ଫେରୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଏବର୍ଷ ସ୍ବାଭାବିକ ଠାରୁ ଦେଶରେ ଅଧିକ ମୌସୁମୀ ବର୍ଷା
ଭୁବନେଶ୍ୱର: ସରିଲା ମୌସୁମୀ ଋତୁ । ଦେଶର କିଛି କିଛି ସ୍ଥାନରୁ ପ୍ରତ୍ୟାବର୍ତ୍ତନ କଲାଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କିନ୍ତୁ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ନାହିଁ । ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ରହୁଥିବାରୁ ମୌସୁମୀ ପ୍ରତ୍ୟାବର୍ତ୍ତନର ବାଟ ଫିଟିନଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ କିଛି କିଛି ବର୍ଷା ସମ୍ଭାବନା ରହିଛି। ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷା ନାହିଁ। ଚଳିତ ମୌସୁମୀ […] The post ଫେରୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଏବର୍ଷ ସ୍ବାଭାବିକ ଠାରୁ ଦେଶରେ ଅଧିକ ମୌସୁମୀ ବର୍ଷା appeared first on KNews Odisha.

ଭୁବନେଶ୍ୱର: ସରିଲା ମୌସୁମୀ ଋତୁ । ଦେଶର କିଛି କିଛି ସ୍ଥାନରୁ ପ୍ରତ୍ୟାବର୍ତ୍ତନ କଲାଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କିନ୍ତୁ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ନାହିଁ । ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ରହୁଥିବାରୁ ମୌସୁମୀ ପ୍ରତ୍ୟାବର୍ତ୍ତନର ବାଟ ଫିଟିନଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ କିଛି କିଛି ବର୍ଷା ସମ୍ଭାବନା ରହିଛି। ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷା ନାହିଁ। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୫ ପ୍ରତିଶତ କମ ବର୍ଷା ହୋଇଛି । ଯାହା ସ୍ବାଭାବିକ ବର୍ଷା ଭାବେ ଧରାଯାଏ। ତେବେ କେନ୍ଦୁଝର, ଦେବଗଡ଼, ଭଦ୍ରକ ଓ ଝାରସୁଗୁଡ଼ାରେ ନିଅଣ୍ଟିଆ ବର୍ଷା ହୋଇଛି।
ଏବର୍ଷ ସ୍ବାଭାବିକ ଠାରୁ ଦେଶରେ ଅଧିକ ମୌସୁମୀ ବର୍ଷା ହୋଇଛି । ୧୦୮ ପ୍ରତିଶତ ହୋଇଛି ମୌସୁମୀ ବର୍ଷା । ଜୁନରେ ସର୍ବନିମ୍ନ ଏବଂ ଅଗଷ୍ଟରେ ସର୍ବାଧିକ ୧୧୫ ପ୍ରତିଶତ ବର୍ଷା ହୋଇଛି । ଏବର୍ଷ ୧୦୪ ପ୍ରତିଶତରୁ ଅଧିକ ବର୍ଷା ପୂର୍ବାନୁମାନ କରିଥିଲା ଆଇଏମଡି । ଓଡ଼ିଶାରେ ସ୍ବାଭାବିକ ଠାରୁ ୫ ପ୍ରତିଶତ କମ ବର୍ଷା ହୋଇଛି । ଜୁନ ମାସରେ ୮୯ ପ୍ରତିଶତ ବର୍ଷା ହୋଇଥିଲା। ଜୁଲାଇରେ ୧୦୯ ପ୍ରତିଶତ ବର୍ଷା ହୋଇଥିଲା। ଅଗଷ୍ଟରେ ସର୍ବାଧିକ ୧୧୫ ପ୍ରତିଶତ ଏବଂ ସେପ୍ଟେମ୍ବରରେ ୧୧୨ ପ୍ରତିଶତ ବର୍ଷା ହୋଇଥିଲା । ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଓଡ଼ିଶାରୁ ଲେଉଟାଣୀ ପାଇଁ ପାଗ ଅନୁକୁଳ ନଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଏହି ମୌସୁମୀ ଋତୁରେ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ୧୦୮ ପ୍ରତିଶତ ବର୍ଷା ହୋଇଛି। ଯାହା ସ୍ବାଭାବିକ ଠାରୁ ଅଧିକ। ଜୁନ ମାସରେ ୮୯ ପ୍ରତିଶତ ବର୍ଷା ହୋଇଥିଲା। ଜୁଲାଇରେ ୧୦୯ ପ୍ରତିଶତ ବର୍ଷା ହୋଇଥିଲା। ଅଗଷ୍ଟରେ ସର୍ବାଧିକ ୧୧୫ ପ୍ରତିଶତ ଏବଂ ସେପ୍ଟେମ୍ବରରେ ୧୧୨ ପ୍ରତିଶତ ବର୍ଷା ହୋଇଥିଲା। ବିଦାୟ ନେଇଥିବା ମୌସୁମୀ ଋତୁର ବର୍ଷା ପାଇଁ ଆଇଏମଡିର ପୂର୍ବାନୁମାନ ଠିକ ଥିଲା। ୧୦୪ ପ୍ରତିଶତରୁ ଅଧିକ ବର୍ଷା ସମ୍ଭାବନା ଥିବା ଆକଳନ କରିଥିଲା ଭାରତୀୟ ପାଣିପାଗ ବିଭାଗ।
The post ଫେରୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଏବର୍ଷ ସ୍ବାଭାବିକ ଠାରୁ ଦେଶରେ ଅଧିକ ମୌସୁମୀ ବର୍ଷା appeared first on KNews Odisha.