ଅଧା ବାଟରେ ଫସିଲା ପ୍ରଭୁ ବଳଦେବ ଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ

ଆଜି ନିର୍ଦ୍ଧାରିତ ସମୟରେ ବ୍ରହ୍ମ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ଅତି ଶ୍ରଦ୍ଧାରେ ପ୍ରଭୁ ବଳଦେବ ଜୀଉଙ୍କ ରଥକୁ ଟାଣି ନେଉଥିଲେ। ଦେବୋତ୍ତର କାର୍ଯ୍ୟାଳୟ ପାର୍ଶ୍ୱରେ ହଠାତ୍‌ ରଥ ବାମ ମୋଡ ନେଇ ଟ୍ରାକ୍‌ ବାହାରକୁ ଚାଲି ଯାଇଥିଲା।

ଅଧା ବାଟରେ ଫସିଲା ପ୍ରଭୁ ବଳଦେବ ଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ

ଅଧା ବାଟରେ ଫସିଲା କେନ୍ଦ୍ରପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ। ଶ୍ରଦ୍ଧାଳୁମାନେ ଟାଣି ନେଲା ବେଳେ ଦେବୋତ୍ତର କାର୍ଯ୍ୟାଳୟ ପାଖରେ ବାମ ମୋଡ଼ ନେଇ ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ। ମେସିନ ସାହାଯ୍ୟରେ ରଥକୁ ଟ୍ରାକ୍‌କୁ ଆଣିବାକୁ ଉଦ୍ୟମ ଚାଲିଛି।

ଆଜି ନିର୍ଦ୍ଧାରିତ ସମୟରେ ବ୍ରହ୍ମ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ଅତି ଶ୍ରଦ୍ଧାରେ ପ୍ରଭୁ ବଳଦେବ ଜୀଉଙ୍କ ରଥକୁ ଟାଣି ନେଉଥିଲେ। ଦେବୋତ୍ତର କାର୍ଯ୍ୟାଳୟ ପାର୍ଶ୍ୱରେ ହଠାତ୍‌ ରଥ ବାମ ମୋଡ ନେଇ ଟ୍ରାକ୍‌ ବାହାରକୁ ଚାଲି ଯାଇଥିଲା। ଯେତେ ଚେଷ୍ଟା କରିଥିଲେ ମଧ୍ୟ ରଥ ଉଠାଯାଇପାରି ନଥିଲା। ଶେଷରେ ପ୍ରଶାସନ ରେଲୱେର ହାଇଡ୍ରୋଲିକ ଜ୍ୟାକ୍‌ର ସାହାଯ୍ୟ ନେଇଥିଲା। ବର୍ତ୍ତମାନ ଜ୍ୟାକ୍‌ର ମାଧ୍ୟମରେ ରଥକୁ ଟ୍ରାକ୍‌କୁ ଅଣା ଯାଉଛି। ଚକ ଉଠିବା ପରେ ରଥ ପୁଣି ଥରେ ଗଡ଼ିବ। ସନ୍ଧ୍ୟା ୬.୨୫ ମିନିଟ୍‌ ପୂର୍ବରୁ ରଥ ପହଞ୍ଚିବ ବୋଲି ସେବାୟତ ଓ ଆୟୋଜକମାନେ ଆଶା ବ୍ୟକ୍ତ କରିଛନ୍ତି।

ରଥର ଡାହୁକ କହିଛନ୍ତି, ଏଥିରେ କାହାର କିଛି ଭୁଲ୍‌ ନାହିଁ। ସବୁ ସେହି ପ୍ରଭୁଙ୍କ ଲୀଳା। ସବୁକିଛି ଠିକ୍‌ଠାକ୍ ହୋଇଯିବ। ପ୍ରଭୁ ନିର୍ଦ୍ଧାରିତ ସମୟରେ ପହଞ୍ଚିବେ ବୋଲି ଡାହୁକ କହିଛନ୍ତି।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ