ଅତାବିରାରେ ସିବିଆଇର ପୁଣି ତନାଘନା: ଗୃହକର୍ତ୍ତା ଫେରିବା ପରେ ଚାଲିଲା ଯାଞ୍ଚ

ବରଗଡ଼, ୭।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରାରେ ଶୁକ୍ରବାର ସିବିଆଇ ପୁଣି ତନାଘନା ଚଲାଇଛି। ଅତାବିରା ଶାନ୍ତିପଡା ନିବାସୀ ଜି. ନରସିଂହ ମୂର୍ତ୍ତିଙ୍କ ବାସଭବନରେ ଏହା ଚାଲିଛି। ଗତ ବୁଧବାର ସିବିଆଇର ୨ଟିମ ଏଠାକୁ ପହଞ୍ଚି ଥିଲେ। କିନ୍ତୁ ସେତେବେଳେ ନରସିଂହ ମୂର୍ତ୍ତି ଅନୁପସ୍ଥିତ ଥିବାବେଳେ ଘର ସିଲ କରି ସିବିଆଇ ଓ ପୋଲିସ କର୍ମଚାରୀ ସେଠାରେ ଜଗି ରହିଥିଲେ। ଶୁକ୍ରବାର ନରସିଂହ ମୂର୍ତ୍ତି ଘରକୁ ଫେରିବା ପରେ ସିବିଆଇ ତନାଘନାଆରମ୍ଭ କରିଛି। ଚଢାଉ ଚର୍ଚ୍ଚାର ବିଷୟ ହୋଇଛି। […] The post ଅତାବିରାରେ ସିବିଆଇର ପୁଣି ତନାଘନା: ଗୃହକର୍ତ୍ତା ଫେରିବା ପରେ ଚାଲିଲା ଯାଞ୍ଚ appeared first on Dharitri Odia News.

ଅତାବିରାରେ ସିବିଆଇର ପୁଣି ତନାଘନା: ଗୃହକର୍ତ୍ତା ଫେରିବା ପରେ ଚାଲିଲା ଯାଞ୍ଚ

ବରଗଡ଼, ୭।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରାରେ ଶୁକ୍ରବାର ସିବିଆଇ ପୁଣି ତନାଘନା ଚଲାଇଛି। ଅତାବିରା ଶାନ୍ତିପଡା ନିବାସୀ ଜି. ନରସିଂହ ମୂର୍ତ୍ତିଙ୍କ ବାସଭବନରେ ଏହା ଚାଲିଛି। ଗତ ବୁଧବାର ସିବିଆଇର ୨ଟିମ ଏଠାକୁ ପହଞ୍ଚି ଥିଲେ। କିନ୍ତୁ ସେତେବେଳେ ନରସିଂହ ମୂର୍ତ୍ତି ଅନୁପସ୍ଥିତ ଥିବାବେଳେ ଘର ସିଲ କରି ସିବିଆଇ ଓ ପୋଲିସ କର୍ମଚାରୀ ସେଠାରେ ଜଗି ରହିଥିଲେ। ଶୁକ୍ରବାର ନରସିଂହ ମୂର୍ତ୍ତି ଘରକୁ ଫେରିବା ପରେ ସିବିଆଇ ତନାଘନାଆରମ୍ଭ କରିଛି। ଚଢାଉ ଚର୍ଚ୍ଚାର ବିଷୟ ହୋଇଛି।

ସିବିଆଇର ୨ଟିମ ବୁଧବାର ପୂର୍ବାହ୍ନରେ ପ୍ରଥମେ ପରମାଣପୁର ଗ୍ରାମରେ ରହୁଥିବା ଜି. ସତ୍ୟନାରାୟଣଙ୍କ ଚଢାଉ କରିଥିଲେ। ଜି. ସତ୍ୟନାରାୟଣ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଜଣେ ଲେବର ଠିକାଦାର ଅଟନ୍ତି । ସେ ଦୀର୍ଘ ଦିନ ହେଲା ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ଗୋଦାମ ଗୃହ ଗୁଡ଼ିକୁ ଠିକା ନେଇ ଆସୁଛନ୍ତି । ତେବେ ତାଙ୍କର ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ବେଆଇନ କାରବାର ଉପରେ ସୂଚନା ପାଇ ବର୍ତ୍ତମାନ ସିବିଆଇ ତଦନ୍ତ କରୁଥିବା ଅନୁମାନ କରାଯାଉଛି। ଜି ସତ୍ୟନାରାୟଣଙ୍କ ପୁଅ ଜି. ଉମା ମହେଶଙ୍କୁ ସିବିଆଇର ଏକ ଟିମ ଉଠାଇ ନେଇ ଅନ୍ୟତ୍ର ଜେରା କରିଥିଲେ। ଅନ୍ୟପକ୍ଷରେ ସିବିଆଇ ଟିମ ଜି ସତ୍ୟନାରାୟଣଙ୍କ ଅତାବିରା ଶାନ୍ତିପଡାସ୍ଥିତ କାକା ଜି. ନରସିଂହ ମୂର୍ତ୍ତିଙ୍କ ଘରେ ଚଢାଉ କରିଥିଲେ। ତେବେ ଚଢାଉ ବେଳେ ସେ ଅନୁପସ୍ଥିତ ଥିଲେ। ତାଙ୍କ ଏକ ଘରକୁ ସିଲ କରାଯାଇ ଥିଲା। କାକା-ପୁତୁରାଙ୍କ ଘରେ ସିବିଆଇ ତନାଘନାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଉଭୟେ ଏକ ର୍ନିଦ୍ଦିଷ୍ଟ ରାଜନୈତିକ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଯୋଗୁଁ ଏଥିରେ ରାଜନୈତିକ ଲିଙ୍କ ମଧ୍ୟ ଥାଇପାରେ ବୋଲି ସାଧାରଣରେ ଆଲୋଚନା ଚାଲିଛି। ତେବେ ଚଢାଉ ସରିବା ପରେ ବାସ୍ତବତା ପଦାକୁ ଆସିବ। ଚଢାଉର କାରଣ ଅସ୍ପଷ୍ଟ ଥିବାବେଳେ ତାହା ଜାଣିବା ପାଇଁ ସମସ୍ତଙ୍କ ନଜର ରହିଛି।

 

The post ଅତାବିରାରେ ସିବିଆଇର ପୁଣି ତନାଘନା: ଗୃହକର୍ତ୍ତା ଫେରିବା ପରେ ଚାଲିଲା ଯାଞ୍ଚ appeared first on Dharitri Odia News.