ଅତୀତରେ ବି ବହୁତ ନଜିର ରହିଛି ଦଳଚକଟାର, ଯାହା ଉପରେ ଆସନ୍ତୁ ଥରେ ନଜର ପକାଇବା

ଏବେ ହାଥରସ୍‌ ଦଳାଚକଟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଯେ କେମିତି ଓ କାହିଁକି କେଉଁ ପରିସ୍ଥିତିରେ ଦଳଚକଟା ହେଲା ଏବଂ ଏତେ ସଂଖ୍ୟକ ଜୀବନ ଗଲା । ତେବେ କହିବାକୁ ଚାହିଁବୁ ଯେ ଅତୀତରେ ମଧ୍ୟ ଆମ ଦେଶରେ ଭୟାବହ ଦଳାଚକଟା ଘଟଣାରେ ଶତାଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଆସନ୍ତୁ ଥରେ ନଜର ପକାଇବା ସେଭଳି ବଡ଼ ଅଘଟଣ ଉପରେ।… -ଅଗଷ୍ଟ ୨ ୭, ୨୦୦୩ : ମହାରାଷ୍ଟ୍ର ନାସିକରେ କୁମ୍ଭ […] The post ଅତୀତରେ ବି ବହୁତ ନଜିର ରହିଛି ଦଳଚକଟାର, ଯାହା ଉପରେ ଆସନ୍ତୁ ଥରେ ନଜର ପକାଇବା appeared first on KNews Odisha.

ଅତୀତରେ ବି ବହୁତ ନଜିର ରହିଛି ଦଳଚକଟାର, ଯାହା ଉପରେ ଆସନ୍ତୁ ଥରେ ନଜର ପକାଇବା
HATHRAS

ଏବେ ହାଥରସ୍‌ ଦଳାଚକଟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଯେ କେମିତି ଓ କାହିଁକି କେଉଁ ପରିସ୍ଥିତିରେ ଦଳଚକଟା ହେଲା ଏବଂ ଏତେ ସଂଖ୍ୟକ ଜୀବନ ଗଲା । ତେବେ କହିବାକୁ ଚାହିଁବୁ ଯେ ଅତୀତରେ ମଧ୍ୟ ଆମ ଦେଶରେ ଭୟାବହ ଦଳାଚକଟା ଘଟଣାରେ ଶତାଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଆସନ୍ତୁ ଥରେ ନଜର ପକାଇବା ସେଭଳି ବଡ଼ ଅଘଟଣ ଉପରେ।…

-ଅଗଷ୍ଟ ୨ ୭, ୨୦୦୩ : ମହାରାଷ୍ଟ୍ର ନାସିକରେ କୁମ୍ଭ ମେଳାରେ ସ୍ନାନ କରିବା ସମୟରେ ଦଳାଚକଟା ହୋଇ ୩୯ ଜଣଙ୍କ ମୃତ୍ୟୁ ଘଟିଥିଲା। ୧୪୦ରୁ ଅଧିକ ଆହତ ହୋଇଥିଲେ।

-ଜାନୁଆରୀ ୨୫, ୨୦୦୫ : ମହାରାଷ୍ଟ୍ରର ସତାରା ଜିଲ୍ଲାରେ ମନ୍ଧାରଦେବୀ ମନ୍ଦିରରେ ବାର୍ଷିକ ଉତ୍ସବ ସମୟରେ ଦଳାଚକଟାରେ ୩୪୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ଶତାଧିକ ଆହତ ହୋଇଥିଲେ।

-ଅଗଷ୍ଟ ୩, ୨୦୦୮: ହିମାଚଳ ପ୍ରଦେଶ ନୈନାଦୈବୀ ମନ୍ଦିରରେ ଭୂସ୍ଖଳନ ଗୁଜବକୁ ନେଇ ଦଳାଚକଟାରେ ୧୬୨ଜଣଙ୍କ ମୃତ୍ୟୁ ଘଟିଥିଲା। ୪୭ ଜଣ ଆହତ ହୋଇଥିଲେ।…

-ସେପଟେମ୍ବର ୩୦, ୨୦୦୮: ରାଜସ୍ଥାନ ଯୋଧପୁର ସହରର ଚାମୁଣ୍ଡା ମନ୍ଦିରରେ ଦଳାଚକଟାରେ ୨୫୦ଜଣଙ୍କ ମୃତ୍ୟୁ ଘଟିଥିଲା । ୬୦ଜଣ ଆହତ ହୋଇଥିଲେ।

-ମାର୍ଚ୍ଚ ୪, ୨୦୧୦ : ଉତ୍ତର ପ୍ରଦେଶ ପ୍ରତାପଗଡ଼ ଜିଲ୍ଲାରେ ରାମଜାନକୀ ମନ୍ଦିରରେ ଦଳାଚକଟାରେ ୬୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଆତ୍ମଘୋଷିତ ବାବା କ୍ରିପାଲଜୀ ମହାରାଜ ଲୋକଙ୍କୁ ମାଗଣା ଖାଦ୍ୟ ଓ ବସ୍ତ୍ର ବାଣ୍ଟିବା ସମୟରେ ଏଭଳି ଅଘଟଣ ଘଟିଥିଲା।

-ଜାନୁଆରୀ ୧୪, ୨୦୧୧ରେ କେରଳର ଇଡ୍ଡୁକୀ ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ସାବରିମାଲା ଭକ୍ତଙ୍କ ସମାଗମ ବେଳେ ଏକ ଜିପ୍ ମାଡ଼ି ଆସିବାରୁ ଦଳାଚକଟା ହୋଇଥିଲା। ଏଥିରେ ୧୦୪ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିଲା । ୪୦ରୁ ଅଧିକ ଆହତ ହୋଇଥିଲେ।

-ନଭେମ୍ବର ୮, ୨୦୧୧ : ହରିଦ୍ବାରର ହରି କି ପୌରି ଘାଟରେ ଦଳାଚକଟାରେ ୨୦ଜଣଙ୍କ ମୃତ୍ୟୁ ଘଟିଥିଲା।

-ଅକ୍ଟୋବର ୧୩, ୨୦୧୩ : ମଧ୍ୟପ୍ରଦେଶ ଦାତିଆ ଜିଲ୍ଲା ସ୍ଥିତ ରତନଗଡ଼ ମନ୍ଦିରରେ ଦଳାଚକଟାରେ ୧୧୫ ଜଣଙ୍କ ମୃତ୍ୟୁ ଘଟିଥିଲା । ୧୦୦ଜଣ ଆହତ ହୋଇଥିଲେ। ନବରାତ୍ରି ଉତ୍ସବ ବେଳେ ମନ୍ଦିରକୁ ଯୋଡୁଥିବା ଏକ ବ୍ରିଜ ଭୁଶୁଡ଼ି ପଡ଼ିବା ନେଇ ଗୁଜବ ହେବାରୁ ଦଳାଚକଟା ପରିସ୍ଥିତ ସୃଷ୍ଟି ହୋଇଥିଲା।

-ଅକ୍ଟୋବର ୩, ୨୦୧୪ : ପାଟନାର ଗାନ୍ଧୀ ମଇଦାନରେ ଦଶହରା ସମାରୋହରେ ଦଳାଚକଟା ହୋଇ ୩୨ ଜଣଙ୍କ ମୃତ୍ୟୁ ଘଟିଥିଲା । ୨୬ଜଣ ଆହତ ହୋଇଥିଲେ।

-ଜୁଲାଇ ୧୪, ୨୦୧୫ : ଆନ୍ଧ୍ର ପ୍ରଦେଶର ରାଜମୁନ୍ଦରିରେ ପୁଷ୍କରମ ପର୍ବ ଚାଲିଥିବା ବେଳେ ଦଳାଚକଟାରେ ୨୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ୨୦ଜଣ ଆହତ ହୋଇଥିଲେ। ଗୋଦାବରୀ ନଦୀ ଘଟାରେ ଶ୍ରଦ୍ଧାଳୁଙ୍କ ସ୍ନାନ ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା।

-ଜାନୁଆରୀ ୧, ୨୦୨୨ : ଜମ୍ମୁରେ ମାତା ବୈଷ୍ଣୋଦେବୀ ମନ୍ଦିରରେ ଦଳାଚକଟାରେ ୧୨ଜଣଙ୍କ ମୃତ୍ୟୁ ଘଟିଥିଲା । ୧୫ରୁ ଅଧିକ ଆହତ ହୋଇଥିଲେ। ନୂଆବର୍ଷ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବାରୁ ଭିଡ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ପାରିନଥିଲା ।

-ଜୁଲାଇ ୨୦୦୮ରେ ପୁରୀ ରଥଯାତ୍ରା ସମୟରେ ଦଳାଚକଟାରେ ୬ଜଣ ମୃତ୍ୟୁ ହୋଇଥିଲା। ୧୨ ଜଣ ଆହତ ହୋଇଥିଲେ ।

The post ଅତୀତରେ ବି ବହୁତ ନଜିର ରହିଛି ଦଳଚକଟାର, ଯାହା ଉପରେ ଆସନ୍ତୁ ଥରେ ନଜର ପକାଇବା appeared first on KNews Odisha.