ଅତି ନିକଟରେ ଅତିକ୍ରମ କରିଗଲା Asteroid 2024RN-16

ନୂଆଦିଲ୍ଲୀ ୧୬।୯: ପୃଥିବୀ ସୋମବାର ଏକ ବଡ଼ ବିପଦରୁ ବର୍ତ୍ତି ଯାଇଛି। ଗ୍ରହାଣୁ (ଆଷ୍ଟ୍ରଏଡ) ୨୦୨୪ଆରଏନ-୧୬ ମଧ୍ୟାହ୍ନ ୨ଟା ୧୫ ମିନିଟରେ ପୃଥିବୀକୁ ମାତ୍ର ୧୬ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିଛି। ଏହି ସମୟରେ ୧୧୦ ଫୁଟ ଚୌଡାର ଗ୍ରହାଣୁ ଘଣ୍ଟାପ୍ରତି ପାଖାପାଖି ୧,୦୪,୭୬୧ କିଲୋମିଟର ବେଗରେ ଗତି କରୁଥିଲା। ଏହା ସେହି ଆପୋଲୋ ସମୂହର ଗ୍ରହାଣୁ ଯାହା ପୃଥିବୀ ନିମନ୍ତେ ବିପଦର କାରଣ ହୋଇପାରେ। ଏହି ଗ୍ରହାଣୁ ପୃଥିବୀ ଓ ସୂର୍ଯ୍ୟ ମଧ୍ୟ ଦେଇ ଯାଏ। ଏଣୁ କେବେ କେବେ ଏହା ପୃଥିବୀର ଅତି ନିକଟକୁ ମଧ୍ୟ ଆସିଯାଇଥାଏ। ଏହି ଗ୍ରହାଣୁ ସମୂହକୁ ୧୮୬୨ରେ ଆପୋଲୋ ଖୋଜିଥିଲେ। ଏଥି ପାଇଁ ଏହାର ନାମ ଆପୋଲୋ ଆଷ୍ଟ୍ରଏଡ ରଖାଯାଇଛି। ଏହି ଗ୍ରହାଣୁ ଗୁଡିକର ଖାସ କଥା ହେଉଛି ଏ ଗୁଡିକ ପୃଥିବୀ ବାଟେ ହିଁ ଅତିକ୍ରମ କରିଥାନ୍ତି । ୧୧୦ ଫୁଟର ଏହି ଗ୍ରହାଣୁ ଯଦି ପୃଥିବୀର ମାଧ୍ୟାକର୍ଷଣ ବଳ ଦ୍ୱାରା ଭିଡି ହୋଇ ଆସିଥାନ୍ତା ତେବେ ବଡ଼ଧରଣ ବିପର୍ଯ୍ୟୟ ରଚିଥାନ୍ତା। ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ‘ନାସା’ କହିଛନ୍ତି ଯେ ଯଦି ୨୦୨୪ ଆରଏନ-୧୬ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରିଥାନ୍ତା ତେବେ ଆକାଶରେ ୨୯ କିଲୋମିଟର ଉପରେ ବିସ୍ଫୋରଣ ହୋଇଥାନ୍ତା। ଏଥିରୁ ଏତେ ଶକ୍ତି ବାହାରିଥାନ୍ତା ଯାହା ୧୬ ମେଗାଟନ ଟିଏନଟି ସହ ସମାନ।  ଏହା ଦ୍ୱାରା ଭୟାନକ ସକ୍ ୱେଭ ସୃଷ୍ଟି ହୋଇଥାନ୍ତା ଓ ପୃଥିବୀ ପୃଷ୍ଠରେ ପ୍ରଳୟ ରଚିଥାନ୍ତା। ଏଭଳି ଘଟଣା ପ୍ରାୟ ୯୯

ଅତି ନିକଟରେ ଅତିକ୍ରମ କରିଗଲା Asteroid 2024RN-16

ନୂଆଦିଲ୍ଲୀ ୧୬।୯: ପୃଥିବୀ ସୋମବାର ଏକ ବଡ଼ ବିପଦରୁ ବର୍ତ୍ତି ଯାଇଛି। ଗ୍ରହାଣୁ (ଆଷ୍ଟ୍ରଏଡ) ୨୦୨୪ଆରଏନ-୧୬ ମଧ୍ୟାହ୍ନ ୨ଟା ୧୫ ମିନିଟରେ ପୃଥିବୀକୁ ମାତ୍ର ୧୬ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିଛି। ଏହି ସମୟରେ ୧୧୦ ଫୁଟ ଚୌଡାର ଗ୍ରହାଣୁ ଘଣ୍ଟାପ୍ରତି ପାଖାପାଖି ୧,୦୪,୭୬୧ କିଲୋମିଟର ବେଗରେ ଗତି କରୁଥିଲା। ଏହା ସେହି ଆପୋଲୋ ସମୂହର ଗ୍ରହାଣୁ ଯାହା ପୃଥିବୀ ନିମନ୍ତେ ବିପଦର କାରଣ ହୋଇପାରେ। 

ଏହି ଗ୍ରହାଣୁ ପୃଥିବୀ ଓ ସୂର୍ଯ୍ୟ ମଧ୍ୟ ଦେଇ ଯାଏ। ଏଣୁ କେବେ କେବେ ଏହା ପୃଥିବୀର ଅତି ନିକଟକୁ ମଧ୍ୟ ଆସିଯାଇଥାଏ। ଏହି ଗ୍ରହାଣୁ ସମୂହକୁ ୧୮୬୨ରେ ଆପୋଲୋ ଖୋଜିଥିଲେ। ଏଥି ପାଇଁ ଏହାର ନାମ ଆପୋଲୋ ଆଷ୍ଟ୍ରଏଡ ରଖାଯାଇଛି। ଏହି ଗ୍ରହାଣୁ ଗୁଡିକର ଖାସ କଥା ହେଉଛି ଏ ଗୁଡିକ ପୃଥିବୀ ବାଟେ ହିଁ ଅତିକ୍ରମ କରିଥାନ୍ତି । ୧୧୦ ଫୁଟର ଏହି ଗ୍ରହାଣୁ ଯଦି ପୃଥିବୀର ମାଧ୍ୟାକର୍ଷଣ ବଳ ଦ୍ୱାରା ଭିଡି ହୋଇ ଆସିଥାନ୍ତା ତେବେ ବଡ଼ଧରଣ ବିପର୍ଯ୍ୟୟ ରଚିଥାନ୍ତା। 

ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ‘ନାସା’ କହିଛନ୍ତି ଯେ ଯଦି ୨୦୨୪ ଆରଏନ-୧୬ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରିଥାନ୍ତା ତେବେ ଆକାଶରେ ୨୯ କିଲୋମିଟର ଉପରେ ବିସ୍ଫୋରଣ ହୋଇଥାନ୍ତା। ଏଥିରୁ ଏତେ ଶକ୍ତି ବାହାରିଥାନ୍ତା ଯାହା ୧୬ ମେଗାଟନ ଟିଏନଟି ସହ ସମାନ।  ଏହା ଦ୍ୱାରା ଭୟାନକ ସକ୍ ୱେଭ ସୃଷ୍ଟି ହୋଇଥାନ୍ତା ଓ ପୃଥିବୀ ପୃଷ୍ଠରେ ପ୍ରଳୟ ରଚିଥାନ୍ତା। ଏଭଳି ଘଟଣା ପ୍ରାୟ ୯୯୯ ବର୍ଷରେ ଥରେ ହୋଇଥାଏ। ତେବେ ଏହା ପୃଥିବୀକୁ ଅତି ପାଖରୁ ଅତିକ୍ରମ କରିଯାଇଛି। 

ନାସାଙ୍କ ସେଣ୍ଟର ଫର ନିୟର ଆର୍ଥ ଅବଜେକ୍ଟସ ଷ୍ଟଡି (ସିଏନଇଓଏସ୍) ଲଗାତାର ଏହି ଗ୍ରହାଣୁ ଉପରେ ନଜର ରଖି ରହିଥିଲେ। ଏହା ଛଡା ମାଇନର ପ୍ଲାନେଟ ସେଣ୍ଟର ମଧ୍ୟ ଏହାର ଅନୁଧ୍ୟାନ କରୁଥିଲା। ଗୋଲ୍ଡଷ୍ଟୋନ ସୋଲାର ସିଷ୍ଟମ ରାଡାରର ମଧ୍ୟ ଏହା ଉପରେ ନଜର ଥିଲା। ଯାହା ଦ୍ୱାରା ଗ୍ରହଣୁର ରାସ୍ତା ଓ ଗତି ସମ୍ପର୍କରେ ସୂଚନା ସଂଗ୍ରହ କରାଯାଇଥିଲା। ତେବେ ପୃଥିବୀ ପ୍ରତି ଗ୍ରହାଣୁ ବିପଦର କାରଣ ହୋଇ ନାହିଁ ଓ ତା କକ୍ଷପଥରେ ପୃଥିବୀଠୁ ଦୂରେଇ ଯାଇଛି।