ଇରାନ ବିରୋଧରେ ଐତିହାସିକ ବିଜୟ ଘୋଷଣା କଲେ ନେତାନ୍ୟାହୁ: କହିଲେ, ଆମର ଗର୍ଜନ…
ଜେରୁଜେଲମ,୨୫।୬: ଇରାନ ବିରୋଧରେ ଐତିହାସିକ ବିଜୟ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଦେଶବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ୧୨ ଦିନ ଧରି ଚାଲିଥିବା ଅପରେଶନ ଆମ ସେନା ଇତିହାସ ସୃଷ୍ଟି କରିଛି। ଏହି ଅଭିଯାନରେ ଇସ୍ରାଏଲ ଇରାନର ପରମାଣୁ ଘାଟି, ନାତାଞ୍ଜ ଇସ୍ଫାହାନ ଏବଂ ଆରାକ ଉପରେ ଆକ୍ରମଣ କରିଥିଲା। ଏହି ସମୟରେ ବାଲିଷ୍ଟିକ ମିଶାଇଲ୍ ନିର୍ମାଣ କେନ୍ଦ୍ର ଏବଂ ଡିପୋ ଉପରେ ଆକ୍ରମଣ କରାଯାଇଥିଲା। ନେତାନ୍ୟାହୁ ଏହାକୁ ଏକ ବିଜୟ ବୋଲି […] The post ଇରାନ ବିରୋଧରେ ଐତିହାସିକ ବିଜୟ ଘୋଷଣା କଲେ ନେତାନ୍ୟାହୁ: କହିଲେ, ଆମର ଗର୍ଜନ… appeared first on Dharitri Odia News.
ଜେରୁଜେଲମ,୨୫।୬: ଇରାନ ବିରୋଧରେ ଐତିହାସିକ ବିଜୟ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଦେଶବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ୧୨ ଦିନ ଧରି ଚାଲିଥିବା ଅପରେଶନ ଆମ ସେନା ଇତିହାସ ସୃଷ୍ଟି କରିଛି। ଏହି ଅଭିଯାନରେ ଇସ୍ରାଏଲ ଇରାନର ପରମାଣୁ ଘାଟି, ନାତାଞ୍ଜ ଇସ୍ଫାହାନ ଏବଂ ଆରାକ ଉପରେ ଆକ୍ରମଣ କରିଥିଲା। ଏହି ସମୟରେ ବାଲିଷ୍ଟିକ ମିଶାଇଲ୍ ନିର୍ମାଣ କେନ୍ଦ୍ର ଏବଂ ଡିପୋ ଉପରେ ଆକ୍ରମଣ କରାଯାଇଥିଲା। ନେତାନ୍ୟାହୁ ଏହାକୁ ଏକ ବିଜୟ ବୋଲି କହିଥିଲେ, ଯାହା ପିଢ଼ି ପରେ ପିଢ଼ି ମନେ ରହିବ।
ନେତାନ୍ୟାହୁ କହିଥିଲେ, ଯଦି ଆମେ ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥାଆନ୍ତୁ, ତେବେ ଇସ୍ରାଏଲ ଶୀଘ୍ର ବିପଦର ସମ୍ମୁଖୀନ ହୋଇଥାଆନ୍ତା। ତଥାପି, ଶେଷ ମୁହୂର୍ତ୍ତରେ ଆମେ ସିଂହ ପରି ଉଠିଲୁ। ଆମେ ସିଂହ ପରି ଛିଡା ହେଲୁ। ଆମର ଗର୍ଜନ ତେହେରାନକୁ ଥରାଇ ଦେଇଥିଲା ଏବଂ ସାରା ବିଶ୍ୱରେ ପ୍ରତିଧ୍ୱନିତ ହୋଇଥିଲା।
ନେତାନ୍ୟାହୁ ପରମାଣୁ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ଦାବି କରି କହିଥିଲେ, ଆମେ ଇରାନର ପରମାଣୁ ବୈଜ୍ଞାନିକମାନଙ୍କୁ ନିପାତ କରିଛୁ, ପ୍ରୟୋଗଶାଳାକୁ ନଷ୍ଟ କରିଦେଇଛୁ। ମୋସାଦ ସହାୟତାରେ ଅଣାଯାଇଥିବା ଗୁପ୍ତ ଦସ୍ତାବିଜ ବର୍ଷ ବର୍ଷ ପୂର୍ବରୁ ବିଶ୍ୱକୁ ଇରାନର ଉଦ୍ଦେଶ୍ୟ ସୂଚାଇ ଦେଇଥିଲା। ବର୍ତ୍ତମାନ ସମସ୍ତ ପରମାଣୁ ବିକାଶ କ୍ଷମତା ମୂଳପୋଛ ହୋଇଯାଇଛି। ଇରାନ ପାଖରେ କେବେ ପରମାଣୁ ଅସ୍ତ୍ର ରହିବ ନାହିଁ। ଏହା ଆମର ଦୃଢ଼ ନିଷ୍ପତ୍ତି।
ନେତାନାହୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଦଳକୁ ଧନ୍ୟବାଦ ଜଣାଇ କହିଥିଲେ, ଆମେରିକା କେବଳ ପ୍ରତିରକ୍ଷାମୂଳକ ନୁହେଁ ବରଂ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିଛି। ଆମେରିକାର ସେନା ଫୋର୍ଡୋ ନ୍ୟୁକ୍ଲିୟର ସେଣ୍ଟର ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛି। ଏହା ଇତିହାସରେ ପ୍ରଥମ ଥର ଥିଲା ଯେ ଇସ୍ରାଏଲ ସହିତ ମିଶି ଆମେରିକା ଏତେ ବଡ଼ ପରିମାଣରେ ସାମରିକ ଅଭିଯାନ ଚଳାଇଛି। ନେତାନ୍ୟାହୁଙ୍କ ଅନୁଯାୟୀ, ୨,୦୦୦ ବାଲିଷ୍ଟିକ ମିଶାଇଲ୍ର ବିପଦ ଆଉ ନାହିଁ। ଡଜନ ଡଜନ ମିଶାଇଲ୍ କାରଖାନା, ପ୍ରକ୍ଷେପଣ ସ୍ଥାନ ଏବଂ ସଂରକ୍ଷଣ ଗୃହ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା। ପ୍ରକ୍ଷେପଣର କିଛି ମିନିଟ ପୂର୍ବରୁ ଅନେକ କ୍ଷେପଣାସ୍ତ୍ର ନଷ୍ଟ ହୋଇଯାଇଥିଲା।
The post ଇରାନ ବିରୋଧରେ ଐତିହାସିକ ବିଜୟ ଘୋଷଣା କଲେ ନେତାନ୍ୟାହୁ: କହିଲେ, ଆମର ଗର୍ଜନ… appeared first on Dharitri Odia News.