ବାୟୁସେନା ବିମାନ Hawk Mk-132 ଦୁର୍ଘଟଣା ଗ୍ରସ୍ତ…

କୋଲକାତା,୧୩।୨ : ମଙ୍ଗଳବାର ଅପରାହ୍ନରେ ପଶ୍ଚିମବଙ୍ଗରେ ଭାରତୀୟ ବାୟୁସେନାର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ଦୁଇ ପାଇଲଟ ଠିକ ସମୟରେ ବିମାନରୁ ସୁରକ୍ଷିତ ଭାବେ ଇଜେକ୍ଟ ହୋଇଥିଲେ। ଯୁଦ୍ଧ ବିମାନ ଟ୍ରେନିଂ ଜେଟ ଖସିଯାଇଥିବା କଲେଇକୁଣ୍ଡା ଅଞ୍ଚଳରେ କୌଣସି ଧନ ଜୀବନ ହାନି ହୋଇ ନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଏକ ଉଚ୍ଚକୋଟୀର ଯୁଦ୍ଧ ବିମାନ, ଯାହା ଆକାଶରେ ପ୍ରାୟ ୧୦୨୮ କିଲୋମିଟର ବେଗରେ ଉଡାଣ କରିବାକୁ ସକ୍ଷମ । ଏଥି ସହିତ, […] The post ବାୟୁସେନା ବିମାନ Hawk Mk-132 ଦୁର୍ଘଟଣା ଗ୍ରସ୍ତ… appeared first on Dharitri Odia News.

ବାୟୁସେନା ବିମାନ Hawk Mk-132 ଦୁର୍ଘଟଣା ଗ୍ରସ୍ତ…

କୋଲକାତା,୧୩।୨ : ମଙ୍ଗଳବାର ଅପରାହ୍ନରେ ପଶ୍ଚିମବଙ୍ଗରେ ଭାରତୀୟ ବାୟୁସେନାର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ଦୁଇ ପାଇଲଟ ଠିକ ସମୟରେ ବିମାନରୁ ସୁରକ୍ଷିତ ଭାବେ ଇଜେକ୍ଟ ହୋଇଥିଲେ। ଯୁଦ୍ଧ ବିମାନ ଟ୍ରେନିଂ ଜେଟ ଖସିଯାଇଥିବା କଲେଇକୁଣ୍ଡା ଅଞ୍ଚଳରେ କୌଣସି ଧନ ଜୀବନ ହାନି ହୋଇ ନାହିଁ।

ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଏକ ଉଚ୍ଚକୋଟୀର ଯୁଦ୍ଧ ବିମାନ, ଯାହା ଆକାଶରେ ପ୍ରାୟ ୧୦୨୮ କିଲୋମିଟର ବେଗରେ ଉଡାଣ କରିବାକୁ ସକ୍ଷମ । ଏଥି ସହିତ, ବାୟୁରେ ଏହା ପ୍ରାୟ ୨୫୨୦ କିଲୋମିଟର ଦୂରତା ମଧ୍ୟରେ ପାକିସ୍ଥାନ ଏବଂ ଚାଇନା ସମେତ ଯେକୌଣସି ଶତ୍ରୁ ଦେଶର ଯୁଦ୍ଧ ବିମାନକୁ ନଷ୍ଟ କରିପାରେ ।

ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଟ୍ରେନିଂ ଜେଟ ହେଉଛି ହକ Mk-132 । ବାସ୍ତବରେ ବାୟୁସେନାର ତାଲିମ ଶିବିର ଚାଲିଥିଲା। ହଠାତ ବୈଷୟିକ ସମସ୍ୟା ଯୋଗୁ ଜେଟ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଏହା ଦ୍ରୁତ ଗତିରେ ସିଧା ତଳକୁ ଖସିବା ଆରମ୍ଭ କରିଥିଲା। କିନ୍ତୁ ଏହା ଭୂମିରେ ପଡିବା ପୂର୍ବରୁ ଉଭୟ ପାଇଲଟ ଜେଟରୁ ସୁରକ୍ଷିତ ଭାବରେ ଇଜେକ୍ଟ ହୋଇଥିଲେ।

ଭାରତୀୟ ବାୟୁସେନାର ଇଷ୍ଟ କମାଣ୍ଡ ଏହି ଘଟଣାରେ ଏକ କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣା ପରେ ବାୟୁସେନା ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

 

The post ବାୟୁସେନା ବିମାନ Hawk Mk-132 ଦୁର୍ଘଟଣା ଗ୍ରସ୍ତ… appeared first on Dharitri Odia News.