ଅଦିନିଆ ବର୍ଷା ସହ କୁଆପଥର ମାଡ ନଷ୍ଟ କରିଦେଇଛି ପନିପରିବା ଚାଷ, କେମିତି ସୁଝିବ କରଜ ଚିନ୍ତାରେ ଚାଷୀ

ବିନିକା ୨୩।୩: ସୁନାର ଫସଲକୁ ଉଜାଡି ଦେଇ ଯାଇଛି କାଳବୈଶାଖି ଅଦିନିଆ ବର୍ଷା ସହ କୁଆପଥର ମାଡ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଲରେ l ବିନିକା ଅଞ୍ଚଳରେ ଅଧିକାଂଶ ଲୋକେ ଧାନ ଚାଷ ସହ ପନିପରିବା ଚାଷ ଉପରେ ନିର୍ଭର କରିଥାନ୍ତି l ହେଲେ ଅନେକ ସମୟରେ ବର୍ଷାର ଅଭାବ ଯୋଗୁଁ କିମ୍ବା ଅଦିନିଆ ବର୍ଷା ପ୍ରଭାବରେ ଅନେକ ଚାଷୀ ବହୁ କ୍ଷତିଗ୍ରସ୍ତ ହୋଇଥାନ୍ତି ।ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ଗ୍ରାମାଞ୍ଚଳର ଅନେକ ଲୋକେ ବିଭିନ୍ନ ପନିପରିବା ଚାଷ କରି ନିଜ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ବିନିକା ସହର ଠାରେ ପ୍ରତ୍ୟେକ ଦିନ ବଜାର ବସିଥିବାରୁ ଆଖପାଖ ଗାଁର ଲୋକେ ବହୁମାତ୍ରାରେ ପନିପରିବା ଚାଷ କରି ଭଲ ଦୁଇପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିଥାନ୍ତି । କାଳବୈଶାଖୀ ସାଙ୍ଗକୁ ଅଦିନିଆ  ବର୍ଷା ଓ କୁଆପଥର ମାଡ ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି l ଯେଉଁଥି ପାଇଁ ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି ଏବଂ ଆର୍ଥିକ ସଂକଟରେ ପଡିଛନ୍ତି ଚାଷୀ ।କାଳବୈଶାଖୀ ସହ ବର୍ଷା ଦ୍ୱାରା  ସବୁ ଫସଲ ପଚିଯାଇ ନଷ୍ଟ ହୋଇଯାଇଛି । ଗତ ତିନିଦିନ ଲଗାଣ ବର୍ଷା ପରେ ଫସଲକୁ ଅମଳ ପାଇଁ ବାଡିକୁ ଯିବା ପାଇଁ ଇଚ୍ଛା କରୁନି ଚାଷୀ, କାହିଁକି ନା ବାଡ଼ିରେ ଆଉ କିଛି ବି ପନିପରିବା ନାହିଁ । ସବୁ  ଉଜାଡି ଦେଇଛି ଅଦିନିଆ ବର୍ଷା । ଚାଷୀ ଟଙ୍କା ଧାର, କରଜ କରି ଚାଷ   କରିଥିଲେ । ହେଲେ ଏବେ ଚିନ୍ତାରେ ସେ କ

ଅଦିନିଆ ବର୍ଷା ସହ କୁଆପଥର ମାଡ ନଷ୍ଟ କରିଦେଇଛି ପନିପରିବା ଚାଷ, କେମିତି ସୁଝିବ କରଜ ଚିନ୍ତାରେ ଚାଷୀ

ବିନିକା ୨୩୩: ସୁନାର ଫସଲକୁ ଉଜାଡି ଦେଇ ଯାଇଛି କାଳବୈଶାଖି ଅଦିନିଆ ବର୍ଷା ସହ କୁଆପଥର ମାଡ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଲରେ l ବିନିକା ଅଞ୍ଚଳରେ ଅଧିକାଂଶ ଲୋକେ ଧାନ ଚାଷ ସହ ପନିପରିବା ଚାଷ ଉପରେ ନିର୍ଭର କରିଥାନ୍ତି l ହେଲେ ଅନେକ ସମୟରେ ବର୍ଷାର ଅଭାବ ଯୋଗୁଁ କିମ୍ବା ଅଦିନିଆ ବର୍ଷା ପ୍ରଭାବରେ ଅନେକ ଚାଷୀ ବହୁ କ୍ଷତିଗ୍ରସ୍ତ ହୋଇଥାନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ଗ୍ରାମାଞ୍ଚଳର ଅନେକ ଲୋକେ ବିଭିନ୍ନ ପନିପରିବା ଚାଷ କରି ନିଜ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ବିନିକା ସହର ଠାରେ ପ୍ରତ୍ୟେକ ଦିନ ବଜାର ବସିଥିବାରୁ ଆଖପାଖ ଗାଁର ଲୋକେ ବହୁମାତ୍ରାରେ ପନିପରିବା ଚାଷ କରି ଭଲ ଦୁଇପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିଥାନ୍ତି । କାଳବୈଶାଖୀ ସାଙ୍ଗକୁ ଅଦିନିଆ  ବର୍ଷା ଓ କୁଆପଥର ମାଡ ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି l ଯେଉଁଥି ପାଇଁ ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି ଏବଂ ଆର୍ଥିକ ସଂକଟରେ ପଡିଛନ୍ତି ଚାଷୀ ।

କାଳବୈଶାଖୀ ସହ ବର୍ଷା ଦ୍ୱାରା  ସବୁ ଫସଲ ପଚିଯାଇ ନଷ୍ଟ ହୋଇଯାଇଛି । ଗତ ତିନିଦିନ ଲଗାଣ ବର୍ଷା ପରେ ଫସଲକୁ ଅମଳ ପାଇଁ ବାଡିକୁ ଯିବା ପାଇଁ ଇଚ୍ଛା କରୁନି ଚାଷୀ, କାହିଁକି ନା ବାଡ଼ିରେ ଆଉ କିଛି ବି ପନିପରିବା ନାହିଁ । ସବୁ  ଉଜାଡି ଦେଇଛି ଅଦିନିଆ ବର୍ଷା । ଚାଷୀ ଟଙ୍କା ଧାର, କରଜ କରି ଚାଷ   କରିଥିଲେ । ହେଲେ ଏବେ ଚିନ୍ତାରେ ସେ କରଜ ସୁଝିବେ କେମିତି । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ବିନିକା ଅଞ୍ଚଳରେ ପନିପରିବା ଚାଷ ସହ ଧାନ ଚାଷ ଉପରେ ମଧ୍ୟ ପ୍ରଭାବ ପକାଇଛି ଅଦିନିଆ ବର୍ଷା l ଧାନ ଚାଷ କରୁଥିବା ଚାଷୀ ଧାନ ଠିକ୍ ଭାବରେ ଅମଳ କରିବା ଆଶା ନେଇ ଔଷଧ କୀଟନାଶକ ସିଞ୍ଚନ କରିଥିଲା l ହେଲେ କିଛି ସମୟର କାଳବୈଶାଖୀ ଅଦିନିଆ ବର୍ଷା ସହ କୁଆପଥର ମାଡରେ ଧାନ ଗଛରେ ସିଞ୍ଚନ କରିଥିବା ଔଷଧ କୀଟନାଶକ ସବୁ ଧୋଇ ହୋଇଯାଇଛି l ଚାଷୀ ସୁନାର ଫସଲକୁ ବଞ୍ଚାଇବା ପାଇଁ ପୁଣି ନିଜ ଚାଷ ଜମିରେ ଔଷଧ କୀଟନାଶକ ପ୍ରୟୋଗ କରୁଥିବ ଚାଷୀ କହିଛନ୍ତି l 

You Can Read :

ଯୁବପିଢିଙ୍କ ଭବିଷ୍ୟତ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ : ବିଜେଡି