଅନ୍ୟ ସହରକୁ ଉଡ଼ାଣ ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ।

ବିମାନର ସୁରକ୍ଷିତ ଉଡ଼ାଣ ପାଇଁ ପାଣିପାଗ ସମ୍ପର୍କିତ ସୂଚନା ହସ୍ତଗତ ହେବା ଜରୁରୀ। ସେଥିପାଇଁ କରେଣ୍ଟ ୱେଦର ଇନଷ୍ଟ୍ରୁମେଣ୍ଟ ସିଷ୍ଟମ୍‌‌ (ସିଡବ୍ଲଆଇଏସ୍‌‌) ନାମକ ୱେଦର ଅଭଜରଭେଟୋରୀ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ପୁରୁଣା ଏଟିସିରେ ଏକ ୱେଦର ଅଭଜରଭେଟୋରୀ ରହିଛି। ତେବେ ଏହା ବହୁତ ପୁରୁଣା ଜ୍ଞାନକୌଶଳ ଆଧାରିତ। ତେଣୁ ନୂଆ କରି ନିର୍ମାଣ ହୋଇଥିବା ଏଟିସି ଟାୱାରରେ ଅତ୍ୟାଧୁନିକ ସରଞ୍ଜାମ ସବୁ ଲାଗିବାର ଥିଲା। ଯୋଜନା ଅନୁସାରେ ଚଳିତ ବର୍ଷ ଜାନୁଆରୀ କିମ୍ବା ଫେବୃଆରୀ ମାସ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇଥା’ନ୍ତା। ତେବେ ସମନ୍ୱୟ ଅଭାବରୁ ଏହି କାମ ବିଳମ୍ବିତ ହୋଇ ଚାଲିଥିଲା। ଫଳରେ ପାଣିପାଗ ବିଜ୍ଞାନ କେନ୍ଦ୍ର କର୍ତ୍ତୃପକ୍ଷ ପ୍ରତି ଅଧ ଘଣ୍ଟାରେ ଥରେ ପାଣିପାଗ ରିପୋର୍ଟ ଏଟିସି ଟାୱାରକୁ ପଠାଉଥିଲେ। କିନ୍ତୁ ଏହି ଅଧଘଣ୍ଟା ଭିତରେ ଯଦି ପାଣିପାଗ ପରିବର୍ତ୍ତନ ହୋଇଥାଏ ଏବଂ ସେହି ସମୟରେ କୌଣସି ବିମାନ ଅବତରଣ କରିବାର ଥାଏ, ତା’ହେଲେ ଉପଯୁକ୍ତ ପାଣିପାଗ ରିପୋର୍ଟ ଅଭାବରେ ବିମାନ ପ୍ରତି ବିପଦ ଦେଖାଦେବାର ଆଶଙ୍କା ରହିଛି। ବିମାନ ଅବରଣ କରିବାର କିଛି ମିନିଟ୍‌‌ ମଧ୍ୟରେ ପାଗ ଖରାପ ହୋଇଯିବାର ସମ୍ଭାବନା ରହିଥାଏ। କିନ୍ତୁ ବିଳମ୍ବରେ ହେଲେ ମଧ୍ୟ ଏହି ସମସ୍ୟା ଦୂର ହୋଇଛି। ସିଡବ୍ଲୁଆଇଏସ୍‌‌ରେ ପାଣିପାଗ ସମ୍ପର୍କିତ ସୂଚନା ମିଳୁଥିବା ବେଳେ ଏହା ସହିତ ସଂଯୋଗ ହେବାକୁ ଥିବା ରନ୍‌‌ୱେ ଭିଜୁଆଲ ରେଞ୍ଜ (ଆରଭିଆର) ଦ୍ୱାରା ଖରାପ ଦୃଶ୍ୟମାନ ସ୍ଥିତିରେ ବିମାନର ସୁରକ୍ଷିତ ଅବତରଣ କରାଯାଇପାରିବ।