ଅଧିକ ଲୋଭ ଦେଖାଇ ଇନଭେଷ୍ଟମେଣ୍ଟ କମ୍ପାନୀ ନାଁରେ ଠକେଇ : ୩ ଠକ ଗିରଫ

ଭୁବନେଶ୍ବର ୧୮।୫: ଇନଭେଷ୍ଟମେଣ୍ଟ କମ୍ପାନୀ ନାଁରେ ଠକେଇ ଘଟଣାରେ ଭୁବନେଶ୍ଵର ସାଇବର ଥାନା ଦ୍ଵାରା ତିନି ଠକ ଧରାପଡିଲେ । ତିନି ଠକଙ୍କ ମଧ୍ୟରୁ ସିଦ୍ଧାର୍ଥ ପୂଜାରୀକୁ କୋରାପୁଟରୁ ଗିରଫ କରିଥିବା ବେଳେ ଅଭିନାଶ ସାହୁକୁ ଖୋର୍ଦ୍ଧାରୁ ଗିରଫ କରାଯାଇଛି । ତୃତୀୟ ଠକ ବିବେକ ସିଂକୁ ଜୟପୁର ଟାଉନ ଥାନା ଅଞ୍ଚଳରୁ ଗିରଫ କରିଛି ସାଇବର ଥାନା ପୋଲିସ । ଏମାନେ ଫେକ୍ ୱେବସାଇଟ୍ ତିଆରି କରି ଏଜେଣ୍ଟ ମାନଙ୍କୁ ଚାକିରି ଦେଇଥିଲେ । ଏଜେଣ୍ଟ ମାନଙ୍କ ଦ୍ଵାରା ବିଭିନ୍ନ ଲୋକଙ୍କୁ ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ ଟଙ୍କା ଇନଭେଷ୍ଟମେଣ୍ଟ କରିବାକୁ କହୁଥିଲେ । ଭୁବନେଶ୍ୱରର ସୌମ୍ୟ ନାମକ ବ୍ୟକ୍ତି ଏମିତି ଏକ ଫେକ୍ କମ୍ପାନୀ ଜାଲରେ ଫେସିଯାଇଥିଲେ । ତେଣୁ ଥାନାରେ ଅଭିଯୋଗ କରିବା ପରେ ସାଇବର ଥାନା ପୋଲିସ ଦ୍ବାରା କିଛି ଟଙ୍କା ଫ୍ରିଜ୍ କରାଯାଇଥିବା ଜଣାପଡିଛି । ଅଭିଯୋଗକାରୀ ୧୦ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ କରିବା ପରେ ଠକେଇ ଘଟଣା ଜଣାପଡିଥିଲା ।  ବାର୍ଷିକ ୭ ପ୍ରତିଶତ ସୁଦ୍ଧ ଲୋଭ ଦେଖାଇ ଟଙ୍କା ଠକ ଠକେଇ କରିଛନ୍ତି ବୋଲି ଜଣାପଡିଛି । ତେଣୁ ଏମିତି କାହାରି କଥାରେ ପଢନ୍ତୁ ନାହିଁ । ଠକେଇର ଯଦି ଶିକାର ହୋଇଛନ୍ତି ତେବେ ପୋଲିସ ନିକଟରେ ଅଭିଯୋଗ କରନ୍ତୁ ବୋଲି ଭୁବନେଶ୍ବର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । You Can Read:କାଠଯୋଡି ନଦୀରେ ବୁଡି ଦୁଇ ଜଣ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଅଧିକ ଲୋଭ ଦେଖାଇ ଇନଭେଷ୍ଟମେଣ୍ଟ କମ୍ପାନୀ ନାଁରେ ଠକେଇ : ୩ ଠକ ଗିରଫ

ଭୁବନେଶ୍ବର ୧୮।୫: ଇନଭେଷ୍ଟମେଣ୍ଟ କମ୍ପାନୀ ନାଁରେ ଠକେଇ ଘଟଣାରେ ଭୁବନେଶ୍ଵର ସାଇବର ଥାନା ଦ୍ଵାରା ତିନି ଠକ ଧରାପଡିଲେ । ତିନି ଠକଙ୍କ ମଧ୍ୟରୁ ସିଦ୍ଧାର୍ଥ ପୂଜାରୀକୁ କୋରାପୁଟରୁ ଗିରଫ କରିଥିବା ବେଳେ ଅଭିନାଶ ସାହୁକୁ ଖୋର୍ଦ୍ଧାରୁ ଗିରଫ କରାଯାଇଛି । ତୃତୀୟ ଠକ ବିବେକ ସିଂକୁ ଜୟପୁର ଟାଉନ ଥାନା ଅଞ୍ଚଳରୁ ଗିରଫ କରିଛି ସାଇବର ଥାନା ପୋଲିସ । 

ଏମାନେ ଫେକ୍ ୱେବସାଇଟ୍ ତିଆରି କରି ଏଜେଣ୍ଟ ମାନଙ୍କୁ ଚାକିରି ଦେଇଥିଲେ । ଏଜେଣ୍ଟ ମାନଙ୍କ ଦ୍ଵାରା ବିଭିନ୍ନ ଲୋକଙ୍କୁ ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ ଟଙ୍କା ଇନଭେଷ୍ଟମେଣ୍ଟ କରିବାକୁ କହୁଥିଲେ । ଭୁବନେଶ୍ୱରର ସୌମ୍ୟ ନାମକ ବ୍ୟକ୍ତି ଏମିତି ଏକ ଫେକ୍ କମ୍ପାନୀ ଜାଲରେ ଫେସିଯାଇଥିଲେ । ତେଣୁ ଥାନାରେ ଅଭିଯୋଗ କରିବା ପରେ ସାଇବର ଥାନା ପୋଲିସ ଦ୍ବାରା କିଛି ଟଙ୍କା ଫ୍ରିଜ୍ କରାଯାଇଥିବା ଜଣାପଡିଛି । ଅଭିଯୋଗକାରୀ ୧୦ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ କରିବା ପରେ ଠକେଇ ଘଟଣା ଜଣାପଡିଥିଲା ।  ବାର୍ଷିକ ୭ ପ୍ରତିଶତ ସୁଦ୍ଧ ଲୋଭ ଦେଖାଇ ଟଙ୍କା ଠକ ଠକେଇ କରିଛନ୍ତି ବୋଲି ଜଣାପଡିଛି । ତେଣୁ ଏମିତି କାହାରି କଥାରେ ପଢନ୍ତୁ ନାହିଁ । ଠକେଇର ଯଦି ଶିକାର ହୋଇଛନ୍ତି ତେବେ ପୋଲିସ ନିକଟରେ ଅଭିଯୋଗ କରନ୍ତୁ ବୋଲି ଭୁବନେଶ୍ବର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । 

You Can Read:

କାଠଯୋଡି ନଦୀରେ ବୁଡି ଦୁଇ ଜଣ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି