ଅଟୋ ପଛକୁ ପିଟିଲା ଟ୍ରକ: ଚାଲିଗଲା ୮ ବର୍ଷ ବାଳକଙ୍କ ଜୀବନ, ୨ଗରୁତର
ଖୁଣ୍ଟୁଣୀ,୬।୬(ସଚିଦାନନ୍ଦ ପଣ୍ଡା): ୫୫ ନମ୍ବର ଜାତୀୟ ରାଜପଥର ଖୁଣ୍ଟୁଣୀ ଥାନା ନିକଟ ରାଧାଦାମୋଦରପୁର ଛକରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଟୋ ପଛକୁ ଟ୍ରକ ଧକା ଦେବାରୁ ଘଟଣାସ୍ଥଳରେ ଜଣେ ୮ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରାଧାଦାମୋଦରପୁର ଗ୍ରାମର ସଞ୍ଜୟ ପରିଡାଙ୍କ ଏକମାତ୍ର ପୁଅ ଋଷି ପରିଡା। ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଗୁରୁତରଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇ ଟ୍ରକ ଫେରାର […] The post ଅଟୋ ପଛକୁ ପିଟିଲା ଟ୍ରକ: ଚାଲିଗଲା ୮ ବର୍ଷ ବାଳକଙ୍କ ଜୀବନ, ୨ଗରୁତର appeared first on Dharitri Odia News.
ଖୁଣ୍ଟୁଣୀ,୬।୬(ସଚିଦାନନ୍ଦ ପଣ୍ଡା): ୫୫ ନମ୍ବର ଜାତୀୟ ରାଜପଥର ଖୁଣ୍ଟୁଣୀ ଥାନା ନିକଟ ରାଧାଦାମୋଦରପୁର ଛକରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଟୋ ପଛକୁ ଟ୍ରକ ଧକା ଦେବାରୁ ଘଟଣାସ୍ଥଳରେ ଜଣେ ୮ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରାଧାଦାମୋଦରପୁର ଗ୍ରାମର ସଞ୍ଜୟ ପରିଡାଙ୍କ ଏକମାତ୍ର ପୁଅ ଋଷି ପରିଡା।
ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଗୁରୁତରଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇ ଟ୍ରକ ଫେରାର ହୋଇଯାଇଛି। ଅନ୍ୟପକ୍ଷେ ସର୍ଭିସ ରାସ୍ତା ଦାବି କରି ଉତ୍ତ୍ୟକ୍ତ ଗ୍ରାମବାସୀ ୫୫ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଖୁଣ୍ଟୁଣୀ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ରାସ୍ତା ଅବରୋଧ ହଟି ନ ଥିବା ପୋଲିସ କହିଛି ।
The post ଅଟୋ ପଛକୁ ପିଟିଲା ଟ୍ରକ: ଚାଲିଗଲା ୮ ବର୍ଷ ବାଳକଙ୍କ ଜୀବନ, ୨ଗରୁତର appeared first on Dharitri Odia News.