ଅଟୋ-ବାଇକ୍‌ ପିଟାପିଟି; ଜଣେ ମୃତ, ୫ ମେଡ଼ିକାଲ୍‌ରେ

ତେନ୍ତୁଳିଖୁଣ୍ଟି ଥାନା କଣ୍ଟାଗାଁ ଗାଁର ଅଭିମନ୍ୟୁ ମାଝୀଙ୍କ ପରିବାର ଲୋକ ଏକ ଅଟୋରେ ନବରଙ୍ଗପୁର କୋର୍ଟକୁ ଯାଇଥିଲେ। କୋର୍ଟରେ କାମ ସାରିବା ପରେ ସେହି ଅଟୋରେ ସେମାନେ ନିଜ ଗାଁକୁ ଫେରୁଥିଲେ।

ଅଟୋ-ବାଇକ୍‌ ପିଟାପିଟି; ଜଣେ ମୃତ, ୫ ମେଡ଼ିକାଲ୍‌ରେ

ମଝି ରାସ୍ତାରେ ଅଟୋ ଓ ବାଇକ୍‌ ମୁହାଁମୁହିଁ ହୋଇଛି। ଯେଉଁଥିରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ଘଟିଛି।

ତେନ୍ତୁଳିଖୁଣ୍ଟି ଥାନା କଣ୍ଟାଗାଁ ଗାଁର ଅଭିମନ୍ୟୁ ମାଝୀଙ୍କ ପରିବାର ଲୋକ ଏକ ଅଟୋରେ ନବରଙ୍ଗପୁର କୋର୍ଟକୁ ଯାଇଥିଲେ। କୋର୍ଟରେ କାମ ସାରିବା ପରେ ସେହି ଅଟୋରେ ସେମାନେ ନିଜ ଗାଁକୁ ଫେରୁଥିଲେ। ତେବେ ମୂଷାମୁଣ୍ଡିଗୁଡ଼ା ଛକ୍‌ରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌କୁ ଧକ୍କା ଦେଇଥିଲେ। ବାଇକ୍‌ ଚାଳକ ନବରଙ୍ଗପୁର ଥାନା କୁମୁଝର ଗାଁର ଭଗବାନ ଧାକଡ଼ଙ୍କ ମୃତ୍ୟୁ ଘଟିଥିଲା। ତେବେ ବାଇକ ପଛରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ସମେତ ଅଟୋରେ ଥିବା ୫ ଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ସମସ୍ତଙ୍କୁ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ରିପୋର୍ଟର- ନବରଙ୍ଗପୁରରୁ ନବଘନ ବିଷୋୟୀ