ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲ, କାମ ଦିଅ
କାଳିଆପାଣି, ୩୦ା୭ (ଅସିତ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଶ୍ରମିକଙ୍କ ରୋଷର ଏବେ ଶିକାର ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଏଥିସହିତ ତାଙ୍କ ଦ୍ୱାରା ନିୟନ୍ତ୍ରିତ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘ ଅଡ଼ୁଆରେ ପଡ଼ିଛି। ୨୦୨୪ ନିର୍ବାଚନ ବେଳେ ବିଜେଡିର ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରୀତିରଞ୍ଜନଙ୍କୁ ଜିତାଇଲେ ଚାକିରି କରାଇ ଦେବାକୁ ଶ୍ରମିକ ସଂଘ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲା। ହେଲେ ଭାଜପାର ପ୍ରଦୀପ ବଳସାମନ୍ତ ବିଧାୟକ ହେବା ପରେ ବିଜେଡିକୁ ସମର୍ଥନ […] The post ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲ, କାମ ଦିଅ appeared first on Dharitri Odia News.
କାଳିଆପାଣି, ୩୦ା୭ (ଅସିତ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଶ୍ରମିକଙ୍କ ରୋଷର ଏବେ ଶିକାର ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଏଥିସହିତ ତାଙ୍କ ଦ୍ୱାରା ନିୟନ୍ତ୍ରିତ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘ ଅଡ଼ୁଆରେ ପଡ଼ିଛି। ୨୦୨୪ ନିର୍ବାଚନ ବେଳେ ବିଜେଡିର ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରୀତିରଞ୍ଜନଙ୍କୁ ଜିତାଇଲେ ଚାକିରି କରାଇ ଦେବାକୁ ଶ୍ରମିକ ସଂଘ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲା। ହେଲେ ଭାଜପାର ପ୍ରଦୀପ ବଳସାମନ୍ତ ବିଧାୟକ ହେବା ପରେ ବିଜେଡିକୁ ସମର୍ଥନ ଦେଇଆସୁଥିବା ଶ୍ରମିକମାନେ ଖଣି ଅଞ୍ଚଳରେ କାମ ପାଇବା କଷ୍ଟକର ହେଉଛି। ଏଭଳି ସ୍ଥଳେ ସେମାନେ ଉକ୍ତ ଶ୍ରମିକ ସଂଘ ନିକଟରେ ଦାବି କରି କହୁଛନ୍ତି ‘ପ୍ରତିଶ୍ରୁତି ଦେଇଥିଲ, ଏବେ କାମ ଦିଅ’। ପ୍ରୀତିରଞ୍ଜନ ନିର୍ବାଚନରେ ପରାସ୍ତ ହୋଇଥିଲେ ମଧ୍ୟ ନିଜର ଜନ ସମର୍ଥନ ବଜାୟ ରଖିବା ଲାଗି ପ୍ରୟାସ କରୁଛନ୍ତି। ହେଲେ କାମ ନ ପାଇବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳୁଛି।
ଶ୍ରମିକଙ୍କ ବାରମ୍ବାର ଦାବିକୁ ସାମ୍ନା କରିବାରେ ଅକ୍ଷମ ଥିବା ଶ୍ରମିକ ସଂଘ ଅନନ୍ୟୋପାୟ ହୋଇ ସୋମବାର କେତେଜଣ ଶ୍ରମିକଙ୍କୁ ଧରି ଲୋଡିଂ ଠିକାଦାରଙ୍କ ଟାଟା ବଜାରସ୍ଥିତ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସଂଘର ନୂତନ ସମ୍ପାଦକ ଭରତ ମହାନ୍ତଙ୍କ ସହ ଭଗବତୀ ମହାନ୍ତ, ପ୍ରଭାତ ପ୍ରଧାନ ଓ କିଛି ଛାମୁଆ ବିଜେଡି କର୍ମୀ ଶ୍ରମିକଙ୍କୁ କାମ ଦେବା ନେଇ ଠିକାଦାର ପ୍ରାଣକୃଷ୍ଣ ମହାନ୍ତଙ୍କ ନିକଟରେ ଦାବି ଜଣାଇଛନ୍ତି। ତେବେ ଦାବି କରିଥିବା ଶ୍ରମିକମାନେ କେବେ ଲୋଡିଂ କାମ କରି ନ ଥିବା କିମ୍ବା ସେମାନେ ତାଙ୍କଠାରେ ରେଜିଷ୍ଟ୍ରୀଭୁକ୍ତ ନୁହନ୍ତି ବୋଲି ପ୍ରାଣକୃଷ୍ଣ କହିିଛନ୍ତି।
ଶ୍ରମିକଙ୍କ ଦାବିକୁ ନେଇ ଉପୁଜିଥିବା ଅସ୍ବାଭାବିକ ସ୍ଥିତି ବିଷୟରେ ଜାଣିବା ପାଇଁ ପ୍ରୀତିରଞ୍ଜନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। ଅନ୍ୟପକ୍ଷରେ ଭାଜପା ୩୭ ନମ୍ବର ଜୋନ୍ ପ୍ରଭାରୀ ସତ୍ୟଜିତ ଦାସ କହିଛନ୍ତି, ପ୍ରତିଥର ନିର୍ବାଚନରେ ଖଣିରେ ନିଯୁକ୍ତି ଭେଳିକି ଦେଖାଇ ଲୋକଙ୍କ ଭୋଟ ହାତଉଥିବା ବିଜେଡି ଛାମୁଆ ଶ୍ରମିକ ସଂଘର ନେତା ନିର୍ବାଚନରେ ହାରିବା ପରେ ଶ୍ରମିକଙ୍କୁ ଉତ୍ତର ଦେବାରେ ବିଫଳ ହୋଇଛନ୍ତିି। ଶ୍ରମିକ ସଂଘ ସଭାପତି ପ୍ରୀତିରଞ୍ଜନ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଦେଖାଇହେବା ପାଇଁ ବର୍ତ୍ତମାନ ଏଭଳି ଭେଳିକି କରିଛନ୍ତି ବୋଲି ଦାସ ପ୍ରକାଶ କରିଛନ୍ତି।
The post ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲ, କାମ ଦିଅ appeared first on Dharitri Odia News.