ଅଦାଲତ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ
ଓଡଗାଁ,୧।୫(ଆଦର୍ଶ କୁମାର ପଟ୍ଟନାୟକ): ଗୁରୁବାର ଓଡ଼ଗାଁ ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଇନ ସେବା ପ୍ରାଧିକରଣ ସଚିବ ତଥା ନବନିଯୁକ୍ତ ଓଡ଼ଗାଁ ଅତିରିକ୍ତ ଜିଲା ଦୌରାଜଜ ସଂଘମିତ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଓଡ଼ଗାଁ ଓକିଲ ସଂଘ ସଭା ଗୃହ ମଧ୍ୟରେ ପାଳିତ ହୋଇଯାଇଛି। ସଭାରେ ଓଡ଼ଗାଁ ଦେୱାନି ଅଦାଲତର ବିଚାରପତି ଜନ୍ମେଜୟ ଦାସ, ଓଡ଼ଗାଁ ଦେୱାନୀ(କନିଷ୍ଠ) ଅଦାଲତର ବିଚାରପତି ଶ୍ରୀହର ମୋହନ ଦାଶ, ଓକିଲ ସଂଘ ସଭାପତି ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ସାହୁ, ସମ୍ପାଦକ […] The post ଅଦାଲତ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ appeared first on Dharitri Odia News.
ଓଡଗାଁ,୧।୫(ଆଦର୍ଶ କୁମାର ପଟ୍ଟନାୟକ): ଗୁରୁବାର ଓଡ଼ଗାଁ ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଇନ ସେବା ପ୍ରାଧିକରଣ ସଚିବ ତଥା ନବନିଯୁକ୍ତ ଓଡ଼ଗାଁ ଅତିରିକ୍ତ ଜିଲା ଦୌରାଜଜ ସଂଘମିତ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଓଡ଼ଗାଁ ଓକିଲ ସଂଘ ସଭା ଗୃହ ମଧ୍ୟରେ ପାଳିତ ହୋଇଯାଇଛି।
ସଭାରେ ଓଡ଼ଗାଁ ଦେୱାନି ଅଦାଲତର ବିଚାରପତି ଜନ୍ମେଜୟ ଦାସ, ଓଡ଼ଗାଁ ଦେୱାନୀ(କନିଷ୍ଠ) ଅଦାଲତର ବିଚାରପତି ଶ୍ରୀହର ମୋହନ ଦାଶ, ଓକିଲ ସଂଘ ସଭାପତି ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ସାହୁ, ସମ୍ପାଦକ ବଟ କୃଷ୍ଣ ମିଶ୍ର, ସରକାରୀ ଓକିଲ ଇନ୍ଦୁ ଭୂଷଣ ମିଶ୍ର, ଯଜ୍ଞ ନାରାୟଣ ପାତ୍ର ଓ ପ୍ରମୋଦ ବିଶାଳ, ଆଇଜୀବୀ ଗୋବିନ୍ଦ ଚନ୍ଦ୍ର ସାହୁ, ପବିତ୍ର ମୋହନ ସାହୁ, ମହାଦେବ ବିଶାଳଙ୍କ ସମେତ ନିର୍ମାଣ ଶ୍ରମିକମାନେ ଯୋଗ ଦେଇଥିଲେ।
ବକ୍ତାମାନେ ଶ୍ରମିକମାନଙ୍କ ଦେଶଗଠନରେ ଭୂମିକା, ଅଧିକାର ଓ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରିଥିଲେ। ସଭାକୁ ଓଡ଼ଗାଁ ଆଇନ ସେବା ପ୍ରାଧିକରଣ ସଂଯୋଜିକା ଶ୍ରଦ୍ଧାଞ୍ଜଳି ରଥ ସଂଯୋଜନା କରିଥିଲେ।
The post ଅଦାଲତ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ appeared first on Dharitri Odia News.