ଅଦିନିଆ ବର୍ଷାରେ ବେହାଲ ଚାଷୀ, ପାଚିଲା ଧାନ ବିଲରେ ପଡ଼ି ଗଜା ହେବାକୁ ବସିଲାଣି

ଭୁବନେଶ୍ଵର: ଦୁଇଦିନ ହେଲା ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି ବର୍ଷା। ଜାରି ରହିଛି କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା।   ବର୍ଷା ଯୋଗୁଁ ବିଲରେ ଅମଳ ଧାନ ଗଜା ହେବା ଅବସ୍ଥାକୁ ଆସିଲାଣି। ଏଭଳି ସ୍ଥିତିରେ ଚାଷୀ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ସେହିପରି ମଣ୍ଡିରେ ପଡିଥିବା ଧାନ ବି ବର୍ଷାରେ ଭିଜୁଥିବାର ଦେଖାଯାଇଛି। ଆସନ୍ତାକାଲି ମଧ୍ୟ ରାଜ୍ୟରେ କୋହଲା ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗର ସୂଚନା। ଅଦିନିଆ ବର୍ଷାରେଚାଷୀର ଦୁର୍ଦ୍ଦଶା ଦୁଇଗୁଣା କରିଛି। ପାଚିଲା ଧାନ ବିଲରେ ପଡ଼ି ଗଜା ହେବାକୁ ବସିଲାଣି। ପାଣିରେ ଲୋଟିଛି ଧାନ ଗଛ ଆଉ ଝଡ଼ିପଡ଼ିଲାଣି ଭିଜା ଧାନ।  ଦକ୍ଷିଣରୁ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ଆଜି ବି ଜାରି ରହିଛି ବର୍ଷା ସାଙ୍ଗକୁ କୋହଲା ପାଗ। ଜଗତସିଂହପୁରରୁ ଛତ୍ରପୁର, ଚାନ୍ଦବାଲିରୁ କଳାହାଣ୍ଡି।  ସବୁଠି ଚାଷୀଙ୍କ ମେରୁଦଣ୍ଡକୁ ବାରମ୍ବାର ପାହାର ମାରିଛି ବର୍ଷା। ଆପ୍ରାଣ ଉଦ୍ୟମ କରୁଛି ଚାଷୀ। କେଉଁଠି ଭାଡ଼ିମାରି ଧାନ ମାଡୁଛି, ଆଶା ପାଣି ନିଗିଡିଗଲେ ଧାନ କୁଞ୍ଚାଏ ବଞ୍ଚିଯିବ। ସେହିପରି ବିଲରେ ଜମା ହୋଇଥିବା ପାଣିକୁ ମାହାରା କରି କାଟିବାକୁ ଚେଷ୍ଟା କରୁଛି ଚାଷୀ।   ଯେଉଁମାନେ ବିଲରୁ ଅମଳ କରିନେଇ ଆସିଛନ୍ତି ସେମାନେ ଯେ ବର୍ତ୍ତି ଯାଇଛନ୍ତି ସେ କଥା ନୁହେଁ।  ଖଳାରେ ଯେଉଁମାନେ ଗଦା ମାରି ପାରିନାହାନ୍ତି ପାଲ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି। ସେହିପରି ଏ ଦୃଶ୍ୟ ହେଉଛି କଳାହ

ଅଦିନିଆ ବର୍ଷାରେ ବେହାଲ ଚାଷୀ, ପାଚିଲା ଧାନ ବିଲରେ ପଡ଼ି ଗଜା ହେବାକୁ ବସିଲାଣି

ଭୁବନେଶ୍ଵର: ଦୁଇଦିନ ହେଲା ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି ବର୍ଷା। ଜାରି ରହିଛି କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା।   ବର୍ଷା ଯୋଗୁଁ ବିଲରେ ଅମଳ ଧାନ ଗଜା ହେବା ଅବସ୍ଥାକୁ ଆସିଲାଣି। ଏଭଳି ସ୍ଥିତିରେ ଚାଷୀ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ସେହିପରି ମଣ୍ଡିରେ ପଡିଥିବା ଧାନ ବି ବର୍ଷାରେ ଭିଜୁଥିବାର ଦେଖାଯାଇଛି। ଆସନ୍ତାକାଲି ମଧ୍ୟ ରାଜ୍ୟରେ କୋହଲା ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗର ସୂଚନା। 

ଅଦିନିଆ ବର୍ଷାରେଚାଷୀର ଦୁର୍ଦ୍ଦଶା ଦୁଇଗୁଣା କରିଛି। ପାଚିଲା ଧାନ ବିଲରେ ପଡ଼ି ଗଜା ହେବାକୁ ବସିଲାଣି। ପାଣିରେ ଲୋଟିଛି ଧାନ ଗଛ ଆଉ ଝଡ଼ିପଡ଼ିଲାଣି ଭିଜା ଧାନ।  ଦକ୍ଷିଣରୁ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ଆଜି ବି ଜାରି ରହିଛି ବର୍ଷା ସାଙ୍ଗକୁ କୋହଲା ପାଗ। ଜଗତସିଂହପୁରରୁ ଛତ୍ରପୁର, ଚାନ୍ଦବାଲିରୁ କଳାହାଣ୍ଡି।  ସବୁଠି ଚାଷୀଙ୍କ ମେରୁଦଣ୍ଡକୁ ବାରମ୍ବାର ପାହାର ମାରିଛି ବର୍ଷା। ଆପ୍ରାଣ ଉଦ୍ୟମ କରୁଛି ଚାଷୀ। କେଉଁଠି ଭାଡ଼ିମାରି ଧାନ ମାଡୁଛି, ଆଶା ପାଣି ନିଗିଡିଗଲେ ଧାନ କୁଞ୍ଚାଏ ବଞ୍ଚିଯିବ। ସେହିପରି ବିଲରେ ଜମା ହୋଇଥିବା ପାଣିକୁ ମାହାରା କରି କାଟିବାକୁ ଚେଷ୍ଟା କରୁଛି ଚାଷୀ।   

ଯେଉଁମାନେ ବିଲରୁ ଅମଳ କରିନେଇ ଆସିଛନ୍ତି ସେମାନେ ଯେ ବର୍ତ୍ତି ଯାଇଛନ୍ତି ସେ କଥା ନୁହେଁ।  ଖଳାରେ ଯେଉଁମାନେ ଗଦା ମାରି ପାରିନାହାନ୍ତି ପାଲ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି। ସେହିପରି ଏ ଦୃଶ୍ୟ ହେଉଛି କଳାହାଣ୍ଡିର । ଏଠାରେ ଧାନବସ୍ତା ତଳେ ଥୁଆ ହୋଇଛି ଆଉ ବର୍ଷା ପାଣିରେ ଭିଜୁଛି। ଲୋକେ ପାଲ ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଛନ୍ତି ହେଲେ ଓଦା ଧାନ ଏବେ ବିକ୍ରି ହେବା ଉପରେ ଲାଗିଲାଣି ପ୍ରଶ୍ନବାଚୀ। ତେଣୁ ଏଭଳି ସ୍ଥିତିରେ ଚାଷୀ କଣ କରିବ ଜାଣିପାରୁନି। 

ଖାଲି ଧାନ ଚାଷୀ ନୁହନ୍ତି ପରିବା ଚାଷୀ ବି ଏବେ ପରିବାର ପୋଷଣ ଚିନ୍ତାରେ ପଡ଼ିଲେଣି। କାରଣ ଅଦିନିଆ ବର୍ଷାରେ ପରିବା ମାଡ଼ ଖାଇଲାଣି। ଆସ୍କାର ଭେଟ୍ଟନଈ ଜଗତ ପଢିଆରର  ଏକର ବାଇଗଣ ଚାଷ କରିଥିଲେ ଚାଷୀ । ହେଲେ ଅଦିନିଆ ବର୍ଷାରେ ବାଇଗଣ ପଚିଗଲା, ଗଛ ବି ପଚିଗଲାଣି। ସେମିତି କୋବି ଫସଲ, ବିଲାତି ବାଇଗଣ, ଚାଷ ପ୍ରଭାବିତ ହୋଇଛି। ଗଛ ମୂଳରୁ ପାଣି ନକାଟିଲେ ଗଛ ପଚିଯିବାର ଆଶଙ୍କା। 

ଏଣେ ଲଘୁଚାପ ବର୍ଷା କଲବଲ କରୁଛି। ଦେହ କାଲୁଆ ମାରିଯାଉଛି ଯେ ଘରୁ ବାହାରିବା ମୁସ୍କିଲ। ଉପକୂଳ ଏବଂ ଦକ୍ଷିଣରେ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି ।  ରାଜ୍ୟରେ ଆହୁରି ୨୪ ଘଣ୍ଟା ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କାଲି ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ନବରଙ୍ଗପୁର, କଳାହାଣ୍ଡି, ଗଜପତି , ଖୋର୍ଦ୍ଧା, କଟକ , କେନ୍ଦ୍ରାପଡା ଆଦି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।   କୋହଲା ପାଗ ସାଙ୍ଗକୁ ବର୍ଷା ଓ କୁହୁଡ଼ି। ବାହାରକୁ ବାହାରି ହେଉନି। ଏଭଳି ଥଣ୍ଡାରେ ସକାଳୁ ବିଲରେ ପଡ଼ିଛି ଚାଷୀ । କେମିତି ବି ହେଉ ଅମଳ ଧାନ ଗଣ୍ଡାକ ବର୍ତ୍ତି ଯାଉ।