ଅଧିକାଂଶ ସମୟ ଫାଷ୍ଟିଂ କରୁଛନ୍ତି କି? ଜାଣନ୍ତୁ ଶରୀରରେ ଏହାର କ’ଣ ପ୍ରଭାବ ପଡ଼ିଥାଏ

ହିନ୍ଦୁ ଧର୍ମରେ ବିଭିନ୍ନ ପର୍ବପର୍ବାଣିରେ ଉପବାସ କରିବାର ପ୍ରଥା ରହି ଆସିଛି । ଯାହାର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ରହିଛି । ମାନ୍ୟତା ରହିଛି କି, ଉପବାସ କରିବା ଦ୍ୱାରା ଆତ୍ମ-ଶୁଦ୍ଧତା, ଆତ୍ମ-ଶୃଙ୍ଖଳା ସହ ଆଧ୍ୟାତ୍ମିକ ବିକାଶ ହୋଇଥାଏ । କିନ୍ତୁ ଉପବାସ କରିବା ଲାଭଦାୟ କି ନୁହେଁ ଆପଣ ଜାଣନ୍ତି କି ? ତେବେ ଆସନ୍ତୁ ଜାଣିବା ଉପବାସର କ’ଣ ପ୍ରଭାବ ପଡ଼ିଥାଏ ଆମ ଶରୀରରେ। ଉପବାସର ଉପକାରିତା – ଉପବାସ ଶରୀର ସହ […] The post ଅଧିକାଂଶ ସମୟ ଫାଷ୍ଟିଂ କରୁଛନ୍ତି କି? ଜାଣନ୍ତୁ ଶରୀରରେ ଏହାର କ’ଣ ପ୍ରଭାବ ପଡ଼ିଥାଏ appeared first on KNews Odisha.

ଅଧିକାଂଶ ସମୟ ଫାଷ୍ଟିଂ କରୁଛନ୍ତି କି? ଜାଣନ୍ତୁ ଶରୀରରେ ଏହାର କ’ଣ ପ୍ରଭାବ ପଡ଼ିଥାଏ
puja

ହିନ୍ଦୁ ଧର୍ମରେ ବିଭିନ୍ନ ପର୍ବପର୍ବାଣିରେ ଉପବାସ କରିବାର ପ୍ରଥା ରହି ଆସିଛି । ଯାହାର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ରହିଛି । ମାନ୍ୟତା ରହିଛି କି, ଉପବାସ କରିବା ଦ୍ୱାରା ଆତ୍ମ-ଶୁଦ୍ଧତା, ଆତ୍ମ-ଶୃଙ୍ଖଳା ସହ ଆଧ୍ୟାତ୍ମିକ ବିକାଶ ହୋଇଥାଏ । କିନ୍ତୁ ଉପବାସ କରିବା ଲାଭଦାୟ କି ନୁହେଁ ଆପଣ ଜାଣନ୍ତି କି ? ତେବେ ଆସନ୍ତୁ ଜାଣିବା ଉପବାସର କ’ଣ ପ୍ରଭାବ ପଡ଼ିଥାଏ ଆମ ଶରୀରରେ।

ଉପବାସର ଉପକାରିତା –
ଉପବାସ ଶରୀର ସହ ମନ ପାଇଁ ମଧ୍ୟ ଖୁବ୍‌ ଲାଭଦାୟକ ହୋଇଥାଏ । ଏହା ଆମ ଆତ୍ମାକୁ ଶୁଦ୍ଧ କରିବା ସହ ଆଧ୍ୟାତ୍ମିକ ବିକାଶ କରିଥାଏ । ଉପବାସ ଦ୍ୱାରା ଆମ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ । ଏହା ଆମ ଶରୀରରେ ମଧ୍ୟ ଖୁବ୍‌ ପ୍ରଭାବ ପକାଇଥାଏ । ଏହା ଶରୀରକୁ ପରିସ୍କାର କରିଥାଏ । ଆମ ହଜମ ପ୍ରକ୍ରିୟାକୁ ବଢ଼ାଇବା ସହ ଓଜନକୁ ନିୟନ୍ତ୍ରଣ କରିଥାଏ ।ଏହା ସହ ମାନସିକ ଚିନ୍ତାକୁ ମଧ୍ୟ କମ୍‌ କରିଥାଏ ।

ଉପବାସର ଅପକାରିତା-
ଉପବାସ କରିବାର କିଛି ଅପକାରିତା ମଧ୍ୟ ରହିଛି ଯାହାକୁ ଆମେ ଅଣଦେଖା କରିପାରିବା ନାହିଁ । ଲଗାତାର ଉପବାସ କରିବା ଦ୍ୱାରା ଆପଣଙ୍କ ଶରୀର ଦୁର୍ବଳ ହୋଇପାରେ । ଉପବାସ ସମୟରେ ଶରୀରକୁ ଆବଶ୍ୟକ ପୁଷ୍ଟି ମିଳିନଥାଏ ଯାହା ଫଳରେ ପ୍ରତିରୋଧକ ଶକ୍ତି ହ୍ରାସ ପାଏ । ଉପବାସ ସମୟରେ ପ୍ରାୟତଃ ଆମେ ମିଠା ଖାଦ୍ୟ ଅଧିକ ଖାଇଥାନ୍ତି, ଯାହା ଦ୍ୱାରା ମଧୁମେହ ହେବାର ଆଶଙ୍କା ବଢ଼ିଯାଏ । ଯେଉଁମାନଙ୍କ ଶରୀର ପୂର୍ବରୁ ଅସୁସ୍ଥ ଅଛି ସେମାନଙ୍କ ପାଇଁ ଉପବାସ କରିବା କ୍ଷତିକାରକ ହୋଇପାରେ । ତେଣୁ ଉପବାସ ମସୟରେ ନିଜ ଶରୀର ଯତ୍ନ ନିଅନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟ ଅବସ୍ଥାକୁ ନଜରରେ ରଖି ଉପବାସ କରନ୍ତୁ । ଉପବାସ ସମୟରେ ଭୋକିଲା ନରହି ଫଳ ଓ ଡ୍ରାଏ ଫ୍ରୁଟ ଖାଇପାରିବେ। କିନ୍ତୁ ଯଦି ଆପଣ ମଧୁମେହ ରୋଗରେ ପୀଡିତ ଅଛନ୍ତି, ତେବେ ଡ୍ରାଏ ଫ୍ରୁଟ ଠାରୁ ଦୂରରେ ରୁହନ୍ତୁ ।

The post ଅଧିକାଂଶ ସମୟ ଫାଷ୍ଟିଂ କରୁଛନ୍ତି କି? ଜାଣନ୍ତୁ ଶରୀରରେ ଏହାର କ’ଣ ପ୍ରଭାବ ପଡ଼ିଥାଏ appeared first on KNews Odisha.