ଆର.ଜି.କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ, ସିବିଆଇକୁ ଅନୁମତି ଦେଲେ କୋର୍ଟ

କୋଲକାତା : ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଆର.ଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଛି। ଏଡି ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାର ଏବଂ ପୁଲିସକୁ ଭତ୍ସନା କରିବା ସହ ମାମଲାରେ ଗୁରୁତର ଅବହେଳା କରାଯାଇଛି ବୋଲି କହିଛନ୍ତି। ଏଥି ସହିତ ସିବିଆଇ ବର୍ତ୍ତମାନ ଘଟଣା ତଦନ୍ତ କରୁଥିବା ବେଳେ ଆଗାମୀ ସେପ୍ଟେମ୍ବର ୫ରେ ଏହି ଘଟଣାର ପରବର୍ତ୍ତି […]

ଆର.ଜି.କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ, ସିବିଆଇକୁ ଅନୁମତି ଦେଲେ କୋର୍ଟ
Former Principal of RG Kar Medical College will undergo polygraph test, court gives permission to CBI

କୋଲକାତା : ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଆର.ଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଛି। ଏଡି ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାର ଏବଂ ପୁଲିସକୁ ଭତ୍ସନା କରିବା ସହ ମାମଲାରେ ଗୁରୁତର ଅବହେଳା କରାଯାଇଛି ବୋଲି କହିଛନ୍ତି। ଏଥି ସହିତ ସିବିଆଇ ବର୍ତ୍ତମାନ ଘଟଣା ତଦନ୍ତ କରୁଥିବା ବେଳେ ଆଗାମୀ ସେପ୍ଟେମ୍ବର ୫ରେ ଏହି ଘଟଣାର ପରବର୍ତ୍ତି ଶୁଣାଣି କରିବାକୁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।

ତେବେ ଆର.ଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସନ୍ଦେହ ଘେରରେ ଥିବା ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କ ଅଡ଼ୁଆ ବଢ଼ିଛି। ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ତାଙ୍କର ମିଛ ଧରା ପରୀକ୍ଷା କରିବ। ଏନେଇ କୋଲକାତାର ଏକ ସ୍ୱତନ୍ତ୍ର କୋର୍ଟ ଅନୁମତି ଦେଇଛି।

ଗୁରୁବାର ଦିନ ସିବିଆଇ କୋଲକାତାର ଆରଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତର ବଳାତ୍କାର-ହତ୍ୟା ମାମଲାରେ ପୂର୍ବତନ କଲେଜ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ସ୍ଥାନୀୟ କୋର୍ଟରେ ଉପସ୍ଥାପନ କରିଥିଲା। ଏଠାରେ ସିବିଆଇ ଘୋଷ ବ୍ୟତୀତ ଅନ୍ୟ କିଛି ଲୋକଙ୍କ ପଲିଗ୍ରାଫ୍ ପରୀକ୍ଷା କରିବାକୁ ଦାବି କରିଥିଲା। କୋର୍ଟ ଏହି ଦାବିକୁ ଗ୍ରହଣ କରି ପରୀକ୍ଷାକୁ ଅନୁମତି ଦେଇଛନ୍ତି। ସିବିଆଇ ସୂତ୍ରରୁ ପ୍ରକାଶ ଯେ ଡାକ୍ତର ଘୋଷଙ୍କ ବ୍ୟତୀତ ଅନ୍ୟ ଚାରିଜଣ ଡାକ୍ତରଙ୍କ ପଲିଗ୍ରାଫ୍ ପରୀକ୍ଷାକୁ ମଧ୍ୟ ଅନୁମୋଦନ କରାଯାଇଛି।  ଅଧିକାରୀ କହିଛନ୍ତି ଯେ ଘଟଣା ଦିନ ଡ୍ୟୁଟିରେ ଥିବା ସନ୍ଦୀପ ଘୋଷ ଏବଂ ଅନ୍ୟ ଚାରିଜଣ ଡାକ୍ତର ରହିଛନ୍ତି।

ଘଟଣା ଦିନ ପୀଡ଼ିତାଙ୍କ ସହ ଏହି ୪ ଡାକ୍ତର ଥିଲେ ଓ ଏକାଠି ସମସ୍ତେ ଡିନର ମଧ୍ୟ କରିଥିଲେ। ତେଣୁ ସିବିଆଇ ସେମାନଙ୍କୁ ସନ୍ଦୀପ ଘୋଷଙ୍କ ଭଳି ଘନଘନ ଜେରା କରିଛି। ଏଥିସହ ସମସ୍ତଙ୍କର ମିଛ ଧରା ପରୀକ୍ଷା ପାଇଁ କୋର୍ଟଙ୍କ ଅନୁମତି ପାଇଛି। ଜେରା ସମୟରେ ଏମାନେ ଦେଇଥିବା ତଥ୍ୟରେ କେତେ ସତ୍ୟତା ରହିଛି, ତା’କୁ ନିଶ୍ଚିତ କରିବା ପାଇଁ ସିବିଆଇ ପଲିଗ୍ରାଫ୍‌ ଟେଷ୍ଟ କରିବାକୁ ଯାଉଛି।