୧୪ ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଛିଡ଼ା ହୋଇଥିଲା ଟ୍ରକ୍‌। ପଛରୁ ପିଟି ଦେଲା ଟ୍ରାଭେଲର।

୧୪ ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ପୁଲିସ (OSAP)ର ୨ୟ ବାଟାଲିୟନର ୧୪ ଜଣ ଯବାନଙ୍କୁ ନେଇ ଝାରସୁଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରାଭେଲର ଗାଡ଼ି ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ମୁଣ୍ଡାସାହିରେ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ ଯବାନଙ୍କ ସହିତ ଗାଡ଼ି ଡ୍ରାଇଭର ଓ ହେଲ୍‌ପର ଆହତ ହୋଇଛନ୍ତି।

Road Accident ଯବାନଙ୍କୁ ନେଇ ଯାଉଥିବା ଗାଡ଼ିଟିର ଛପର ଉଡ଼ିଯାଇଛି।

ଆହତ ଯବାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।   Accidentଦୁର୍ଘଟଣାଗ୍ରସ୍ତ ଗାଡ଼ି

ଗାଡ଼ିଟିରେ ୧୪ ଯବାନ ଓ ଡ୍ରାଇଭର, ହେଲପରଙ୍କୁ ମିଶାଇ ୧୬ ଜଣ ଥିଲେ। ରାତି ପ୍ରାୟ ସାଢ଼େ ୩ଟା ବେଳେ ଅନୁଗୋଳର ଜରପଡ଼ା ଥାନା ମୁଣ୍ଡାସାହିରେ ୫୫ ନମ୍ବର ଜାତୀୟ ରାଜପଥରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା ଟ୍ରାଭେଲରଟି। 

ପ୍ରାଥମିକ ସୂଚନା ଅନୁଯାୟୀ, ଟ୍ରାଭେଲର ଚାଳକଙ୍କ ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଛି।