ଅଧାରେ ରହିଗଲା ଜଗା ଦର୍ଶନ, ଅଟୋରେ ପୁରୀ ବାହାରିଥିବା ବେଳେ ପିଟିଦେଇ ଚାଲିଗଲା ଟ୍ରକ୍‌

ନିରାକାରପୁର,୩।୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଅଧାରେ ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ। ପୁରୀକୁ ଯିବା ନିମନ୍ତେ ଘରୁ ବାହାରିଥିବା ବେଳେ ବାଟରେ ଘଟିଲା ଦୁର୍ଘଟଣା। ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଦିକ୍ଷୀତପଡା ନିକଟରେ ରବିବାର ଦୁର୍ଘଟଣା ଘଟି ୫ ହବିଷ୍ୟାଳି ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତଙ୍କୁ ପ୍ରଥମେ ଟାଙ୍ଗୀ ଡାକ୍ତରଖାନା ଅଣାଯାଇଥିବା ବେଳେ ଆହତମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ […] The post ଅଧାରେ ରହିଗଲା ଜଗା ଦର୍ଶନ, ଅଟୋରେ ପୁରୀ ବାହାରିଥିବା ବେଳେ ପିଟିଦେଇ ଚାଲିଗଲା ଟ୍ରକ୍‌ appeared first on Dharitri Odia News.

ଅଧାରେ ରହିଗଲା ଜଗା ଦର୍ଶନ, ଅଟୋରେ ପୁରୀ ବାହାରିଥିବା ବେଳେ ପିଟିଦେଇ ଚାଲିଗଲା ଟ୍ରକ୍‌

ନିରାକାରପୁର,୩।୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଅଧାରେ ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ। ପୁରୀକୁ ଯିବା ନିମନ୍ତେ ଘରୁ ବାହାରିଥିବା ବେଳେ ବାଟରେ ଘଟିଲା ଦୁର୍ଘଟଣା। ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଦିକ୍ଷୀତପଡା ନିକଟରେ ରବିବାର ଦୁର୍ଘଟଣା ଘଟି ୫ ହବିଷ୍ୟାଳି ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତଙ୍କୁ ପ୍ରଥମେ ଟାଙ୍ଗୀ ଡାକ୍ତରଖାନା ଅଣାଯାଇଥିବା ବେଳେ ଆହତମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରାଯାଉଛି।

ସୂଚନାନୁଯାୟୀ, ଉକ୍ତ ଥାନା କୟଥ ପଲା ଗ୍ରାମର ୬/୭ଜଣ ହବିଷ୍ୟାଳି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଏକ ଅଟୋ ଯୋଗେ ପୁରୀ ଯାଉଥିଲେ। ଦୀକ୍ଷିତ ପଡ଼ା ଛକରେ ଏକ ଅଜଣା ଟ୍ରକ ଅଟୋକୁ ଧକ୍କା ଦେଇ ଚାଲିଯାଇଥିଲା। ଦୁର୍ଘଟଣାରେ ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ନେଇ ଫେରାର ହୋଇଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

The post ଅଧାରେ ରହିଗଲା ଜଗା ଦର୍ଶନ, ଅଟୋରେ ପୁରୀ ବାହାରିଥିବା ବେଳେ ପିଟିଦେଇ ଚାଲିଗଲା ଟ୍ରକ୍‌ appeared first on Dharitri Odia News.