ଧାନ କିଣାକୁ ନେଇ ଅଭିନୟ କରାଯାଉଛି: କୃଷକ କଲ୍ୟାଣ ମଞ୍ଚ

କୁନ୍ଦୁରା,୨୧ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ରେ ଚଳିତ ଖରିଫ ଋତୁରେ ଧାନମଣ୍ଡି ବିଭିନ୍ନ ସ୍ଥାନରେ ଶୁଭାରମ୍ଭ ହୋଇଥିବା ବେଳେ ମିଲର୍ସଙ୍କ ଦ୍ୱାରା ଧାନ ଉଠାଯାଉ ନ ଥିବାରୁ ବ୍ଲକ୍‌ ଆଗରେ ଚାଷୀ ଧାରଣା ଦେଇଛନ୍ତି। ଡିଏଲପିସି ବୈଠକର ଘୋଷଣା ମୁତାବକ ଡିସେମ୍ବର ୧୧ରେ ଖରିଫ ଧାନମଣ୍ଡିର ଶୁଭାରମ୍ଭ କରାଯାଇଥିଲା। କିନ୍ତୁ ଚାଷୀଙ୍କ ଧାନ ଜିଲା ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁ ଏକ ସପ୍ତାହ ବିତି ଯାଇଥିଲେ ସୁଦ୍ଧା କ୍ରୟ ହୋଇ ପାରୁ ନ ଥିବା ଅଭିଯୋଗରେ […] The post ଧାନ କିଣାକୁ ନେଇ ଅଭିନୟ କରାଯାଉଛି: କୃଷକ କଲ୍ୟାଣ ମଞ୍ଚ appeared first on Dharitri Odia News.

ଧାନ କିଣାକୁ ନେଇ ଅଭିନୟ କରାଯାଉଛି: କୃଷକ କଲ୍ୟାଣ ମଞ୍ଚ

କୁନ୍ଦୁରା,୨୧ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ରେ ଚଳିତ ଖରିଫ ଋତୁରେ ଧାନମଣ୍ଡି ବିଭିନ୍ନ ସ୍ଥାନରେ ଶୁଭାରମ୍ଭ ହୋଇଥିବା ବେଳେ ମିଲର୍ସଙ୍କ ଦ୍ୱାରା ଧାନ ଉଠାଯାଉ ନ ଥିବାରୁ ବ୍ଲକ୍‌ ଆଗରେ ଚାଷୀ ଧାରଣା ଦେଇଛନ୍ତି। ଡିଏଲପିସି ବୈଠକର ଘୋଷଣା ମୁତାବକ ଡିସେମ୍ବର ୧୧ରେ ଖରିଫ ଧାନମଣ୍ଡିର ଶୁଭାରମ୍ଭ କରାଯାଇଥିଲା। କିନ୍ତୁ ଚାଷୀଙ୍କ ଧାନ ଜିଲା ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁ ଏକ ସପ୍ତାହ ବିତି ଯାଇଥିଲେ ସୁଦ୍ଧା କ୍ରୟ ହୋଇ ପାରୁ ନ ଥିବା ଅଭିଯୋଗରେ ଚାଷୀ ରାଲିରେ ଆସି ଧାରଣାରେ ବସିଥିଲେ।

ଚାଷୀ ଧାରଣାରେ ବସିଥିବା ବେଳେ ବିଡିଓ କପିଳେଶ୍ୱର ତାଣ୍ଡି ଆଲୋଚନା ପାଇଁ ଆସିବା ପରେ ଧାନକ୍ରୟ ସମସ୍ୟାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଚାଷୀଙ୍କ ମନୋଭାବ ପ୍ରତି କୁଠାର ଘାତ ନ କରି ଧାନ ଉଠାଇବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲା ପ୍ରଶାସନକୁ ତାଗିଦ କରିଥିଲେ।

ଡିସେମ୍ବର ୧୭ରେ କୋରାପୁଟ ଜିଲା ଗସ୍ତରେ ଆସିଥିବା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜୟପୁର ବ୍ଲକ ଫାମ୍ପୁଣି ଧାନମଣ୍ଡି ଶୁଭାରମ୍ଭ କରି ସମସ୍ତ ମଣ୍ଡିରୁ ଧାନ କ୍ରୟ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଜିଲାପାଳ ଏବଂ ଜିଲା ଯୋଗାଣ ଅଧିକାରୀ ଧାନ କିଣାକୁ ନେଇ ଅଭିନୟ କରୁଥିବା କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ କୁହାଯାଇଛି।

ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଖରିଫ ଏବଂ ରବି ଋତୁରେ ଧାନ ମଣ୍ଡି ହୋଇ ଆସୁଥିବା ବେଳେ ଚଳିତ ବର୍ଷ ୩୧୦୦ ଟଙ୍କାରେ ଚାଷୀ ନିକଟରୁ ଧାନ କ୍ରୟ କରାଯିବା ନେଇ ଚାଷୀ ଖୁସିରେ ରହିଛନ୍ତି। କିନ୍ତୁ ପ୍ରଶାସନର ଚାଷୀ ପ୍ରତି ଉପର ଠାଉରିଆ ମନୋଭାବ, ଚାଷୀଙ୍କ ପ୍ରତି ଦରଦ ନ ଥିବା ଓ ବିଭିନ୍ନ ପ୍ରସଙ୍ଗ ଉଠାଇ ଚାଷୀ ବିଡିଓଙ୍କୁ ଘେରିଥିଲେ।

ଦୀର୍ଘ ଦିନରୁ ଅନେକ ଥର ଡିଏଲପିସି ବୈଠକରେ କୋରାପୁଟ ଜିଲାର ଲୋକ ମହୋତ୍ସବ ପରବକୁ ଜାନୁଆରୀ ମାସରେ କରାଗଲେ ଚାଷୀମାନେ ମଧ୍ୟ ଏହାକୁ ଦେଖିବା ସୁଯୋଗ ପାଇଥାନ୍ତେ ବୋଲି ଅଭିଯୋଗ କରାଯାଇଛି। ଜିଲା ପ୍ରଶାସନ ପ୍ରତିବର୍ଷ ଚାଷୀଙ୍କୁ ଅଣଦେଖା କରୁଥିବା ଏବଂ ଧାନ କିଣା ସମୟକୁ ବିଳମ୍ବ କରୁଥିବା ପ୍ରତିବାଦରେ ସୋମବାର ରାଜରାସ୍ତାକୁ ଓହ୍ଲେଇବାକୁ କୃଷକ କଲ୍ୟାଣ ମଞ୍ଚ ପ୍ରଶାସନକୁ ଚେତାବନୀ ଦେଇଛି।

ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ କପିଳେଶ୍ୱର ତାଣ୍ଡି ଜିଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଯୋଗାଣ ବିଭାଗ ଚାଷୀଙ୍କ ସହ ଆଲୋଚନା କରି ଖରିଫ ଧାନ ସୁରୁଖୁରୁରେ କ୍ରୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଧାନ ଉଠିବାକୁ ନେଇ ଲାଗି ରହିଥିବା ଅଚଳବସ୍ଥା ପାଇଁ ଜିଲା ପ୍ରଶାସନ ଉପରେ ଚାଷୀମାନେ ଦୋଷ ଲଦିଛନ୍ତି। ସୋମବାର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ରାଜରାସ୍ତା ଅବରୋଧ କରାଯିବ ବୋଲି କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଥାନାରେ ମୌଖିକ ଭାବେ ଅବଗତ କରାଯାଇଛି।

The post ଧାନ କିଣାକୁ ନେଇ ଅଭିନୟ କରାଯାଉଛି: କୃଷକ କଲ୍ୟାଣ ମଞ୍ଚ appeared first on Dharitri Odia News.