ପୋଲିସର ବେଆଇନ ଓ ମନମୁଖୀ କାର୍ଯ୍ୟ ପ୍ରତିବାଦ, ଥାନା ସମ୍ମୁଖରେ ଗଣଧାରଣାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ
ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପୋଲିସର ବେଆଇନ ଓ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଥାନା ସମ୍ମୁଖରେ ଗଣଧାରଣା ଦେଇଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକେ। ସୂଚନା ଅନୁଯାୟୀ ବାଲିଚନ୍ଦ୍ରପୁର ଥାନା ଅଧୀନ ଚାରିନଙ୍ଗଳ ଠାରେ ଏକ ମସଜିଦକୁ ନେଇ ବିବାଦ ଲାଗିରହିଛି। ସେମାନେ ଅଭିଯୋଗ କରିଛନ୍ତି ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ମସଜିଦକୁ ଛଡ଼ାଯାଉନି। ରମଜାନ ମାସ ଆରମ୍ଭ ହୋଇଥିବାରୁ ମସଜିଦରେ ନମାଜ ପଢ଼ିବା ପାଇଁ ଦିଆଯାଉନାହିଁ। ଫଳରେ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରିଛନ୍ତି ସମ୍ପ୍ରଦାୟର ଲୋକେ। ଏମିତିରେ ମସଜିଦକୁ ଯିବାକୁ ବାରଣ କରି ବାଲିଚନ୍ଦ୍ରପୁର ପୋଲିସ ମନମୁଖୀ କାର୍ଯ୍ୟ କରୁଥିବା ପ୍ରତିବାଦରେ ଥାନା ସମ୍ମୁଖରେ ଗଣଧାରଣା ଦେଇଛନ୍ତି ସମ୍ପ୍ରଦାୟର ଲୋକେ। ଅବଶ୍ୟ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଧାରଣାରେ ବସିଥିବା ଲୋକଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।
ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପୋଲିସର ବେଆଇନ ଓ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଥାନା ସମ୍ମୁଖରେ ଗଣଧାରଣା ଦେଇଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକେ। ସୂଚନା ଅନୁଯାୟୀ ବାଲିଚନ୍ଦ୍ରପୁର ଥାନା ଅଧୀନ ଚାରିନଙ୍ଗଳ ଠାରେ ଏକ ମସଜିଦକୁ ନେଇ ବିବାଦ ଲାଗିରହିଛି।
ସେମାନେ ଅଭିଯୋଗ କରିଛନ୍ତି ସ୍ଥାନୀୟ ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ମସଜିଦକୁ ଛଡ଼ାଯାଉନି। ରମଜାନ ମାସ ଆରମ୍ଭ ହୋଇଥିବାରୁ ମସଜିଦରେ ନମାଜ ପଢ଼ିବା ପାଇଁ ଦିଆଯାଉନାହିଁ। ଫଳରେ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରିଛନ୍ତି ସମ୍ପ୍ରଦାୟର ଲୋକେ।
ଏମିତିରେ ମସଜିଦକୁ ଯିବାକୁ ବାରଣ କରି ବାଲିଚନ୍ଦ୍ରପୁର ପୋଲିସ ମନମୁଖୀ କାର୍ଯ୍ୟ କରୁଥିବା ପ୍ରତିବାଦରେ ଥାନା ସମ୍ମୁଖରେ ଗଣଧାରଣା ଦେଇଛନ୍ତି ସମ୍ପ୍ରଦାୟର ଲୋକେ। ଅବଶ୍ୟ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଧାରଣାରେ ବସିଥିବା ଲୋକଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।