ଅଧାରେ ରହିଲା ହରିଶଙ୍କର ଦର୍ଶନ: ପୋଲ ତଳକୁ ବାଇକ୍‌ ଖସି ଚାଲିଗଲା ଜୀବନ

ପାଟଣାଗଡ଼,୧୯।୮: ବଲାଙ୍ଗୀର ଜିଲା ଖପ୍ରାଖୋଲ ହନୁପାଲି ଗାଁ ନିକଟ ଏକ ପୋଲ ତଳକୁ ବାଇକ୍‌ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ, ବୋଡେନ ଅଞ୍ଚଳର ୩ ଯୁବକ ଏକ ବାଇକ୍‌ ଯୋଗେ ହରିଶଙ୍କର ଦର୍ଶନ ପାଇଁ ଯାଉଥିଲେ। ହେଲେ ହନୁପାଲି ଗାଁ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ପୋଲ […] The post ଅଧାରେ ରହିଲା ହରିଶଙ୍କର ଦର୍ଶନ: ପୋଲ ତଳକୁ ବାଇକ୍‌ ଖସି ଚାଲିଗଲା ଜୀବନ appeared first on Dharitri Odia News.

ଅଧାରେ ରହିଲା ହରିଶଙ୍କର ଦର୍ଶନ: ପୋଲ ତଳକୁ ବାଇକ୍‌ ଖସି ଚାଲିଗଲା ଜୀବନ

ପାଟଣାଗଡ଼,୧୯।୮: ବଲାଙ୍ଗୀର ଜିଲା ଖପ୍ରାଖୋଲ ହନୁପାଲି ଗାଁ ନିକଟ ଏକ ପୋଲ ତଳକୁ ବାଇକ୍‌ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ବୋଡେନ ଅଞ୍ଚଳର ୩ ଯୁବକ ଏକ ବାଇକ୍‌ ଯୋଗେ ହରିଶଙ୍କର ଦର୍ଶନ ପାଇଁ ଯାଉଥିଲେ। ହେଲେ ହନୁପାଲି ଗାଁ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ପୋଲ ତଳକୁ ଖସି ପଡିଥିଲା। ଫଳରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

The post ଅଧାରେ ରହିଲା ହରିଶଙ୍କର ଦର୍ଶନ: ପୋଲ ତଳକୁ ବାଇକ୍‌ ଖସି ଚାଲିଗଲା ଜୀବନ appeared first on Dharitri Odia News.