ମାଗଣାରେ କରିପାରିବେନି Googleରେ ସର୍ଚ୍ଚ ? ଦେବାକୁ ପଡ଼ିବ ଟଙ୍କା, କମ୍ପାନି କରୁଛି ପ୍ରସ୍ତୁତି !
ନୂଆଦିଲ୍ଲୀ:ଛୋଟିଆରୁ ଛୋଟିଆ ବିଷୟରେ ଜାଣିବା ପାଇଁ ଗୁଗଲ ସର୍ଚ୍ଚକୁ ବ୍ୟବହାର କରାଯାଇଥାଏ । ବର୍ତ୍ତମାନ ସମୟରେ ଏହି ସୁବିଧାକୁ ଗୁଗଲ ଦ୍ୱାରା ଦେୟମୁକ୍ତରେ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯାଉଛି । କିନ୍ତୁ ଏଣିକି ଆଉ ମାଗଣାରେ ଗୁଗଲରେ ସର୍ଚ୍ଚ କରିପାରିବେ ନାହିଁ ! ଗୁଗଲ ସର୍ଚ୍ଚ ପାଇଁ ୟୁଜର୍ସଙ୍କୁ ଟଙ୍କା ଦେବାକୁ ପଡ଼ିପାରେ । ଖବର ଅନୁସାରେ ଗୁଗଲ୍ ନିଜ ୟୁଜର୍ସଙ୍କ ପାଇଁ ଜେନରେଟିଭ ଆର୍ଟିଫିସିୟଲ ଇଣ୍ଟେଲିଜେନ୍ସି (ଏଆଇ) ସହ ପ୍ରିମିୟମ ଫିଚର୍ସ ଦେବା ପାଇଁ ଯୋଜନା କରୁଛି ।ଏକ ରିପୋର୍ଟରେ କୁହାଯାଇଛି ଯେ ଗୁଗଲ ନିଜ ୟୁଜର୍ସଙ୍କ ସହ ଏକ୍ସପିରିୟନ୍ସକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଫିଚର୍ସକୁ ଏକ୍ସପ୍ଲୋର କରିବାକୁ ଯାଉଛି । କମ୍ପାନି ଏଆଇ ପାୱର୍ଡ ଫିଚର୍ସ ୟୁଜରଙ୍କ ପାଇଁ ଆରମ୍ଭ କରିପାରେ । ଯେଉଁ ନୂତନ ପ୍ରିମିୟମ ଫିଚର୍ସ ଯୋଡା ଯିବ ସେଥିପାଇଁ ୟୁଜରଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।ତେବେ ବର୍ତ୍ତମାନ ସୁଦ୍ଧା Search Generative Experience ବିଷୟରେ ଅଧିକ ସୂଚନା ସାମନାକୁ ଆସି ନାହିଁ । ଏହି ସେବାର ଆରମ୍ଭକୁ ନେଇ ମଧ୍ୟ ବର୍ତ୍ତମାନ କିଛି ସ୍ପଷ୍ଟ କୁହାଯାଇ ପାରିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଗୁଗଲ ନିକଟରେ ପୂର୍ବରୁ Gemini AI ଅଛି । କୁହାଯାଉଛି ଯେ ଗୁଗଲର ପାରମ୍ପାରିକ ସର୍ଚ୍ଚ ଇଞ୍ଜିନ ଫ୍ରିରେ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ, କିନ୍ତୁ ସର୍ଚ୍ଚ ସମୟରେ ଅଧିକ ବିଜ୍ଞାପନ ଦେଖିବାକୁ ପଡ଼ିବ ।
ନୂଆଦିଲ୍ଲୀ:ଛୋଟିଆରୁ ଛୋଟିଆ ବିଷୟରେ ଜାଣିବା ପାଇଁ ଗୁଗଲ ସର୍ଚ୍ଚକୁ ବ୍ୟବହାର କରାଯାଇଥାଏ । ବର୍ତ୍ତମାନ ସମୟରେ ଏହି ସୁବିଧାକୁ ଗୁଗଲ ଦ୍ୱାରା ଦେୟମୁକ୍ତରେ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯାଉଛି । କିନ୍ତୁ ଏଣିକି ଆଉ ମାଗଣାରେ ଗୁଗଲରେ ସର୍ଚ୍ଚ କରିପାରିବେ ନାହିଁ ! ଗୁଗଲ ସର୍ଚ୍ଚ ପାଇଁ ୟୁଜର୍ସଙ୍କୁ ଟଙ୍କା ଦେବାକୁ ପଡ଼ିପାରେ । ଖବର ଅନୁସାରେ ଗୁଗଲ୍ ନିଜ ୟୁଜର୍ସଙ୍କ ପାଇଁ ଜେନରେଟିଭ ଆର୍ଟିଫିସିୟଲ ଇଣ୍ଟେଲିଜେନ୍ସି (ଏଆଇ) ସହ ପ୍ରିମିୟମ ଫିଚର୍ସ ଦେବା ପାଇଁ ଯୋଜନା କରୁଛି ।
ଏକ ରିପୋର୍ଟରେ କୁହାଯାଇଛି ଯେ ଗୁଗଲ ନିଜ ୟୁଜର୍ସଙ୍କ ସହ ଏକ୍ସପିରିୟନ୍ସକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଫିଚର୍ସକୁ ଏକ୍ସପ୍ଲୋର କରିବାକୁ ଯାଉଛି । କମ୍ପାନି ଏଆଇ ପାୱର୍ଡ ଫିଚର୍ସ ୟୁଜରଙ୍କ ପାଇଁ ଆରମ୍ଭ କରିପାରେ । ଯେଉଁ ନୂତନ ପ୍ରିମିୟମ ଫିଚର୍ସ ଯୋଡା ଯିବ ସେଥିପାଇଁ ୟୁଜରଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
ତେବେ ବର୍ତ୍ତମାନ ସୁଦ୍ଧା Search Generative Experience ବିଷୟରେ ଅଧିକ ସୂଚନା ସାମନାକୁ ଆସି ନାହିଁ । ଏହି ସେବାର ଆରମ୍ଭକୁ ନେଇ ମଧ୍ୟ ବର୍ତ୍ତମାନ କିଛି ସ୍ପଷ୍ଟ କୁହାଯାଇ ପାରିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଗୁଗଲ ନିକଟରେ ପୂର୍ବରୁ Gemini AI ଅଛି । କୁହାଯାଉଛି ଯେ ଗୁଗଲର ପାରମ୍ପାରିକ ସର୍ଚ୍ଚ ଇଞ୍ଜିନ ଫ୍ରିରେ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ, କିନ୍ତୁ ସର୍ଚ୍ଚ ସମୟରେ ଅଧିକ ବିଜ୍ଞାପନ ଦେଖିବାକୁ ପଡ଼ିବ ।