ଅଣ ସଂଗଠିତ ଶ୍ରମିକ ପଞ୍ଜିକରଣ ସଚେତନତା ଶିବିର
ଭବାନୀପାଟଣା, ୦୯/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ୍ ବିଭାଗ, କଳାହାଣ୍ଡି ଙ୍କ ର ଅ।ନୁକୁଲ୍ୟ ରେ ଓଡ଼ିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧିନରେ ଶ୍ରମିକ ପଞ୍ଜିକରଣ ସଚେତନତା ଶିବିର ଜିଲ୍ଲାଶ୍ରମ କାର୍ଯ୍ୟାଳୟ କନଫରେନ୍ସ ହଲ କଳାହାଣ୍ଡି ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳା ତଥା ସଚେତନତା ଶିବିର ରେ ଜିଲ୍ଲା ସହଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଅମିତ୍ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ଅଣ ସଂଗଠିତ […] The post ଅଣ ସଂଗଠିତ ଶ୍ରମିକ ପଞ୍ଜିକରଣ ସଚେତନତା ଶିବିର appeared first on Odisha.News.

ଭବାନୀପାଟଣା, ୦୯/୧୧
(ଜଗନ୍ନାଥ ନାଏକ) : କଳାହାଣ୍ଡିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ୍ ବିଭାଗ, କଳାହାଣ୍ଡି ଙ୍କ ର ଅ।ନୁକୁଲ୍ୟ ରେ ଓଡ଼ିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧିନରେ ଶ୍ରମିକ ପଞ୍ଜିକରଣ ସଚେତନତା ଶିବିର ଜିଲ୍ଲାଶ୍ରମ କାର୍ଯ୍ୟାଳୟ କନଫରେନ୍ସ ହଲ କଳାହାଣ୍ଡି ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳା ତଥା ସଚେତନତା ଶିବିର ରେ ଜିଲ୍ଲା ସହଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଅମିତ୍ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ଅଣ ସଂଗଠିତ ନିର୍ମାଣ ଶ୍ରମିକ ମାନଙ୍କ ସଂଯୋଜକ ଶ୍ରୀ ଗଣେଶ ଡାକୁଆ ଉପସ୍ଥିତ ରହି କିପରି ଅନଲାଇନ ମାଧ୍ୟମରେ ଶ୍ରମିକ ପଞ୍ଜିକରଣ କରି ପାରିବେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ। ମାଗଣା ରେ ରେଜିଷ୍ଟ୍ରେସନ କରିପାରିବେ ବୋଲି ସମସ୍ତ ଙ୍କୁ ବୁଝାଏ ଥିଲେ । ଉକ୍ତ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଶ୍ରୀ ବିଜୟ କୁମାର ସାହୁ, ବଣିଜ ସଂଘ, କଳାହାଣ୍ଡି ଶାଖା ସଭାପତି ସେ କହିଥିଲେ ଆଗାମୀ ଦିନରେ ନିଶ୍ଚିତ ଭାବରେ ଏହାର ବେନେଫିଟ ବାବଦରେ ଯୋଗ୍ୟ ହିତାଧିକାରୀ ପାଖରେ ପହଞ୍ଚିଇବା ରେ ବଣିଜ ସଂଘ ସହଯୋଗ କରିବ ବୋଲି ମତାମତ ପ୍ରଦାନ୍ କରିଥିଲେ। କଳାହାଣ୍ଡି ଜିଲ୍ଲା, ବଣିଜ ସଂଘ ର ସଦସ୍ୟ ଶ୍ରୀ ଅବିନାଶ ଅଗ୍ରୱାଲ ଏବଂ ଶ୍ରୀ ସୁବାସ ଅଗ୍ରୱାଲ । ସାଇ କୁମାର ସିଂ ସାମନ୍ତ ଆଇ ଏବଂ ଆର ଏଡମିନ ମିନେରାଲ ଅଟୋ ମୋବାଇଲ ଭବାନୀପାଟଣା ତତ୍ ସଗେ ଶ୍ରୀ ମୁନା ପଟ୍ଟନାୟକ ଶ୍ରମିକ ନେତା ତଥା ବରିଷ୍ଠ ସାମାଜିକ କାର୍ଯ୍ୟକର୍ତ୍ତା, ବଳବନ୍ତ ନାୟକ, (ବିକାଶ ନାୟକ) ସୁରେଶ ଚନ୍ଦନ ମଧ୍ୟ ଉପସ୍ଥିତ ରହି ଅଣସଂଗଠିତ ଶ୍ରମିକ ବିଷୟ ରେ ମତାମତ ଦେଇଥିଲେ। ଅନେକ ଶ୍ରମିକ ସଂଗଠନ ଏବଂ ଶ୍ରମିକ ମାନେ ମଧ୍ୟ ଉପସ୍ଥିତ ଥିଲେ। ପରିଶେଷରେ ଗଣେଶ ଡାକୁଆ ଉପସ୍ଥିତ ଥିବା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମାପ୍ତ କରିଥଲେ।
The post ଅଣ ସଂଗଠିତ ଶ୍ରମିକ ପଞ୍ଜିକରଣ ସଚେତନତା ଶିବିର appeared first on Odisha.News.