ଅଧିକ ସଚେତନତାର ଆବଶ୍ୟକତା ରହିଛି
ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ ରୋଗୀଙ୍କୁ ଲିଙ୍ଗ, ବୟସ ଓ ଜାତୀୟତା ନିର୍ବିଶେଷରେ ସର୍ବୋତ୍କୃଷ୍ଟ ତଥା ଯଥାର୍ଥ ଚିକିତ୍ସା ସେବା ସମାନ ଭାବରେ ଯୋଗାଇ ଦେବା ଆବଶ୍ୟକ’। ହେମୋଫିଲିଆ ହେଉଛି ଏକ ଜିନ୍ ରୋଗ ଓ ବଂଶାନୁକ୍ରମିକ। ଏହା ଏକ ରକ୍ତ ରୋଗ। ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ‘ହେମୋଫିଲିଆ ଶବ୍ଦ […] The post ଅଧିକ ସଚେତନତାର ଆବଶ୍ୟକତା ରହିଛି appeared first on Dharitri Odia News.
ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ ରୋଗୀଙ୍କୁ ଲିଙ୍ଗ, ବୟସ ଓ ଜାତୀୟତା ନିର୍ବିଶେଷରେ ସର୍ବୋତ୍କୃଷ୍ଟ ତଥା ଯଥାର୍ଥ ଚିକିତ୍ସା ସେବା ସମାନ ଭାବରେ ଯୋଗାଇ ଦେବା ଆବଶ୍ୟକ’। ହେମୋଫିଲିଆ ହେଉଛି ଏକ ଜିନ୍ ରୋଗ ଓ ବଂଶାନୁକ୍ରମିକ। ଏହା ଏକ ରକ୍ତ ରୋଗ। ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ‘ହେମୋଫିଲିଆ ଶବ୍ଦ ‘ହେମା’ ଏବଂ ‘ଫିଲିଆ’କୁ ନେଇ ଗଠିତ। ‘ହେମୋ’ ଅର୍ଥ ହେଲା ରକ୍ତ ସମ୍ବନ୍ଧୀୟ ଏବଂ ‘ଫିଲିଆ’ ଅର୍ଥ ହେଉଛି ପ୍ରବଣତା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗରେ ଜଣେ ଆକ୍ରାନ୍ତ ହେଲେ ତାଙ୍କର ରକ୍ତ ଜମାଟ ବାନ୍ଧି ପାରେ ନାହିଁ। ଏ ସମ୍ପର୍କରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ନିତ୍ୟାନନ୍ଦ ସ୍ବାଇଁ କହନ୍ତି, ‘ଏହି ରୋଗର କେତେକ ସାଧାରଣ କଥା ଆମେ ଜାଣି ରଖିବା ନିହାତି ଦରକାର। ପ୍ରଥମ କଥା ହେଲା କେଉଁ ଉପାଦାନ ବା ଫ୍ୟାକ୍ଟରର ଅଭାବ ଯୋଗୁ ହେମୋଫିଲିଆ ଜାତ ହୁଏ ? ଜିନ୍ ଦୋଷ ଯୋଗୁ ରୋଗୀଠାରେ ବା ପୁତ୍ର ସନ୍ତାନଠାରେ ଫ୍ୟାକ୍ଟର VIII କିମ୍ବା ଫ୍ୟାକ୍ଟର IX ଆଶାନୁରୂପ ଭାବରେ ତିଆରି ହୋଇପାରେ ନାହିଁ। ସୁତରାଂ ଫ୍ୟାକ୍ଟର VIII ଅଭାବଜନିତ ହେମୋଫିଲିଆକୁ ‘ହେମୋଫିଲିଆ A’ ଏବଂ ଫ୍ୟାକ୍ଟର IX ଅଭାବଜନିତ ହେମୋଫିଲିଆକୁ ‘ହେମୋଫିଲିଆ B’ ବୋଲି କହନ୍ତି। ହେମୋଫିଲିଆ ରୋଗୀଙ୍କର ସବୁଯାକ ପୁତ୍ର ସନ୍ତାନ ରୋଗମୁକ୍ତ ତଥା ସୁସ୍ଥ ହୋଇ ଜନ୍ମ ନେଇଥାଆନ୍ତି। କିନ୍ତୁ ସବୁଯାକ କନ୍ୟା ସନ୍ତାନ ଏହାର ବାହକ ରୂପେ ଭୂମିଷ୍ଠ ହୋଇଥାଆନ୍ତି। ସାମାନ୍ୟ ଖଣ୍ଡିଆ ଖାବରା ହୋଇପଡିଲେ କି ଦୁର୍ଘଟଣାଗ୍ରସ୍ତ ହେଲେ କ୍ଷତ ସ୍ଥାନରୁ ବହୁ ସମୟ ଧରି ରକ୍ତସ୍ରାବ ଚାଲିଥାଏ। ଦାନ୍ତ ଉପାଡିଲେ ମାଢ଼ିର ଉପୁଡା ଯାଇଥିବା ସ୍ଥାନରୁ ରକ୍ତ ଝରିବା ସହଜରେ ବନ୍ଦ ହୁଏ ନାହିଁ। ଛୋଟକାଟିଆ ଅପରେଶନ କଲାବେଳେ ମଧ୍ୟ ବହୁ ସମୟଧରି ରକ୍ତ ବୋହୁଥାଏ। ନାକ, ପାଟି ଓ ଦାନ୍ତ ମାଢ଼ିରୁ ବି ରକ୍ତ ଝରିପାରେ। ରକ୍ତବାନ୍ତି ଓ କଳାଝାଡା ହେବା ସଙ୍ଗେ ସଙ୍ଗେ ଝାଡା ଓ ପରିସ୍ରାରେ ମଧ୍ୟ ରକ୍ତ ପଡିପାରେ। ଏହି ରୋଗକୁ ନିର୍ଣ୍ଣୟ କରିବା ପାଇଁ କେତେକ ପରୀକ୍ଷା କରାଯାଇଥାଏ। ପିଲାର ରକ୍ତରେ ଫ୍ୟାକ୍ଟର VIII ଓ ଫ୍ୟାକ୍ଟର IXର ମାତ୍ରା ନିର୍ଦ୍ଧାରଣ କରି ରୋଗ ନିର୍ଣ୍ଣୟ କରାଯାଏ। ରୋଗୀଠାରେ ଫ୍ୟାକ୍ଟର VIIIର ଅଭାବ ଥିଲେ ‘ହେମୋଫିଲିଆ A’ ଏବଂ ଏବଂ ଫ୍ୟାକ୍ଟର IXର ଅଭାବ ଥିଲେ ‘ହେମୋଫିଲିଆ B’ ବୋଲି ନିର୍ଣ୍ଣୟ କରିବାରେ କୌଣସି ସନ୍ଦେହ ରହେ ନାହିଁ। ଏବେ ଗର୍ଭବତୀଙ୍କ ଗର୍ଭାଶୟରୁ ଜଳ ସଂଗ୍ରହ ଓ ସେହି ଜଳରେ ଥିବା ଜୀବକୋଷର ଜିନ୍ ପରୀକ୍ଷା କରି ଗର୍ଭସ୍ଥ ଶିଶୁ ରୋଗୀ କି ବାହକ ତାହା ଜାଣି ହେଉଛି। ଏପରି କି ଗର୍ଭସ୍ଥ ଶିଶୁ ପାଞ୍ଚ ମାସର ହୋଇଯାଇଥିଲେ ତା’ଠାରୁ ରକ୍ତ ସଂଗ୍ରହ କରି ସେହି ରକ୍ତରେ ଫ୍ୟାକ୍ଟର VIII ଓ ଫ୍ୟାକ୍ଟର IXର ମାତ୍ରା ନିର୍ଦ୍ଧାରଣ କରି ରୋଗ ଚିହ୍ନଟ କରିବା ସମ୍ଭବ। ଏଭଳି ସମସ୍ୟା ସହ ଜଡିତ ବ୍ୟକ୍ତି କେତେକ ବିଷୟ ପ୍ରତି ସତେଚନ ରହିବା ନିହାତି ଜରୁରୀ। ରୋଗୀ ଯେପରି ଆଘାତ ପାଇ କ୍ଷତବିକ୍ଷତ ନ ହୁଅନ୍ତି ସେଥିପ୍ରତି ସତର୍କ ରୁହନ୍ତୁ। ରୋଗୀ ଖେଳାଖେଳି, ଓଜନିଆ ଜିନିଷ ଉଠାଇବା ସମୟରେ, ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସମୟରେ ସତର୍କ ରହିବା ଉଚିତ। ଏମାନେ ଦାନ୍ତ ଘଷିବା ସମୟରେ ନରମ ବ୍ରଶ ବ୍ୟବହାର କରନ୍ତୁ। ରୋଗୀକୁ ବାରମ୍ବାର ରକ୍ତ ନେବାକୁ ପଡିଥାଏ। ତେଣୁ ସେ ଯେପରି ହେପାଟଇଟିସ୍-ବି, ଏବଂ ହେପାଟାଇଟିସ-ସି ତଥା ଏଚଆଇଭି ଦ୍ୱାରା ସଂକ୍ରମିତ ନ ହୁଏ ସେଥିପ୍ରତି ନଜର ଦିଅନ୍ତୁ। ଜାଣି ରଖିବା ଉଚିତ ଯେ, ହେମୋଫିଲିଆ ରୋଗ ସଂକ୍ରାମକ ନୁହେଁ। ତେଣୁ ତାହା ଅନ୍ୟମାନଙ୍କୁ ଡେଇଁବାର ଆଦୌ ଆଶଙ୍କା ନାହିଁ।’
The post ଅଧିକ ସଚେତନତାର ଆବଶ୍ୟକତା ରହିଛି appeared first on Dharitri Odia News.