କଲେଜରେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜରେ ଗୁରୁବାର ଜଣେ ଛାତ୍ରଙ୍କୁ ଅନ୍ୟ ଗୋଷ୍ଠୀର ୪ ଛାତ୍ର କ୍ଲାସରୁମ୍‌ରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଛାତ୍ର ଜଣକ ଗୁରୁତର ହୋଇଛନ୍ତି। ଛାତ୍ର ଜଣକ ହେଲେ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତ ଧର୍ମରାୟପୁର ଗ୍ରାମର ଯୁକ୍ତ ୨ ଦିତୀୟ ବର୍ଷ କଳା ବିଭାଗର ଛାତ୍ର ରାଜା ସେଠୀ। କୌଣସି କାରଣକୁ ନେଇ କିଛିଦିନ ପୂର୍ବେ ରାଜାଙ୍କ ସହ ଅନ୍ୟଜଣେ ଛାତ୍ରଙ୍କ ବଚସା ହୋଇଥିଲା। […] The post କଲେଜରେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ appeared first on Dharitri Odia News.

କଲେଜରେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜରେ ଗୁରୁବାର ଜଣେ ଛାତ୍ରଙ୍କୁ ଅନ୍ୟ ଗୋଷ୍ଠୀର ୪ ଛାତ୍ର କ୍ଲାସରୁମ୍‌ରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଛାତ୍ର ଜଣକ ଗୁରୁତର ହୋଇଛନ୍ତି। ଛାତ୍ର ଜଣକ ହେଲେ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତ ଧର୍ମରାୟପୁର ଗ୍ରାମର ଯୁକ୍ତ ୨ ଦିତୀୟ ବର୍ଷ କଳା ବିଭାଗର ଛାତ୍ର ରାଜା ସେଠୀ। କୌଣସି କାରଣକୁ ନେଇ କିଛିଦିନ ପୂର୍ବେ ରାଜାଙ୍କ ସହ ଅନ୍ୟଜଣେ ଛାତ୍ରଙ୍କ ବଚସା ହୋଇଥିଲା। ରାଜାଙ୍କୁ ମାଡ଼ ମାରିବା ପାଇଁ ଛାତ୍ର ଜଣକ ଅନ୍ୟକିଛି ଛାତ୍ରଙ୍କ ସହଯୋଗ ଲୋଡ଼ିଥିଲେ। ପୂର୍ବ ପ୍ରସ୍ତୁତି କ୍ରମେ ରାଜାଙ୍କୁ କ୍ଲାସରୁମ୍‌ରେ ପ୍ରଥମେ ଛାତ୍ର ଜଣକ ଗାଳି ଗୁଲଜ କରିଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କୁ ୪ ଛାତ୍ର ଖଣ୍ଡା, ଲୁହାରେ ନିର୍ମିତ ପଞ୍ଝା ଏବଂ ଲୁହା ବଳାରେ ଅତର୍କିତ ଆକ୍ରମଣ କରିଥିଲେ। ଘାତକ ଆକ୍ରମଣରେ ରାଜାଙ୍କ ମୁଣ୍ଡ ଓ ପିଠିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଛାତ୍ରଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ପାଟପୁର ଥାନା ଏସ୍‌ଆଇ ଶୁଭଲକ୍ଷ୍ମୀ କହଁର ସଦଳବଳ ପାଟପୁର କଲେଜରେ ପହଞ୍ଚି କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ଛାତ୍ରଙ୍କୁ ଭେଟି ତାଙ୍କ ବୟାନ ରେକର୍ଡ କରି ଫେରିଥିବା ଜଣାପଡ଼ିଛି।

The post କଲେଜରେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ appeared first on Dharitri Odia News.