ଅତ୍ୟଧିକ ପରଫ୍ୟୁମ୍ ବ୍ୟବହାର କରୁଛନ୍ତି କି? ଶରୀରରେ ହୋଇଥାଏ ଏହି କ୍ଷତି

ଘରୁ ବାହାରକୁ ଯିବା ପୂର୍ବରୁ ଆପଣ ନିଶ୍ଚୟ ପର୍ଫ୍ୟୁମ୍ ବା ଡିଓ ବ୍ୟବହାର କରୁଥିବେ । ଏହା ଆପଣଙ୍କ ମନକୁ ଫ୍ରେସ୍ ରଖିବା ସହ ମନୋଲୋଭା ବାସ୍ନା ମଧ୍ୟ ଦେଇଥାଏ । ଆଜିକା ସମୟରେ କେହି ଏପରି ନ ଥିବେ ଯିଏକି ପର୍ଫ୍ୟୁମ୍ ବ୍ୟବହାର କରୁ ନଥିବେ । ଆପଣ ପୁରୁଷ ହୁଅନ୍ତୁ ବା ମହିଳା ଘରୁ ବାହାରକୁ ଗଲା ବେଳେ କେବେବି ପରଫ୍ୟୁମ୍ ବ୍ୟବହାର କରିବାକୁ ଭୁଲୁ ନ ଥିବେ। କେଉଁଠି ଯିବାର ଥିଲେ, ଏହା […] The post ଅତ୍ୟଧିକ ପରଫ୍ୟୁମ୍ ବ୍ୟବହାର କରୁଛନ୍ତି କି? ଶରୀରରେ ହୋଇଥାଏ ଏହି କ୍ଷତି appeared first on KNews Odisha.

ଅତ୍ୟଧିକ ପରଫ୍ୟୁମ୍ ବ୍ୟବହାର କରୁଛନ୍ତି କି? ଶରୀରରେ ହୋଇଥାଏ ଏହି କ୍ଷତି
perfume

ଘରୁ ବାହାରକୁ ଯିବା ପୂର୍ବରୁ ଆପଣ ନିଶ୍ଚୟ ପର୍ଫ୍ୟୁମ୍ ବା ଡିଓ ବ୍ୟବହାର କରୁଥିବେ । ଏହା ଆପଣଙ୍କ ମନକୁ ଫ୍ରେସ୍ ରଖିବା ସହ ମନୋଲୋଭା ବାସ୍ନା ମଧ୍ୟ ଦେଇଥାଏ । ଆଜିକା ସମୟରେ କେହି ଏପରି ନ ଥିବେ ଯିଏକି ପର୍ଫ୍ୟୁମ୍ ବ୍ୟବହାର କରୁ ନଥିବେ । ଆପଣ ପୁରୁଷ ହୁଅନ୍ତୁ ବା ମହିଳା ଘରୁ ବାହାରକୁ ଗଲା ବେଳେ କେବେବି ପରଫ୍ୟୁମ୍ ବ୍ୟବହାର କରିବାକୁ ଭୁଲୁ ନ ଥିବେ। କେଉଁଠି ଯିବାର ଥିଲେ, ଏହା ଆପଣଙ୍କୁ ଫ୍ରେସ୍ ଅନୁଭବ କରାଇଥାଏ । ସାଧାରଣତଃ ଖରାଦିନେ ଅଧିକାଂଶ ଲୋକ ପରଫ୍ୟୁମ୍ ବ୍ୟବହାର କରିଥାନ୍ତି । ଏହା ଶରୀରରୁ ଝାଳ ଗନ୍ଧ ଦୂର କରେ ସତ କିନ୍ତୁ ଅତ୍ୟଧିକ ପରଫ୍ୟୁମ୍ ଶରୀର ପାଇଁ କ୍ଷତିକାରକ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ପରଫ୍ୟୁମ୍ ବା ଡିଓ ଅଧିକ ବ୍ୟବହାର କରିବା ଆପଣଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହାକୁ ଅଧିକ ବ୍ୟବହାର କଲେ ଆମ ଶରୀରରେ କ’ଣ କ୍ଷତି ହୁଏ ।

ପରଫ୍ୟୁରେ ଥିବା କେମିକାଲ ଶରୀର ପ୍ରତି ହାନିକାରକ ହୋଇଥାଏ । ଏଥି ସହ ତ୍ବଚାକୁ ନଷ୍ଟ କରିବାରେ ମଧ୍ୟ ପଛାଇ ନଥାଏ । ଏହାର ବ୍ୟବହାରରୁ ଅନେକଙ୍କୁ ଶ୍ବାସ, କର୍କଟ ଏବଂ ସଂକ୍ରମଣ ଜନିତ ରୋଗ ଆଦି ହୋଇଥାଏ ।

ପରଫ୍ୟୁମରେ ପ୍ରାପିଲିନ୍ ଏବଂ ଗ୍ଲାୟସୋଲ୍ ଆଦି କେମିକାଲ ରହିଥାଏ । ଏହି ଦୁଇ ରସାୟନ ଶରୀରରେ ସଂକ୍ରମଣର ମୁଖ୍ୟ କାରଣ ହୋଇଥାଏ । ଆପଣ ବୋଧ ହୁଏ ଜାଣିନଥିବେ କିନ୍ତୁ ଏହା ଦ୍ବାରା କିଡ଼ନି ଖରାପ ହେବା ସମସ୍ୟା ମଧ୍ୟ ଉପୁଜିଥାଏ ।

ଏହା ଛଡ଼ା ଡ଼ିଓ ବା ପରଫ୍ୟୁମକୁ ଆଣ୍ଟିବ୍ୟାକ୍ଟେରିଆଲ କରିବା ପାଇଁ ଟ୍ରାଇକ୍ଳୋସନ ନାମକ କେମିକାଲ ବ୍ୟବହାର କରାଯାଇଥାଏ । ଏହି କେମିକାଲ ଶରୀରରେ ଥିବା ରୋଗପ୍ରତିରୋଧକ କ୍ଷମତା କମ କରିଥାଏ । ତେବେ ଗର୍ଭବତୀ ସମୟରେ ଭୁଲରେ ମଧ୍ୟ ପରଫ୍ୟୁମ୍ ବ୍ୟବହାର କରିବା ଉଚିତ ନୁହଁ । କାରଣ ଏହା ଦ୍ବାରା ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯାହା ଫଳରେ ଶିଶୁର ସଠିକ୍ ଶାରୀରିକ ବିକାଶ ହୋଇପାରି ନଥାଏ ।

ଏଥି ସହ ଜାଣିରଖନ୍ତୁ ଯେ, ପରଫ୍ୟୁମ୍ କାରଣରୁ ତ୍ବଚାରେ ଅନେକ ପ୍ରକାରର ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏଥି ସହ ତ୍ୱଚାରେ ଜଳାପୋଡ଼ା ସମସ୍ୟା ହୋଇଥାଏ । ଖାଲି ଏତିକି ନୁହେଁ, ଏଥିରେ ମିଶିଥିବା ଆଲକହଲ ତ୍ୱଚା ପ୍ରତି ମଧ୍ୟ ହାନିକାରକ। ପ୍ରାକୃତିକ ତ୍ୱଚାକୁ ନଷ୍ଟ କରି ଦେଇଥାଏ । ଅନେକ ସମୟରେ ପରଫ୍ୟୁମ୍ ବ୍ୟବହାର ଯୋଗୁ ସେହି ସ୍ଥାନ କୁଣ୍ଡେଇ ହୋଇ ଫଳି ଯାଇଥାଏ । ବେଳେବେଳେ ଏହି ଜାଗାରେ ଘା’ ମଧ୍ୟ ସୃଷ୍ଟି ହୋଇଥାଏ । ହରମୋନକୁ ମଧ୍ୟ ପ୍ରଭାବିତ କରିଥାଏ । ତେଣୁ ପରଫ୍ୟୁମ୍ ବ୍ୟବହାର କରୁଥିଲେ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କରନ୍ତୁ ନାହିଁ ।

ଏଥି ସହ ଆପଣମାନେ ନିଶ୍ଚିତ ଭାବରେ ମନେ ରଖନ୍ତୁ ଯେ, ଏହି ପରଫ୍ୟୁମ୍ ଆପଣଙ୍କ ଘରେ ଥିବା ଛୋଟ ଛୁଆ ଏବଂ ଏହାର ଅଧିକ ବ୍ୟବହାର ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏହାକୁ ଛୋଟ ଛୁଆଙ୍କଠାରୁ ଦୂରରେ ରଖନ୍ତୁ । ଯଦି ପିଲାମାନେ ଖେଳୁ ଖେଳୁ ଏହା ତାଙ୍କ ହାତରେ ପଡ଼ିଯାଏ ଆଉ ଆଖି, ନାକ, କାନ ଏବଂ ମୁହଁରେ ଏହାକୁ ସେମାନେ ସ୍ପ୍ରେ କରି ଦିଅନ୍ତି, ତାହାଲେ ଏହା ସେମାନଙ୍କ ପାଇଁ ବହୁତ କ୍ଷତିକାରକ ହୋଇପାରେ । ଯଦି ଛୋଟ ଛୁଆ ଆପଣଙ୍କ ଘରେ ଅଛନ୍ତି ତାହାଲେ ଏହାକୁ ସେମାନଙ୍କ ନଜରରୁ ଦୂରରେ ରଖନ୍ତୁ ।

ଛୋଟ ପିଲାଙ୍କୁ ଜବରଦସ୍ତି ଫରଫ୍ୟୁମ୍ ପକାନ୍ତୁ ନାହିଁ । ଏହା ତାଙ୍କ ତ୍ୱଚାକୁ କ୍ଷତି ପହଞ୍ଚାଇ ପାରେ । ତେବେ ଆଫଣ ଆବଶ୍ୟକ ଅନୁଯାୟୀ, ପରଫ୍ୟୁମ୍ ବ୍ୟବହାର କରନ୍ତୁ ।

The post ଅତ୍ୟଧିକ ପରଫ୍ୟୁମ୍ ବ୍ୟବହାର କରୁଛନ୍ତି କି? ଶରୀରରେ ହୋଇଥାଏ ଏହି କ୍ଷତି appeared first on KNews Odisha.