ଇଣ୍ଡିଆନ୍ ପ୍ରିମିୟର ଲିଗ୍; ସଂଧ୍ୟାରେ ପଞ୍ଜାବ କିଙ୍ଗ୍‌ସ-ଏସଆରଏଚ୍ ଟକ୍କର, କ୍ଲାସେନ୍ ଶୋ’କୁ ଅପେକ୍ଷା

ଚଣ୍ଡିଗଡ଼: ଇଣ୍ଡିଆନ୍ ପ୍ରିମିୟର ଲିଗରେ ମଙ୍ଗଳବାର ଖେଳାଯିବ ୨୩ତମ ମ୍ୟାଚ୍ । ଚଣ୍ଡିଗଡ଼ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଘରୋଇ ଦଳ ପଞ୍ଜାବ କିଙ୍ଗ୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ । ଉଭୟ ଦଳ ଚଳିତ ଆଇପିଏଲରେ ୪ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଥିବାବେଳେ ୨ଟି ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ତେବେ ଆଜିର ମ୍ୟାଚ ବେଶ୍ ଗୁରୁତ୍ବପୂର୍ଣ୍ଣ ହେବ ବୋଲି କୁହାଯାଉଛି ।  ଆଜିର ମ୍ୟାଚ୍ ଜିତି ପଞ୍ଜାବ କିଙ୍ଗ୍ସ ଓ ସନ୍ ରାଇଜର୍ସ ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବେ । ଘରୋଇ ପଞ୍ଜାବ କିଙ୍ଗ୍ସ ଚଳିତ ଆଇପିଏଲରେ ସାମାନ୍ୟ ଅସନ୍ତୁଳିତ ଦଳ ମନେ ହେଉଛି । ଅନ୍ୟପଟେ ଏସଆରଏଚ୍ ପ୍ୟାଟ୍ କୁମିନଙ୍କୁ ନେତ୍ବତୃରେ ପ୍ରଭାବ ବିସ୍ତାର କରିଛି । ଦଳର ବ୍ୟାଟିଂ ଲାଇନ ଅଫ୍ ବହୁତ ସୃଦୃଢ଼ ରହିଛି । ବ୍ୟାଟିଂର ଉପର କ୍ରମରେ ଅଭିଷେକ୍ ଶର୍ମା, ମାକ୍ରମ ଓ କ୍ଲାସେନଙ୍କ ଧୁଆଁଧାର ବ୍ୟାଟିଂ କୌଣସି ବି ଦଳକୁ ବ୍ୟାକ୍ ଫୁଟକୁ ଠେଲି ଦେଉଛନ୍ତି । ସେପଟେ ପଞ୍ଜାବ କିଙ୍ଗସକୁ ଉଭୟ ବ୍ୟାଟିଂ ଓ ବୋଲିଂରେ ସଂଘର୍ଷ କରୁଥିଲେ ମଧ୍ୟ ଦଳଗତ ପ୍ରଦର୍ଶନକୁ ପ୍ରାଥମିକତା ଦେଉଛି ।ପୂର୍ବରୁ ରେକର୍ଡକୁ ଦେଖିଲେ ସନ ରାଇଜର୍ସ ଆଗରେ ରହିଛି । ଉଭୟ ଦଳ ପରସ୍ପରକୁ  ୨୧ଥର ଭେଟିଛନ୍ତି । ଏଥିରେ ୧୪ଟି ମ୍ୟାଚରେ ଏସଆରଏଚ୍ ବିଜୟୀ ହୋଇଛି । ସେହିପରି ପଞ୍ଜାବ କିଙ୍ଗସ ମାତ୍ର ୭ଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଛି । ବର୍ତ୍ତମାନର ସ୍ଥିତି ଦେଖିଲେ ହ

ଇଣ୍ଡିଆନ୍ ପ୍ରିମିୟର ଲିଗ୍; ସଂଧ୍ୟାରେ ପଞ୍ଜାବ କିଙ୍ଗ୍‌ସ-ଏସଆରଏଚ୍ ଟକ୍କର, କ୍ଲାସେନ୍ ଶୋ’କୁ ଅପେକ୍ଷା

ଚଣ୍ଡିଗଡ଼: ଇଣ୍ଡିଆନ୍ ପ୍ରିମିୟର ଲିଗରେ ମଙ୍ଗଳବାର ଖେଳାଯିବ ୨୩ତମ ମ୍ୟାଚ୍ । ଚଣ୍ଡିଗଡ଼ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଘରୋଇ ଦଳ ପଞ୍ଜାବ କିଙ୍ଗ୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ । ଉଭୟ ଦଳ ଚଳିତ ଆଇପିଏଲରେ ୪ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଥିବାବେଳେ ୨ଟି ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ତେବେ ଆଜିର ମ୍ୟାଚ ବେଶ୍ ଗୁରୁତ୍ବପୂର୍ଣ୍ଣ ହେବ ବୋଲି କୁହାଯାଉଛି ।  ଆଜିର ମ୍ୟାଚ୍ ଜିତି ପଞ୍ଜାବ କିଙ୍ଗ୍ସ ଓ ସନ୍ ରାଇଜର୍ସ ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବେ । 

ଘରୋଇ ପଞ୍ଜାବ କିଙ୍ଗ୍ସ ଚଳିତ ଆଇପିଏଲରେ ସାମାନ୍ୟ ଅସନ୍ତୁଳିତ ଦଳ ମନେ ହେଉଛି । ଅନ୍ୟପଟେ ଏସଆରଏଚ୍ ପ୍ୟାଟ୍ କୁମିନଙ୍କୁ ନେତ୍ବତୃରେ ପ୍ରଭାବ ବିସ୍ତାର କରିଛି । ଦଳର ବ୍ୟାଟିଂ ଲାଇନ ଅଫ୍ ବହୁତ ସୃଦୃଢ଼ ରହିଛି । ବ୍ୟାଟିଂର ଉପର କ୍ରମରେ ଅଭିଷେକ୍ ଶର୍ମା, ମାକ୍ରମ ଓ କ୍ଲାସେନଙ୍କ ଧୁଆଁଧାର ବ୍ୟାଟିଂ କୌଣସି ବି ଦଳକୁ ବ୍ୟାକ୍ ଫୁଟକୁ ଠେଲି ଦେଉଛନ୍ତି । ସେପଟେ ପଞ୍ଜାବ କିଙ୍ଗସକୁ ଉଭୟ ବ୍ୟାଟିଂ ଓ ବୋଲିଂରେ ସଂଘର୍ଷ କରୁଥିଲେ ମଧ୍ୟ ଦଳଗତ ପ୍ରଦର୍ଶନକୁ ପ୍ରାଥମିକତା ଦେଉଛି ।

ପୂର୍ବରୁ ରେକର୍ଡକୁ ଦେଖିଲେ ସନ ରାଇଜର୍ସ ଆଗରେ ରହିଛି । ଉଭୟ ଦଳ ପରସ୍ପରକୁ  ୨୧ଥର ଭେଟିଛନ୍ତି । ଏଥିରେ ୧୪ଟି ମ୍ୟାଚରେ ଏସଆରଏଚ୍ ବିଜୟୀ ହୋଇଛି । ସେହିପରି ପଞ୍ଜାବ କିଙ୍ଗସ ମାତ୍ର ୭ଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଛି । ବର୍ତ୍ତମାନର ସ୍ଥିତି ଦେଖିଲେ ହାଇଦ୍ରାବାଦର ମ୍ୟାଚ୍ ଜିତିବା ସମ୍ଭାବନା ଅଧିକ ରହିଛି । ବ୍ୟାଟିଂ ବିଭାଗ ବେଶ୍ ଶକ୍ତିଶାଳୀ ରହିଛି । ଟ୍ରେଭିସ୍ ହେଡ୍, ଅଭିଷେକ୍ ଶର୍ମା, ହେନରିକ୍ କ୍ଲାସେନ ଓ ଆଡେନ ମାକ୍ରମ ଚମତ୍କାର ଫର୍ମରେ ରହିଛନ୍ତି । ପେସ୍ ବିଭାଗରେ ମଧ୍ୟ ଯଥେଷ୍ଟ ଭିନ୍ନତା ରହିଛି ଭୁବନେଶ୍ବର କୁମାରଙ୍କ ସହ ଜୟଦେବ ଉନାକାତ ଓ ଟି ନଟରାଜନ ପେସ୍ ବୋଲିଂ ବିଭାଗ ସମ୍ଭାଳୁଛନ୍ତି ।

ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସ୍ ଅସନ୍ତୁଳିତ ଦଳ ମନେ ହେଉଛି । ଦଳ ୪ଟି ମ୍ୟାଚ ଖେଳି ୨ଟିରେ ବିଜୟୀ ହୋଇଛି । ଅଧିନାୟକ ଶିଖର ଧବନ, ଜନି ବେୟାରଷ୍ଟୋ ଓ ସାମ୍ କରନ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ବ୍ୟାଟିଂ ପ୍ରଦର୍ଶନ କରି ନାହାନ୍ତି । ମାତ୍ର ଆଶୁତୋଷ ଶର୍ମା ଓ ଶଶାଙ୍କ ସିଂହଙ୍କ ଭଳି ଅନକ୍ୟାପ୍ ଖେଳି ଦଳକୁ ସଫଳତାର ସହ ମ୍ୟାଚ୍ ଜିତାଇଛନ୍ତି । ତେବେ ଚଣ୍ଡିଗଡ଼ ଖେଳାଯିବାକୁ ଥିବା ଆଜିର ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରହିଛନ୍ତି । ସନ ରାଇଜର୍ସ ହାଇଦ୍ରବାଦ ବଡ଼ ସ୍କୋର କରିବା ନେଇ ଅନୁମାନ କରାଯାଉଛି ।