ଆଶୀର୍ବାଦ ବେହେରାଙ୍କୁ ଭେଟିଲେ ପ୍ରକାଶ ବେହେରା, ବିଜୟ ପାଇଁ ଲୋଡିଲେ ଆଶୀର୍ବାଦ

କଟକ ୦୭।୦୪ : ବାରବାଟୀ କଟକ ଵିଜେଡି ପ୍ରାର୍ଥୀ ପ୍ରକାଶ ବେହେରା ଆଜି ଆଶୀର୍ବାଦ ବେହେରାଙ୍କୁ ଭେଟି ଵିଜୟ ପାଇଁ ତାଙ୍କ ଆଶୀର୍ବାଦ ଲୋଡିଛନ୍ତି। ଵିଜେଡି ପ୍ରାର୍ଥୀ ପ୍ରକାଶ ଆଜି ଆଶୀର୍ବାଦଙ୍କ ବାସଭବନରେ ତାଙ୍କୁ ଭେଟିଵା ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିଛନ୍ତି। ଆଶୀର୍ବାଦ ଜଣେ ଵରିଷ୍ଠ କ୍ରୀଡା ସଙ୍ଗଠକ ହୋଇଥିବା ବେଳେ ଯାଦବ ସମାଜର ଭୋଟ ପ୍ରଭାବିତ କରିଵାର ଦକ୍ଷତା ଆଶୀର୍ବାଦଙ୍କର ରହିଛି। ବାରବାଟୀ କଟକରେ ପ୍ରାୟ ୧୫ହଜାର ଯାଦବ ଭୋଟ ଥିବା ବେଳେ କ୍ରୀଡା ସଙ୍ଗଠନ ଗୁଡ଼ିକର ରାଜନୀତିରେ ଏକ ପ୍ରମୁଖ ଭୂମିକା ରହିଥାଏ। ଏହା ସହ ଆଶୀର୍ବାଦଙ୍କ ପୁଅ ସଞୟ ବେହେରା ମଧ୍ୟ ବାରବାଟୀ କଟକରୁ ଵିଜେଡି ପ୍ରାର୍ଥୀ ହେବାର ଆଲୋଚନା ହେଉଥିଲା। ତେଣୁ ଵିଜେଡି ପ୍ରାର୍ଥୀ ପ୍ରକାଶ ବେହେରାଙ୍କର ଆଶିର୍ବାଦଙ୍କ ସହ ସାକ୍ଷାତ ଆଲୋଚନାର ଯଥେଷ୍ଟ ଗୁରୁତ୍ବ ରହିଛି। ଏହି ସାକ୍ଷାତ ଆଲୋଚନା ପରେ ଆଶୀର୍ବାଦଙ୍କ ଆଶୀର୍ବାଦ ନେଇ ପ୍ରକାଶ ଆଶା ପ୍ରକାଶ କରିଥିଵା ବେଳେ ଆଶୀର୍ବାଦ ବେହେରା ମଧ୍ୟ ସବୁ ପ୍ରକାର ସହଯୋଗ ଯୋଗାଇ ଦେଵା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଆଶୀର୍ବାଦ ବେହେରାଙ୍କୁ ଭେଟିଲେ ପ୍ରକାଶ ବେହେରା, ବିଜୟ ପାଇଁ ଲୋଡିଲେ ଆଶୀର୍ବାଦ

କଟକ ୦୭।୦୪ : ବାରବାଟୀ କଟକ ଵିଜେଡି ପ୍ରାର୍ଥୀ ପ୍ରକାଶ ବେହେରା ଆଜି ଆଶୀର୍ବାଦ ବେହେରାଙ୍କୁ ଭେଟି ଵିଜୟ ପାଇଁ ତାଙ୍କ ଆଶୀର୍ବାଦ ଲୋଡିଛନ୍ତି। ଵିଜେଡି ପ୍ରାର୍ଥୀ ପ୍ରକାଶ ଆଜି ଆଶୀର୍ବାଦଙ୍କ ବାସଭବନରେ ତାଙ୍କୁ ଭେଟିଵା ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିଛନ୍ତି। 


ଆଶୀର୍ବାଦ ଜଣେ ଵରିଷ୍ଠ କ୍ରୀଡା ସଙ୍ଗଠକ ହୋଇଥିବା ବେଳେ ଯାଦବ ସମାଜର ଭୋଟ ପ୍ରଭାବିତ କରିଵାର ଦକ୍ଷତା ଆଶୀର୍ବାଦଙ୍କର ରହିଛି। ବାରବାଟୀ କଟକରେ ପ୍ରାୟ ୧୫ହଜାର ଯାଦବ ଭୋଟ ଥିବା ବେଳେ କ୍ରୀଡା ସଙ୍ଗଠନ ଗୁଡ଼ିକର ରାଜନୀତିରେ ଏକ ପ୍ରମୁଖ ଭୂମିକା ରହିଥାଏ। ଏହା ସହ ଆଶୀର୍ବାଦଙ୍କ ପୁଅ ସଞୟ ବେହେରା ମଧ୍ୟ ବାରବାଟୀ କଟକରୁ ଵିଜେଡି ପ୍ରାର୍ଥୀ ହେବାର ଆଲୋଚନା ହେଉଥିଲା। ତେଣୁ ଵିଜେଡି ପ୍ରାର୍ଥୀ ପ୍ରକାଶ ବେହେରାଙ୍କର ଆଶିର୍ବାଦଙ୍କ ସହ ସାକ୍ଷାତ ଆଲୋଚନାର ଯଥେଷ୍ଟ ଗୁରୁତ୍ବ ରହିଛି। ଏହି ସାକ୍ଷାତ ଆଲୋଚନା ପରେ ଆଶୀର୍ବାଦଙ୍କ ଆଶୀର୍ବାଦ ନେଇ ପ୍ରକାଶ ଆଶା ପ୍ରକାଶ କରିଥିଵା ବେଳେ ଆଶୀର୍ବାଦ ବେହେରା ମଧ୍ୟ ସବୁ ପ୍ରକାର ସହଯୋଗ ଯୋଗାଇ ଦେଵା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।