ବିବାହ ଦିନ ଗିରଫ, ହାଜତରେ ଆଦିବାସୀ ଯୁବକଙ୍କ ମୃତ୍ୟୁ
ଭୋପାଳ,୧୭ା୭: ମଧ୍ୟପ୍ରଦେଶର ଗୁନା ଜିଲାରେ ପାରଧି ଜନଜାତିର ଜଣେ ୨୫ ବର୍ଷୀୟ ଯୁବକଙ୍କର ପୋଲିସ ହାଜତରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ଯୁବକଙ୍କ ପରିବାରକୁ ନ୍ୟାୟ ଦାବିରେ ବିକ୍ଷୋଭ ଜୋର୍ଦାର ହୋଇଛି। ମୃତକ ଦେବ ପରଧିଙ୍କ ସମ୍ପର୍କୀୟମାନେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉଥିଲେ। ମହିଳାମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପଶି ବିବସ୍ତ୍ର ପ୍ରତିବାଦ ଜଣାଇଥିଲେ। ପୋଲିସ ସେମାନଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାର କରିବାକୁ ଉଦ୍ୟମ କଲାବେଳେ ସେମାନଙ୍କ ସହ ସଂଘର୍ଷ ଘଟିଥିଲା। […] The post ବିବାହ ଦିନ ଗିରଫ, ହାଜତରେ ଆଦିବାସୀ ଯୁବକଙ୍କ ମୃତ୍ୟୁ appeared first on Dharitri Odia News.
ଭୋପାଳ,୧୭ା୭: ମଧ୍ୟପ୍ରଦେଶର ଗୁନା ଜିଲାରେ ପାରଧି ଜନଜାତିର ଜଣେ ୨୫ ବର୍ଷୀୟ ଯୁବକଙ୍କର ପୋଲିସ ହାଜତରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ଯୁବକଙ୍କ ପରିବାରକୁ ନ୍ୟାୟ ଦାବିରେ ବିକ୍ଷୋଭ ଜୋର୍ଦାର ହୋଇଛି। ମୃତକ ଦେବ ପରଧିଙ୍କ ସମ୍ପର୍କୀୟମାନେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉଥିଲେ। ମହିଳାମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପଶି ବିବସ୍ତ୍ର ପ୍ରତିବାଦ ଜଣାଇଥିଲେ। ପୋଲିସ ସେମାନଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାର କରିବାକୁ ଉଦ୍ୟମ କଲାବେଳେ ସେମାନଙ୍କ ସହ ସଂଘର୍ଷ ଘଟିଥିଲା। ଠେଲାପେଲାରେ କେତେଜଣ ମହିଳାଙ୍କ ଚୁଡ଼ି ଭାଙ୍ଗିଥିବାବେଳେ ଜଣେ ମହିଳାଙ୍କ ମୁଣ୍ଡ ଫାଟିଥିଲା। ହାଜତରେ ଦେବଙ୍କ ମୃତ୍ୟୁକୁ ପୋଲିସ ହୃଦ୍ଘାତର ରୂପ ଦେଉଥିବାବେଳେ ପୋଲିସ ତାଙ୍କୁ ପିଟି ମାରିଦେଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଜଣେ ଯୁବକଙ୍କର କିପରି ହୃଦ୍ଘାତରେ ମୃତ୍ୟୁ ହେଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଯୁବକଙ୍କ ଦାଦା ଗଙ୍ଗାରାମ ମଧ୍ୟ ପୋଲିସ ମାଡ଼ରେ ଆହତ ହୋଇ ଜିଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଖବର ଅନୁଯାୟୀ, ରବିବାର ଅପରାହ୍ନରେ ଦେବ ବରବେଶରେ ଶୋଭାଯାତ୍ରାରେ ବାହାରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏକ ପୁରୁଣା ଚୋରି ମାମଲାରେ ତାଙ୍କ ସମେତ ଗାଙ୍ଗୁରାମଙ୍କୁ ପୋଲିସ ଉଠାଇନେଇଥିଲା। ସେହି ରାତିରେ ହାଜତରେ ଦେବଙ୍କ ମୃତ୍ୟୁ ଘଟିଥିଲା। ଆହୁରି ଦୁଃଖଦ ଘଟଣା ହେଲା ଦେବଙ୍କ ମୃତ୍ୟୁ ଖବର ଜାଣିବା ପରେ ତାଙ୍କୁ ବିବାହ କରିବାକୁ ଥିବା କନ୍ୟା ଏବଂ ଦେବଙ୍କ ଖୁଡ଼ୀ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଥାନା ହାଜତରେ ଦେବ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିଥିଲେ। ତାଙ୍କୁ ଜିଲା ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ବଞ୍ଚାଇ ପାରି ନ ଥିଲେ ବୋଲି ପୋଲିସ କହିଛି। ଦେବଙ୍କ ନାଁରେ ବିଭିନ୍ନ ଥାନାରେ ୭ ଆପରାଧିକ ମାମଲା ରହିଥିବା ଏଏସ୍ପି ମାନସିଂ ଠାକୁର କହିଛନ୍ତି। ଭୋପାଳରେ ଶିବଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପରିବାର ପକ୍ଷରୁ ଦାବି ହୋଇଥିବାବେଳେ ଘଟଣାର ମାଜଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
The post ବିବାହ ଦିନ ଗିରଫ, ହାଜତରେ ଆଦିବାସୀ ଯୁବକଙ୍କ ମୃତ୍ୟୁ appeared first on Dharitri Odia News.