ହିଣ୍ଡେନବର୍ଗ ରିପୋର୍ଟ ପରେ ଖସିଲା ପୁଞ୍ଜି ବଜାର; ସେନସେକ୍ସ ୩୦୦ ଅଙ୍କ ହ୍ରାସ
ମୁମ୍ବାଇ: ସର୍ଟ ସେଲର କମ୍ପାନି ହିଣ୍ଡେନବର୍ଗ ନୂଆ ରିପୋର୍ଟ ପରେ ସେୟାର ବଜାରରେ ଝଡ଼ ଦେଖିବାକୁ ମିଳିଛି । ପୁଞ୍ଜି ବଜାର ଖୋଲିବା ମାତ୍ରେ ସେନସେକ୍ସ ୩୦୦ ଅଙ୍କ ହ୍ରାସ ପାଇଛି । ସେହିପରି ନିଫ୍ଟି ୮୫ ପାଏଣ୍ଟ ତଳକୁ ଖସି ଆସିଛି । ହିଣ୍ଡେନବର୍ଗ ଅଭିଯୋଗରେ ବିଶେଷ ଭାବେ ପ୍ରଭାବିତ ହୋଇଛି ଆଦାନୀ ଗ୍ରୁପର ସେୟାର । ସୋମବାର ସକାଳୁ ସେୟାର ବଜାର ଖୋଲିଥିଲା । ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେୟାର ହ୍ରସ ପାଇବାକୁ ଲାଗିଥିଲା । ସକାଳ ୯ଟା ୧୮ ମିନିଟରେ ସେନସେକ୍ସ ୨୯୭ ଅଙ୍କ ବା ୦.୩୭% ତଳକୁ ଖସି ୭୯,୪୧୧ରେ ପହଞ୍ଚିଥିଲା । ସେହିପରି ନିଫ୍ଟି ୮୫ ପଏଣ୍ଟ ହ୍ରାସ ପାଇ ୨୪, ୨୮୨ ଅଙ୍କରେ କାରବାର ଆରମ୍ଭ ହୋଇଥିଲା । ଫଳରେ ନିବେଶକଙ୍କ ପ୍ରାୟ 53 ହଜାର କୋଟି ଟଙ୍କା କ୍ଷତି ହୋଇଛି । ଆଦାନୀ ଗ୍ରୁପର 10ଟି ସେୟାର ହ୍ରାସ ପାଇଛି । ଆମେରିକା ସର୍ଟ ସେଲର କମ୍ପାନି ହିଣ୍ଡେନବର୍ଗ ରିସର୍ଚ୍ଚରେ ‘ସେବି’ ଅଧ୍ୟକ୍ଷ ମାଧବୀ ପୁରୀ ବୁଟ୍ ଏବଂ ତାଙ୍କ ସ୍ବାମୀ ଧବଳ ବୁଚ୍ ଅଫଶୋର ଫଣ୍ଡରେ ନିବେଶ କରିଥିବା ନେଇ ଅଭିଯୋଗ ହୋଇଛି । ଆଦାନୀ ଗ୍ରୁପ ସମୂହର ସେୟେରର ଦ୍ରୁତ ବୃଦ୍ଧି ପାଇଁ ଏଥିରେ ନିବେଶ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ମାତ୍ର ବୁଚ୍ ଦମ୍ପତ୍ତି ଏହାକୁ ଖଣ୍ଡନ କରିବା ସହିତ ଏହା ଏକ ମନଗଢ଼ା କାହାଣୀ ବୋଲି କହିଥିଲେ । ସର୍ଟ ସେଲର କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଜାଣିଶୁଣି ବଦନାମ୍ କରିବାକୁ ଚେଷ୍ଟ
ମୁମ୍ବାଇ: ସର୍ଟ ସେଲର କମ୍ପାନି ହିଣ୍ଡେନବର୍ଗ ନୂଆ ରିପୋର୍ଟ ପରେ ସେୟାର ବଜାରରେ ଝଡ଼ ଦେଖିବାକୁ ମିଳିଛି । ପୁଞ୍ଜି ବଜାର ଖୋଲିବା ମାତ୍ରେ ସେନସେକ୍ସ ୩୦୦ ଅଙ୍କ ହ୍ରାସ ପାଇଛି । ସେହିପରି ନିଫ୍ଟି ୮୫ ପାଏଣ୍ଟ ତଳକୁ ଖସି ଆସିଛି । ହିଣ୍ଡେନବର୍ଗ ଅଭିଯୋଗରେ ବିଶେଷ ଭାବେ ପ୍ରଭାବିତ ହୋଇଛି ଆଦାନୀ ଗ୍ରୁପର ସେୟାର ।
ସୋମବାର ସକାଳୁ ସେୟାର ବଜାର ଖୋଲିଥିଲା । ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେୟାର ହ୍ରସ ପାଇବାକୁ ଲାଗିଥିଲା । ସକାଳ ୯ଟା ୧୮ ମିନିଟରେ ସେନସେକ୍ସ ୨୯୭ ଅଙ୍କ ବା ୦.୩୭% ତଳକୁ ଖସି ୭୯,୪୧୧ରେ ପହଞ୍ଚିଥିଲା । ସେହିପରି ନିଫ୍ଟି ୮୫ ପଏଣ୍ଟ ହ୍ରାସ ପାଇ ୨୪, ୨୮୨ ଅଙ୍କରେ କାରବାର ଆରମ୍ଭ ହୋଇଥିଲା । ଫଳରେ ନିବେଶକଙ୍କ ପ୍ରାୟ 53 ହଜାର କୋଟି ଟଙ୍କା କ୍ଷତି ହୋଇଛି । ଆଦାନୀ ଗ୍ରୁପର 10ଟି ସେୟାର ହ୍ରାସ ପାଇଛି ।
ଆମେରିକା ସର୍ଟ ସେଲର କମ୍ପାନି ହିଣ୍ଡେନବର୍ଗ ରିସର୍ଚ୍ଚରେ ‘ସେବି’ ଅଧ୍ୟକ୍ଷ ମାଧବୀ ପୁରୀ ବୁଟ୍ ଏବଂ ତାଙ୍କ ସ୍ବାମୀ ଧବଳ ବୁଚ୍ ଅଫଶୋର ଫଣ୍ଡରେ ନିବେଶ କରିଥିବା ନେଇ ଅଭିଯୋଗ ହୋଇଛି । ଆଦାନୀ ଗ୍ରୁପ ସମୂହର ସେୟେରର ଦ୍ରୁତ ବୃଦ୍ଧି ପାଇଁ ଏଥିରେ ନିବେଶ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ମାତ୍ର ବୁଚ୍ ଦମ୍ପତ୍ତି ଏହାକୁ ଖଣ୍ଡନ କରିବା ସହିତ ଏହା ଏକ ମନଗଢ଼ା କାହାଣୀ ବୋଲି କହିଥିଲେ । ସର୍ଟ ସେଲର କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଜାଣିଶୁଣି ବଦନାମ୍ କରିବାକୁ ଚେଷ୍ଟା କରାଯାଉଛି । ନିୟମ ଅନୁସାରେ ସମସ୍ତ ନିବେଶର ଖୁଲାସା କରାଯାଇଛି ବୋଲି ମାଧବୀ ବୁଚ୍ କହିଛନ୍ତି ।
ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଏଣ୍ଟରପ୍ରାଇଜେସ ଏବଂ ଆଦାନୀ ପୋର୍ଟ୍ସର ସେୟାର ସୋମବାର କାରବାର ଆରମ୍ଭରୁ ୭ ପ୍ରତିଶତ ହ୍ରାସ ପାଇଛି । ଏନଟିପିସି, ପାଓ୍ବାର ଗ୍ରୀଡ୍ ଏବଂ ଟାଟା ଷ୍ଟିଲର ସେୟାର ମଧ୍ୟ ରେଡ୍ ସୂଚକାଙ୍କରୁ ଖୋଲିଥିଲା । ମାତ୍ର ଗ୍ରାସିମ୍, ଓଏନଜିସି, ଏସିୟାନ ପେଣ୍ଟ୍ସ, ବ୍ରିଟାନିୟା ଏବଂ ଏଚଡିଏସଫି ବ୍ୟାଙ୍କର ସେୟାର ସବୁଜ ସୂଚତଙ୍କାରୁ କାବାର ଆରମ୍ଭ କରିଥିଲା ।...