ଅତିରିକ୍ତ ଜିଲାପାଳଙ୍କ ଘରକୁ ପୁଣି ପସୁଥିଲେ ଚୋର, ପରେ ଯାହାହେଲା…
ରାୟଗଡା,୧୬।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଅତିରିକ୍ତ ଜିଲାପାଳ ନିହାର ରଞ୍ଜନ କହଁରଙ୍କ ସରକାରୀ ବାସଭବନରୁ ମଙ୍ଗଳବାର ଦିନ ଦ୍ବିପହରରେ ଦୁବୃର୍ତ୍ତ ମାନେ ଚୋରି ପାଇଁ ଉଦ୍ୟମ କରିଛନ୍ତି। ଅତିରିକ୍ତ ଜିଲାପାଳ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିବା ବେଳେ ଏହି ଚୋରି ଉଦ୍ୟମ ହୋଇଥିଲା। ଦୁର୍ବୃତ୍ତମାନେ ଦିନ ବେଳା ବାହାର ଗେଟ୍ ତାଲା ଏବଂ ଘରର ପ୍ରବେଶ ଦ୍ବାର ଚାବି ଭାଙ୍ଗଥିବା ସତ୍ତ୍ୱେ ଭିତରକୁ ପ୍ରବେଶ କରିପାରି ନ ଥିବା ଜଣାପଡିଛି। ଖବରପାଇ ଘଟଣାସ୍ଥଳରେ ରାୟଗଡା ଆଇଆଇସି […] The post ଅତିରିକ୍ତ ଜିଲାପାଳଙ୍କ ଘରକୁ ପୁଣି ପସୁଥିଲେ ଚୋର, ପରେ ଯାହାହେଲା… appeared first on Dharitri Odia News.
ରାୟଗଡା,୧୬।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଅତିରିକ୍ତ ଜିଲାପାଳ ନିହାର ରଞ୍ଜନ କହଁରଙ୍କ ସରକାରୀ ବାସଭବନରୁ ମଙ୍ଗଳବାର ଦିନ ଦ୍ବିପହରରେ ଦୁବୃର୍ତ୍ତ ମାନେ ଚୋରି ପାଇଁ ଉଦ୍ୟମ କରିଛନ୍ତି। ଅତିରିକ୍ତ ଜିଲାପାଳ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିବା ବେଳେ ଏହି ଚୋରି ଉଦ୍ୟମ ହୋଇଥିଲା। ଦୁର୍ବୃତ୍ତମାନେ ଦିନ ବେଳା ବାହାର ଗେଟ୍ ତାଲା ଏବଂ ଘରର ପ୍ରବେଶ ଦ୍ବାର ଚାବି ଭାଙ୍ଗଥିବା ସତ୍ତ୍ୱେ ଭିତରକୁ ପ୍ରବେଶ କରିପାରି ନ ଥିବା ଜଣାପଡିଛି। ଖବରପାଇ ଘଟଣାସ୍ଥଳରେ ରାୟଗଡା ଆଇଆଇସି କେକେବିକେ କହଁରଙ୍କ ନେତୃତ୍ୱରେ ପୋଲିସ ଟିମ୍ ପହଞ୍ଚତ୍ ତଦନ୍ତ କରିଛି। ଏଥିପୂର୍ବରୁ ଗତ ଜାନୁଆରୀରେ ମଧ୍ୟ କେହି ନ ଥିବା ବେଳେ ଏହି ବାସଭବନରୁ ଗୋଟିଏ ଏସି ଏବଂ ୩ଟି ଫ୍ୟାନ ଚୋରି ହୋଇଥିଲା। ଏନେଇ ରାୟଗଡା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ଖୁବଶୀଘ୍ର ଅଭିଯୁକ୍ତଙ୍କ ଧରାଯିବ ବୋଲି ଆଇଆଇସି କହଁର ପ୍ରକାଶ କରିଛନ୍ତି ।
The post ଅତିରିକ୍ତ ଜିଲାପାଳଙ୍କ ଘରକୁ ପୁଣି ପସୁଥିଲେ ଚୋର, ପରେ ଯାହାହେଲା… appeared first on Dharitri Odia News.