ଅଧରାତିରେ ଲାଞ୍ଚ ନେଉଥିଲେ ଏଏସଆଇ, ହୋମଗାର୍ଡ: ମାଡ଼ିବସିଲା ଭିଜିଲାନ୍ସ
ଖୋର୍ଦ୍ଧା,୨୪।୫(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଭିଜିଲାନ୍ସ ଜାଲରେ ବାଙ୍କୋଇ ଫାଣ୍ଡି ଏଏସଆଇ ଓ ହୋମଗାର୍ଡ। ଲାଞ୍ଚ ନେଇ ଧରାପଡିଲେ ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପିକେ ସୁନ୍ଦରାୟ। ଏକ କେସ ଡାଇରୀରୁ ନା ହଟାଇବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ। ତୁଷାରଙ୍କ ବାଙ୍କୋଇ ଠାରେ ରହୁଥିବା ଘରେ ଭିଜିଲାନ୍ସ ଟିମ କରୁଛି ଯାଞ୍ଚ। ଉଭୟଙ୍କୁ ଭିଜିଲାନ୍ସ ଖୋର୍ଦ୍ଧା ପରେ ଭୁବନେଶ୍ବରକୁ ନେଇଯାଇଛି। ଭିଜିଲାନ୍ସ ଡିଏସପି ବ୍ରଜକିଶୋର ସାହୁ ସୂଚନା […] The post ଅଧରାତିରେ ଲାଞ୍ଚ ନେଉଥିଲେ ଏଏସଆଇ, ହୋମଗାର୍ଡ: ମାଡ଼ିବସିଲା ଭିଜିଲାନ୍ସ appeared first on Dharitri Odia News.
ଖୋର୍ଦ୍ଧା,୨୪।୫(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଭିଜିଲାନ୍ସ ଜାଲରେ ବାଙ୍କୋଇ ଫାଣ୍ଡି ଏଏସଆଇ ଓ ହୋମଗାର୍ଡ। ଲାଞ୍ଚ ନେଇ ଧରାପଡିଲେ ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପିକେ ସୁନ୍ଦରାୟ। ଏକ କେସ ଡାଇରୀରୁ ନା ହଟାଇବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ। ତୁଷାରଙ୍କ ବାଙ୍କୋଇ ଠାରେ ରହୁଥିବା ଘରେ ଭିଜିଲାନ୍ସ ଟିମ କରୁଛି ଯାଞ୍ଚ। ଉଭୟଙ୍କୁ ଭିଜିଲାନ୍ସ ଖୋର୍ଦ୍ଧା ପରେ ଭୁବନେଶ୍ବରକୁ ନେଇଯାଇଛି। ଭିଜିଲାନ୍ସ ଡିଏସପି ବ୍ରଜକିଶୋର ସାହୁ ସୂଚନା ଦେଇଛନ୍ତି।
ଶୁକ୍ରବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ଥାନାରେ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଟିମ ତାଙ୍କୁ କାବୁ କରିଥିଲା। ତାଙ୍କଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିଥିଲା। ପ୍ରକାଶ ତୁଷାର ନିକଟରେ ଉଲ୍ଲେଖନୀୟ ସେବା ପାଇଁ ଜିଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ।
The post ଅଧରାତିରେ ଲାଞ୍ଚ ନେଉଥିଲେ ଏଏସଆଇ, ହୋମଗାର୍ଡ: ମାଡ଼ିବସିଲା ଭିଜିଲାନ୍ସ appeared first on Dharitri Odia News.