ଅଟୋରିକ୍ଟା ସହିତ ୧୦ କିଲୋ ଗଞ୍ଜେଇ ଜବତ, ଅଟୋ ଚାଳକ ଗିରଫ

ଅନୁଗୁଳ : ଅନୁଗୁଳ ଟାଉନ ଥାନା କବାଜାରେ ଆଉ ଜଣେ ଗଂଜେଇ ବେପାରୀ । ଅନୁଗୋଳ ଟାଉନ୍ ଥାନା ପୋଲିସ ଅନୁଗୋଳ ରେଲୱେ ଷ୍ଟେସନ୍ ନିକଟରେ ଚଢ଼ଉ କରି ଏକ ଅଟୋରିକ୍ଟା ସହିତ ୧୦ କିଲୋ ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚୋରା କାରବାରରେ ସମ୍ପୃକ୍ତ ଅଟୋଚାଳକକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ରାଣୀଗୋଡ଼ା ଗ୍ରାମର ରଞ୍ଜନ ଭୂତିଆ (୨୮) । ଆଜି  ଅନୁଗୋଳ ରେଲୱେ ଷ୍ଟେସନ୍ ଆଡକୁ ଏକ ଅଟୋରେ ଗଞ୍ଜେଇ […] The post ଅଟୋରିକ୍ଟା ସହିତ ୧୦ କିଲୋ ଗଞ୍ଜେଇ ଜବତ, ଅଟୋ ଚାଳକ ଗିରଫ appeared first on KNews Odisha.

ଅଟୋରିକ୍ଟା ସହିତ ୧୦ କିଲୋ ଗଞ୍ଜେଇ ଜବତ, ଅଟୋ ଚାଳକ ଗିରଫ
ganja

ଅନୁଗୁଳ : ଅନୁଗୁଳ ଟାଉନ ଥାନା କବାଜାରେ ଆଉ ଜଣେ ଗଂଜେଇ ବେପାରୀ । ଅନୁଗୋଳ ଟାଉନ୍ ଥାନା ପୋଲିସ ଅନୁଗୋଳ ରେଲୱେ ଷ୍ଟେସନ୍ ନିକଟରେ ଚଢ଼ଉ କରି ଏକ ଅଟୋରିକ୍ଟା ସହିତ ୧୦ କିଲୋ ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚୋରା କାରବାରରେ ସମ୍ପୃକ୍ତ ଅଟୋଚାଳକକୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ଜଣଙ୍କ ରାଣୀଗୋଡ଼ା ଗ୍ରାମର ରଞ୍ଜନ ଭୂତିଆ (୨୮) । ଆଜି  ଅନୁଗୋଳ ରେଲୱେ ଷ୍ଟେସନ୍ ଆଡକୁ ଏକ ଅଟୋରେ ଗଞ୍ଜେଇ ଚାଲାଣ ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଥାନା ଅଧିକାରୀ ଧିରେଶ ଦାସଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଚଢ଼ଉ କରି ଅଟୋକୁ ଜବତ କରିଥିଲା । ଯାଞ୍ଚ ପରେ ଏକ ବସ୍ତାରେ ୧୦ କିଲୋ ଗଞ୍ଜାଇ ଥିବା ଜଣାପଡିଛି । ପୋଲିସ ଘଟଣାର ଅଧିକ ଛାନଭିନ କରୁଥିବା ଜଣାପଡିଛି ।

The post ଅଟୋରିକ୍ଟା ସହିତ ୧୦ କିଲୋ ଗଞ୍ଜେଇ ଜବତ, ଅଟୋ ଚାଳକ ଗିରଫ appeared first on KNews Odisha.