ଅତ୍ୟଧିକ ସ୍ନାନ ପରେ ଅସୁସ୍ଥ ଶ୍ରୀଜିଉ, ବ୍ରହ୍ମଗିରିର ଅଲାରନାଥ ପୀଠରେ ଭକ୍ତଙ୍କ ସମାଗମ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଜନିତ କାରଣରୁ ଅସୁସ୍ଥତା ଭୋଗ କରୁଛନ୍ତି ମହାପ୍ରଭୁ। ମହାପ୍ରଭୁ ଏବେ ଅଣସରରେ । ଶ୍ରୀଜୀଉଙ୍କୁ ଦର୍ଶନ କରିନପାରି ଭକ୍ତମାନେ ଆଜିଠାରୁ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନରେ ଯାଉଛନ୍ତି। ବିଶ୍ବାସ ରହିଛି ଏହି ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନର ପୁଣ୍ୟ ମିଳିଥାଏ । ଏଣୁ ଆଜିଠାରୁ ବ୍ରହ୍ମଗିରିର ଅଲାରନାଥ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଣସରରେ ମହାବାହୁ । ଗତକାଲି ସ୍ନାନପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁଁ ଶ୍ରୀଜୀଉମାନେ ଏବେ ଅସୁସ୍ଥ ।  ଶ୍ରୀମନ୍ଦିରର ଅଣସର ଘରେ ମହାପ୍ରଭୁଙ୍କ ଅସୁସ୍ଥତାର ଉପଚାର କରୁଛନ୍ତି ଦଇତାପତି ସେବାୟତ। ଏଣୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ରହିଛି ବନ୍ଦ । ପୁରୀକୁ ଆସୁଥିବା ଭକ୍ତମାନେ ଏବେ ଯାଉଛନ୍ତି ବ୍ରହ୍ମଗିରି ଅଲାରନାଥଙ୍କ ପୀଠକୁ। ମହାପ୍ରଭୁ ଅଣସର ଘରେ ରହିଥିବା ବେଳେ ଅଲାରନାଥଙ୍କୁ ଦର୍ଶନର ବିଶେଷ ତାତ୍ପର୍ଯ୍ୟ ରହିଛି। କିମ୍ବଦନ୍ତୀ ଓ ବିଶ୍ବାସ ରହିଛି ଏହି ସମୟରେ ବିଷ୍ଣୁଙ୍କ ଅବତାର ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନର ସମସ୍ତ ପୂଣ୍ୟଫଳ ମିଳେ । ଏଣୁ ଭକ୍ତମାନେ ଆଜିଠାରୁ ବ୍ରହ୍ମଗିରି ଯାଇ ଅଲାରନାଥଙ୍କ ଦର୍ଶନ କରୁଛନ୍ତି। ଆଜି ଭୋର ୪ଟା ସମୟରେ ଦ୍ବାର ଫିଟା ନୀତି ପରେ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତ

ଅତ୍ୟଧିକ ସ୍ନାନ ପରେ ଅସୁସ୍ଥ ଶ୍ରୀଜିଉ, ବ୍ରହ୍ମଗିରିର ଅଲାରନାଥ ପୀଠରେ ଭକ୍ତଙ୍କ ସମାଗମ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଜନିତ କାରଣରୁ ଅସୁସ୍ଥତା ଭୋଗ କରୁଛନ୍ତି ମହାପ୍ରଭୁ। ମହାପ୍ରଭୁ ଏବେ ଅଣସରରେ । ଶ୍ରୀଜୀଉଙ୍କୁ ଦର୍ଶନ କରିନପାରି ଭକ୍ତମାନେ ଆଜିଠାରୁ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନରେ ଯାଉଛନ୍ତି। ବିଶ୍ବାସ ରହିଛି ଏହି ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନର ପୁଣ୍ୟ ମିଳିଥାଏ । ଏଣୁ ଆଜିଠାରୁ ବ୍ରହ୍ମଗିରିର ଅଲାରନାଥ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ଅଣସରରେ ମହାବାହୁ । ଗତକାଲି ସ୍ନାନପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁଁ ଶ୍ରୀଜୀଉମାନେ ଏବେ ଅସୁସ୍ଥ ।  ଶ୍ରୀମନ୍ଦିରର ଅଣସର ଘରେ ମହାପ୍ରଭୁଙ୍କ ଅସୁସ୍ଥତାର ଉପଚାର କରୁଛନ୍ତି ଦଇତାପତି ସେବାୟତ। ଏଣୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ରହିଛି ବନ୍ଦ । ପୁରୀକୁ ଆସୁଥିବା ଭକ୍ତମାନେ ଏବେ ଯାଉଛନ୍ତି ବ୍ରହ୍ମଗିରି ଅଲାରନାଥଙ୍କ ପୀଠକୁ। ମହାପ୍ରଭୁ ଅଣସର ଘରେ ରହିଥିବା ବେଳେ ଅଲାରନାଥଙ୍କୁ ଦର୍ଶନର ବିଶେଷ ତାତ୍ପର୍ଯ୍ୟ ରହିଛି। କିମ୍ବଦନ୍ତୀ ଓ ବିଶ୍ବାସ ରହିଛି ଏହି ସମୟରେ ବିଷ୍ଣୁଙ୍କ ଅବତାର ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନର ସମସ୍ତ ପୂଣ୍ୟଫଳ ମିଳେ । ଏଣୁ ଭକ୍ତମାନେ ଆଜିଠାରୁ ବ୍ରହ୍ମଗିରି ଯାଇ ଅଲାରନାଥଙ୍କ ଦର୍ଶନ କରୁଛନ୍ତି। ଆଜି ଭୋର ୪ଟା ସମୟରେ ଦ୍ବାର ଫିଟା ନୀତି ପରେ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତୀ ସହ ଅନ୍ୟାନ୍ୟ ନୀତି କାନ୍ତି କରାଯାଇଥିଲା । ପରେ ଦିନ ୨ଟା ବେଳେ ମଧ୍ୟାହ୍ନ ଧୂପ ନୀତି ଶେଷ ହୋଇଥିଲା।

ପୁରୀଠାରୁ ୨୦ କିଲୋମିଟର ଦୂରରେ ଥିବା ବ୍ରହ୍ମଗିରିର ଅଲାରନାଥ ମନ୍ଦିର ପ୍ରାୟ ୧୨ ଶହ ଖ୍ରୀଷ୍ଟାଦ୍ଦରେ ପ୍ରତିଷ୍ଠା ହୋଇଛି । ଦାକ୍ଷିଣାତ୍ୟରେ ଅଲବର ସଂପ୍ରଦାୟର ରାମାନୁଜଚାର୍ଯ୍ୟଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ମନ୍ଦିରରେ ଅଲାରନାଥ ସାକ୍ଷାତ ବିଷ୍ଣୁ ରୁପରେ ପୂଜା ପାଉଛନ୍ତି। ଚୈତନ୍ୟ ମହାପ୍ରଭୁ ଏହି ଅଣସର ସମୟରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିନପାରି ପ୍ରତ୍ୟେକ ଦିନ ଅଲାରନାଥ ଦର୍ଶନ କରୁଥିବା କୁହାଯାଏ ।  ଏଣୁ ଅଣସର ସମୟରେ ଭକ୍ତମାନଙ୍କ ସୁଅ ଛୁଟୁଛି ଏହି ମନ୍ଦିରକୁ। ତେବେ ଅଲାରନାଥ ପୀଠରେ ଖିରୀ ଭୋଗର ବିଶେଷ ମହତ୍ତ୍ଵ ଥିବାରୁ ଭକ୍ତମାନେ ଏହି ଭୋଗ ପାଇ ଆତ୍ମତୃପ୍ତି ଲାଭ କରିଛନ୍ତି। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ନୀତି ଓ ଦର୍ଶନ ବ୍ୟବସ୍ଥା କରାଯାଇଛି । ୯ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଅତିରିକ୍ତ ଏସପି, ଏସଡିପିଓ ଓ ବ୍ରହ୍ମଗିରି ଥାନା ଅଧିକାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବ୍ୟବସ୍ଥାର ତଦାରଖ କରୁଛନ୍ତି । ପୂରା ଅଲାରନାଥଙ୍କ ପୀଠରେ ସିସିଟିଭିର ବ୍ୟବସ୍ଥା କରାଯାଇଛି।

ଏହି ଅଣସର ସମୟରେ ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କ ଦର୍ଶନ ଚାଲିଥିବା ବେଳେ ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ଥିବାରୁ ଭକ୍ତମାନେ ପଟିଦିଅଁଙ୍କୁ ଦର୍ଶନ କରୁଛନ୍ତି । ଶ୍ରୀଜଗନ୍ନାଥଙ୍କୁ ଅନନ୍ତ ନାରାୟଣ, ପ୍ରଭୁ ବଳଭଦ୍ରଙ୍କୁ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କୁ ଭୂବନେଶ୍ବରୀ ରୂପରେ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ଭକ୍ତ।