ଅଣଦେଖା ପର୍ଯ୍ୟଟନ; ଅବହେଳିତ ହୋଇ ପଡ଼ି ରହିଛି ଦେଓମାଳୀ 

ରାଜ୍ୟର ସୁଉଚ୍ଚ ଶୃଙ୍ଖ । ଦେଖିବାକୁ ଆସନ୍ତି ସାରା ଭାରତରୁ ଲୋକ। କିନ୍ତୁ ଏଠି ପହଞ୍ଚିବା ଏତେ ସହଜ ନୁହେଁ। କାରଣ ବାଟ ସାରା ଖାଲଖମାରେ ଭର୍ତ୍ତି।

ଅଣଦେଖା ପର୍ଯ୍ୟଟନ; ଅବହେଳିତ ହୋଇ ପଡ଼ି ରହିଛି ଦେଓମାଳୀ 

ପର୍ଯ୍ୟଟନର ବିକାଶ ପାଇଁ ଅନେକ ଯୋଜନା ହେଲେ ଗ୍ରାଉଣ୍ଡରେ ତାହା କେତେ କାମରେ ଲାଗେ ? ରାଜ୍ୟର ସବୁଠୁ ଉଚ୍ଚ ପାହାଡ଼ ଶୃଙ୍ଖ ଦେଓମାଳିଠୁ ଆରମ୍ଭ କରି ବାଲେଶ୍ବରର ସମୁଦ୍ରକୂଳ ସମେତ ଯେମତି ପାଲଟି ଯାଇଛି ଅଣଦେଖା। ପ୍ରକୃତିର କୋଳରେ ଥିବା ସବୁ ଅଞ୍ଚଳ ଏବେ ଅଣଦେଖା। 

ରାଜ୍ୟର ସୁଉଚ୍ଚ ଶୃଙ୍ଖ । ଦେଖିବାକୁ ଆସନ୍ତି ସାରା ଭାରତରୁ ଲୋକ। କିନ୍ତୁ ଏଠି ପହଞ୍ଚିବା ଏତେ ସହଜ ନୁହେଁ। କାରଣ ବାଟ ସାରା ଖାଲଖମାରେ ଭର୍ତ୍ତି। କୋରାପୁଟ ଜିଲ୍ଲାରେ ଥିବା ଦେଓମାଳି ପାହାଡ଼କୁ ପ୍ରତିଦିନ ଆସନ୍ତି ରାଜ୍ୟ ଓ ରାଜ୍ୟ ବାହାରରୁ ହଜାର ହଜାର ପର୍ଯ୍ୟଟକ। କିନ୍ତୁ ରାସ୍ତା ଉପରେ ଥରେ ଆଖି ବୁଲାଇ ଆଣଲେ ଦେଖିବେ କେଉଁଠି ପିଚୁ ଉଠି ଯାଇଛି, କେଉଁଠି ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି । ଯେଉଁଠି ଦୁଇ ଚକିଆ ଯିବା କଷ୍ଟକର ସେଠି କେମିତି କାର୍ ଯାଉଥିବ ଅନୁମାନ କରନ୍ତୁ। କୁନ୍ଦୁଲିରୁ ଦେଓମାଳିକୁ ଯିବାକୁ ଓ ପାହାଡ଼କୁ ଚଢ଼ିବା ବାଟ ଯେମିତି ବିପଦଜନକ ହୋଇପଡ଼ିଛି। ଶୃଙ୍ଖ ଉପରକୁ ଯିବାକୁ ଟିକସ ଦେବାକୁ ପଡ଼େ। ହେଲେ ଏହାର ମରାମତି କଥା ଯେମିତି ଭୁଲି ଯାଇଛନ୍ତି ସମସ୍ତେ। 

ସେମିତି ବାଲେଶ୍ବରର ଚାନ୍ଦିପୁର ବେଳାଭୂମି । ଏଠି ଜୁଆର ବେଳେ କେତେବେଳେ ପାଣି ପାଖକୁ ଆସେ ଭଟ୍ଟା ବେଳେ ଫେରିଯାଏ । ଏହି ବିରଳ ବିଚ୍ ଯେପରି ଅବସ୍ଥାରେ ଅଛି ତାହା ବର୍ଣ୍ଣନା କରାଯାଇନପାରେ । ବିଚ୍‌କୁ ଯିବାକୁ ଭଲ ରାସ୍ତା ନାହିଁ, ପାଣି ନାହିଁ କି ସଂଧ୍ୟା ହେଲେ ଆଲୋକୀକରଣ ବ୍ୟବସ୍ଥା ବି ନାହିଁ। ଝାଉଁ ବଣ ଓ ନାଲି କଙ୍କଡ଼ା ଥିବା ଏହି ସମୁଦ୍ରକୂଳ ପ୍ରକୃତିର ବରଦାନ କିନ୍ତୁ ଏଠି ପର୍ଯ୍ୟଟକଙ୍କ ପାଇଁ ସୁବିଧା ନଥିବାରୁ ମୁହଁ ଫେରାଇଲେଣି ପର୍ଯ୍ୟଟକ।

ଓଡ଼ିଶାର ବିସ୍ତିର୍ଣ୍ଣ ବେଳାଭୂମି, ସୁଉଚ୍ଚ ଶୀଖର ପାହାଡ଼ ଥିବା ସତ୍ତ୍ବେ ଏଠି ପର୍ଯ୍ୟଟନର ବିକାଶ ହୋଇପାରୁନି। ବର୍ଷ ବର୍ଷ ଧରି ଏସବୁ ଅବହେଳିତ ହେଇ ପଡ଼ି ରହିଛି।