ଅଧାରୁ ଫେରିଲା ଲେହ ଯାଉଥିବା ବିମାନ, ପକ୍ଷୀ ମାଡ଼ ଯୋଗୁଁ ଇଞ୍ଜିନ୍ରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି
ନୂଆଦିଲ୍ଲୀ: ଅଧାବାଟରୁ ଦିଲ୍ଲୀ ଫେରିଲା ଲେହ ଯାଉଥିବା ସ୍ପାଇସଜେଟର ବିମାନ। ସୂଚନା ଅନୁଯାୟୀ, ରବିବାର ବିମାନର ୨ୟ ଇଞ୍ଜିନ୍ରେ ପକ୍ଷୀ ମାଡ଼ ହେବା କାରଣରୁ ବିମାନରେ କିଛି ତ୍ରୁଟି ଦେଖାଦେଇଥିଲା। ଏମିତିରେ ଜରୁରୀ ଅବତରଣ କରାଯାଇଥିଲା। ଅଧିକାରୀଙ୍କ ସୂଚନା ଅନୁଯାୟୀ, ସ୍ପାଇସଜେଟ୍ରେ ବି୭୩୭ ଏୟାରକ୍ରାଫ୍ଟ ସକାଳ ସାଢ଼େ ୧୦ଟାରେ ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରରୁ ଲେହ ଅଭିମୁଖେ ଉଡ଼ାଣ ଭରିଥିଲା। ମାତ୍ର ଉଡ଼ାଣ ଭରିବାର କିଛି ସମୟ ପରେ ବିମାନର ଦୁଇ ନଂ ଇଞ୍ଜିନରେ ଏକ ପକ୍ଷୀ ମାଡ଼ ହୋଇଥିଲା। ଏହା ଦ୍ବାରା ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା। ଫଳରେ ବିମାନକୁ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଥିଲା।ତେବେ ଅଧିକାରୀଙ୍କ କହିବା ଅନୁଯାୟୀ, ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା। ଯାତ୍ରୀମାନେ ମଧ୍ୟ ସୁରକ୍ଷିତ ଅଛନ୍ତି। ଏହି ସମୟରେ ବିମାନରେ ୧୩୫ ଜଣ ରହିଥିଲେ।
ନୂଆଦିଲ୍ଲୀ: ଅଧାବାଟରୁ ଦିଲ୍ଲୀ ଫେରିଲା ଲେହ ଯାଉଥିବା ସ୍ପାଇସଜେଟର ବିମାନ। ସୂଚନା ଅନୁଯାୟୀ, ରବିବାର ବିମାନର ୨ୟ ଇଞ୍ଜିନ୍ରେ ପକ୍ଷୀ ମାଡ଼ ହେବା କାରଣରୁ ବିମାନରେ କିଛି ତ୍ରୁଟି ଦେଖାଦେଇଥିଲା। ଏମିତିରେ ଜରୁରୀ ଅବତରଣ କରାଯାଇଥିଲା।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ସ୍ପାଇସଜେଟ୍ରେ ବି୭୩୭ ଏୟାରକ୍ରାଫ୍ଟ ସକାଳ ସାଢ଼େ ୧୦ଟାରେ ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରରୁ ଲେହ ଅଭିମୁଖେ ଉଡ଼ାଣ ଭରିଥିଲା। ମାତ୍ର ଉଡ଼ାଣ ଭରିବାର କିଛି ସମୟ ପରେ ବିମାନର ଦୁଇ ନଂ ଇଞ୍ଜିନରେ ଏକ ପକ୍ଷୀ ମାଡ଼ ହୋଇଥିଲା। ଏହା ଦ୍ବାରା ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା। ଫଳରେ ବିମାନକୁ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଥିଲା।
ତେବେ ଅଧିକାରୀଙ୍କ କହିବା ଅନୁଯାୟୀ, ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା। ଯାତ୍ରୀମାନେ ମଧ୍ୟ ସୁରକ୍ଷିତ ଅଛନ୍ତି। ଏହି ସମୟରେ ବିମାନରେ ୧୩୫ ଜଣ ରହିଥିଲେ।