ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡ଼ି; ୪ ଆହତ

ଦୁର୍ଘଟଣା ନେଇ ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। 

ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡ଼ି; ୪ ଆହତ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରୀଆ ଛକ ନିକଟରେ ଦୁର୍ଘଟଣା ଘଟିଛି। ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ କାର୍ ଏକ ଅଟୋକୁ ପଛପଟୁ ଧକ୍କା ଦେବାରୁ  ଅଟୋ ଡ୍ରାଇଭର ସମେତ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ବିଧାୟକ ଖଲ୍ଲିକୋଟରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ଏହି ସମୟରେ ବଡ଼ପୋଖରୀଆ ଛକ ନିକଟରେ ଏକ ଅଟୋକୁ କାର୍‌ଟି ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ନିଜେ ବିଧାୟକ କାରରେ ଥିଲେ। ଦୁର୍ଘଟଣାରେ ବିଧାୟକଙ୍କର ଗାଡ଼ିର ସମ୍ମୁଖ ଅଂଶ ଭାଙ୍ଗି ଯାଇଥିବା ବେଳେ  ବିଧାୟକ ସୁରକ୍ଷିତ ଅଛନ୍ତି। ତେବେ ଅଟୋରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଜଙ୍କିଆ ଥାନା ପୁଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି।  ଦୁର୍ଘଟଣା ନେଇ ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।