ଅଦିତିଙ୍କ ସହ ଖୁବ୍ ଶୀଘ୍ର ବିବାହ କରିବେ ସିଦ୍ଧାର୍ଥ, ଅଭିନେତା କଲେ ଖୁଲସା
ମୁମ୍ଵାଇ ୦୭।୦୪: ଗତ କିଛି ଦିନ ତଳେ ଅଦିତି-ସିଦ୍ଧାର୍ଥ ତେଲେଙ୍ଗାନରେ ନିର୍ବନ୍ଧ କରିଥିଲେ। ବର୍ତ୍ତମାନ ସିଦ୍ଧାର୍ଥ ଏକ ଇଭେଣ୍ଟରେ ତାଙ୍କ ନିର୍ବନ୍ଧକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ସେ ଏହା ପୂର୍ବରୁ ଘୋଷଣା ନକରିବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ ପରେ ସେ ଇନଷ୍ଟାଗ୍ରାମରେ ତାଙ୍କ ମୁଦିର ଏକ ଫଟୋ ସହିତ ଅଫିସିଆଲ କରିଥିଲେ। ସିଦ୍ଧାର୍ଥ କହିଛନ୍ତି, 'ଅନେକ ଲୋକ ମୋତେ କହିଥିଲେ ଯେ ଆମେ ସିକ୍ରେଟ୍ ଭାବରେ ଆମର ନିର୍ବନ୍ଧ କରିଛୁ। କିନ୍ତୁ ମୋ ମତରେ ପରିବାର ସହିତ ବ୍ୟକ୍ତିଗତ ଏବଂ ସିକ୍ରେଟ୍ ଭଙ୍ଗରେ କିଛି କରିବାର ବଡ଼ ପାର୍ଥକ୍ୟ ଅଛି । ଯେଉଁମାନଙ୍କୁ ଆମେ ନିମନ୍ତ୍ରଣ ପଠାଇ ନାହୁଁ ସେମାନେ ଭାବନ୍ତି ଏହା ଏକ ସିକ୍ରେଟ୍ କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ଜାଣନ୍ତି ଯେ ଏହା ଏକ ବ୍ୟକ୍ତିଗତ ଇଭେଣ୍ଟ। ଯେଉଁଠାରେ କେବଳ ଆମର ଘନିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ଅଭିନେତା ଆହୁରି କହିଛନ୍ତି, 'ବିବାହର ତାରିଖ ପରିବାର ଲୋକମାନଙ୍କ ଦ୍ଵାରା ସ୍ଥିର କରାଯିବ । ଏହା କୌଣସି ଫିଲ୍ମ ଶୁଟିଂ ତାରିଖ ନୁହେଁ ଯେଉଁଥିରେ ମୁଁ ନିଷ୍ପତ୍ତି ନେବି। ସେମାନେ ଥରେ ଏହି ନିଷ୍ପତ୍ତି ନେଲେ, ଏହା ଠିକ୍ ସମୟରେ ହିଁ ହୋଇପାରିବ। କହିବାକୁ ଗଲେ ମାର୍ଚ୍ଚ ୨୮ରେ, ଅଦିତି ସିଦ୍ଧାର୍ଥଙ୍କ ସହ ତାଙ୍କର ନିର୍ବନ୍ଧର ଫଟୋ ସେୟାର କରିଥିଲେ। ଅଦିତି ରାଓ ହାଇଦରି ଏବଂ ତେଲୁଗୁ ଅଭିନେତା ସିଦ୍ଧାର୍ଥ ପ୍ରଥ
ମୁମ୍ଵାଇ ୦୭।୦୪: ଗତ କିଛି ଦିନ ତଳେ ଅଦିତି-ସିଦ୍ଧାର୍ଥ ତେଲେଙ୍ଗାନରେ ନିର୍ବନ୍ଧ କରିଥିଲେ। ବର୍ତ୍ତମାନ ସିଦ୍ଧାର୍ଥ ଏକ ଇଭେଣ୍ଟରେ ତାଙ୍କ ନିର୍ବନ୍ଧକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ସେ ଏହା ପୂର୍ବରୁ ଘୋଷଣା ନକରିବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ ପରେ ସେ ଇନଷ୍ଟାଗ୍ରାମରେ ତାଙ୍କ ମୁଦିର ଏକ ଫଟୋ ସହିତ ଅଫିସିଆଲ କରିଥିଲେ।

ସିଦ୍ଧାର୍ଥ କହିଛନ୍ତି, 'ଅନେକ ଲୋକ ମୋତେ କହିଥିଲେ ଯେ ଆମେ ସିକ୍ରେଟ୍ ଭାବରେ ଆମର ନିର୍ବନ୍ଧ କରିଛୁ। କିନ୍ତୁ ମୋ ମତରେ ପରିବାର ସହିତ ବ୍ୟକ୍ତିଗତ ଏବଂ ସିକ୍ରେଟ୍ ଭଙ୍ଗରେ କିଛି କରିବାର ବଡ଼ ପାର୍ଥକ୍ୟ ଅଛି । ଯେଉଁମାନଙ୍କୁ ଆମେ ନିମନ୍ତ୍ରଣ ପଠାଇ ନାହୁଁ ସେମାନେ ଭାବନ୍ତି ଏହା ଏକ ସିକ୍ରେଟ୍ କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ଜାଣନ୍ତି ଯେ ଏହା ଏକ ବ୍ୟକ୍ତିଗତ ଇଭେଣ୍ଟ। ଯେଉଁଠାରେ କେବଳ ଆମର ଘନିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ଅଭିନେତା ଆହୁରି କହିଛନ୍ତି, 'ବିବାହର ତାରିଖ ପରିବାର ଲୋକମାନଙ୍କ ଦ୍ଵାରା ସ୍ଥିର କରାଯିବ । ଏହା କୌଣସି ଫିଲ୍ମ ଶୁଟିଂ ତାରିଖ ନୁହେଁ ଯେଉଁଥିରେ ମୁଁ ନିଷ୍ପତ୍ତି ନେବି। ସେମାନେ ଥରେ ଏହି ନିଷ୍ପତ୍ତି ନେଲେ, ଏହା ଠିକ୍ ସମୟରେ ହିଁ ହୋଇପାରିବ।
କହିବାକୁ ଗଲେ ମାର୍ଚ୍ଚ ୨୮ରେ, ଅଦିତି ସିଦ୍ଧାର୍ଥଙ୍କ ସହ ତାଙ୍କର ନିର୍ବନ୍ଧର ଫଟୋ ସେୟାର କରିଥିଲେ। ଅଦିତି ରାଓ ହାଇଦରି ଏବଂ ତେଲୁଗୁ ଅଭିନେତା ସିଦ୍ଧାର୍ଥ ପ୍ରଥମେ ୨୦୨୧ ଚଳଚ୍ଚିତ୍ର ମହାସମୁଦ୍ରମର ସେଟରେ ସାକ୍ଷାତ ହୋଇଥିଲେ । ଚଳଚ୍ଚିତ୍ରଟି ଅଧିକ ପ୍ରଶଂସା ପାଇନଥିଲେ ମଧ୍ୟ ଏହା ସେମାନଙ୍କୁ ଏକାଠି କରିଥିଲା । ଏହି ଫିଲ୍ମର ସୁଟିଂ ସମୟରେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ।

ତେବେ ୩୭ ବର୍ଷ ବୟସର ଅଭିନେତ୍ରୀ ଅଦିତି ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ପ୍ରେମରେ ପଡିଛନ୍ତି। ଏହା ପୂର୍ବରୁ ଅଭିନେତ୍ରୀ ସତ୍ୟଦୀପ ମିଶ୍ରାଙ୍କୁ ୨୦୦୯ରେ ବିବାହ କରିଥିଲେ। ଯିଏ ବର୍ତ୍ତମାନ ମାସାବା ଗୁପ୍ତାଙ୍କ ସ୍ୱାମୀ । ସେମାନେ ୨୦୧୩ ରେ ଛାଡପତ୍ର ନେଇଥିଲେ। ଅନ୍ୟପଟେ ସିଦ୍ଧାର୍ଥ ୨୦୦୩ରେ ମେଘନା ନାରାୟଣଙ୍କୁ ବିବାହ କରିଥିଲେ ଏବଂ ୨୦୦୭ରେ ଛାଡପତ୍ର ହୋଇଥିଲା। ଏହିପରି, ଏହି ଏବେ ଦୁହେଁ ପୁଣି ଥରେ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ।