କୁମ୍ବିଂ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ; ଏକାଧିକ ଯବାନ ଆହତ

ଆଜି ସକାଳେ ଯବାନ ମାନେ ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ।

କୁମ୍ବିଂ ବେଳେ  ଲ୍ୟାଣ୍ଡମାଇନ ବିସ୍ଫୋରଣ; ଏକାଧିକ ଯବାନ ଆହତ

ଯବାନମାନେ ସର୍ଚ୍ଚ ଅପରେସନରେ ଯାଇଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଏକାଧିକ SOG ଯବାନ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ନଳୀକୁମ୍ପା ଜଙ୍ଗଲରେ।

ଆଜି ସକାଳେ ଯବାନ ମାନେ ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ନକ୍ସଲମାନେ ଯବାନଙ୍କ ଗାଡ଼ିକୁ ଓଡ଼ାଇ ଦେବାକୁ ଲ୍ୟାଣ୍ଡମାଇନ ଖଞ୍ଜି ରଖିଥିଲେ। ଯବାନ ସେହି ରାସ୍ତାଦେଇ ଯିବା ବେଳେ ବିସ୍ଫୋରଣ ହୋଇଥିଲା।

ଏଥିରେ ଏକାଧିକ SOG ଯବାନ ଗୁରୁତର ଆହତ ହୋଇଥିଲେ। ଆହତ ଯବାନଙ୍କୁ ଏୟାରଲିଫ୍ଟ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ରହିଛି। ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।