ଅଧିନାୟକ ରୋହିତ ଶର୍ମାଙ୍କ ନୂଆ ରେକର୍ଡ, ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ

ମୁମ୍ବାଇ ୧୩।୦୬ : ଦାଦାକୁ ଟପିଲେ ହିଟ୍‌ମ୍ୟାନ୍‌ । ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି ରୋହିତ ଶର୍ମା । ଆଇସିସି ଇଭେଣ୍ଟରେ ଅଧିକ ବିଜୟ କରିବାରେ ରୋହିତ ଶର୍ମା ଏବେ ୨ୟ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି ସୌରଭ ଗାଙ୍ଗୁଲି । ଆଉ ପ୍ରଥମ ସ୍ଥାନରେ ରହିଛନ୍ତି କ୍ୟାପଟେନ୍‌ କୁଲ୍‌ ବା ମହେନ୍ଦ୍ର ସିଂହ ଧୋନି । ଆଇସିସି ଇଭେଣ୍ଟରେ ବର୍ତ୍ତମାନ ଯାଏଁ ସବୁଠୁ ଅଧିକ ବିଜୟ କରିଥିବା ରେକର୍ଡ ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ରହିଛି। ଆଇସିସି ଟୁର୍ଣ୍ଣାମେଣ୍ଟରେ ଧୋନି ମୋଟ ୫୮ଟି ମ୍ୟାଚ୍‌ରେ ଅଧିନାୟକତ୍ୱ କରିଛନ୍ତି । ଯେଉଁଥିରୁ ୪୧ଟି ବିଜୟ ହାସଲ କରିଛନ୍ତି । ଆଉ ତାଙ୍କ ପଛକୁ ଥିଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବା ଦାଦା । ଆଇସିସି ଇଭେଣ୍ଟରେ ଗାଙ୍ଗୁଲି ୨୨ଟି ମ୍ୟାଚ୍‌ରେ କ୍ୟାପଟେନସିପ୍‌ କରିଥିଲେ । ଯେଉଁଥିରୁ ୧୬ଟିରେ ବିଜୟ ହାସଲ କରିଛନ୍ତି । ଏହାପଛକୁ ରହିଥିଲେ ରୋହିତ ଶର୍ମା । ହେଲେ ଆମେରିକା ବିପକ୍ଷ ମ୍ୟାଚ୍‌ରେ ବିଜୟ ହାସଲ କରି ରୋହିତ ଏବେ ଦାଦାଙ୍କୁ ପଛରେ ପକାଇଛନ୍ତି । ଆଇସିସି ଇଭେଣ୍ଟରେ ରୋହିତ ଶର୍ମା ମୋଟ ୨୦ଟି ମ୍ୟାଚ୍‌ରେ ଅଧିନାୟକ କରିଛନ୍ତି । ଯେଉଁଥିରୁ ୧୭ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି । ଏହାପଛକୁ ରହିଛନ୍ତି ବିରାଟ କୋହଲି । ଯିଏ ୧୯ଟି ମ୍ୟାଚ୍‌ର ଅଧିନାୟକ କରି ୧୩ଟିରେ ବିଜୟ ହାସଲ କରିଛନ୍ତି । ସେହି

ଅଧିନାୟକ ରୋହିତ ଶର୍ମାଙ୍କ ନୂଆ ରେକର୍ଡ, ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ

ମୁମ୍ବାଇ ୧୩।୦୬ : ଦାଦାକୁ ଟପିଲେ ହିଟ୍‌ମ୍ୟାନ୍‌ । ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି ରୋହିତ ଶର୍ମା । ଆଇସିସି ଇଭେଣ୍ଟରେ ଅଧିକ ବିଜୟ କରିବାରେ ରୋହିତ ଶର୍ମା ଏବେ ୨ୟ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି ସୌରଭ ଗାଙ୍ଗୁଲି । ଆଉ ପ୍ରଥମ ସ୍ଥାନରେ ରହିଛନ୍ତି କ୍ୟାପଟେନ୍‌ କୁଲ୍‌ ବା ମହେନ୍ଦ୍ର ସିଂହ ଧୋନି । 

ଆଇସିସି ଇଭେଣ୍ଟରେ ବର୍ତ୍ତମାନ ଯାଏଁ ସବୁଠୁ ଅଧିକ ବିଜୟ କରିଥିବା ରେକର୍ଡ ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ରହିଛି। ଆଇସିସି ଟୁର୍ଣ୍ଣାମେଣ୍ଟରେ ଧୋନି ମୋଟ ୫୮ଟି ମ୍ୟାଚ୍‌ରେ ଅଧିନାୟକତ୍ୱ କରିଛନ୍ତି । ଯେଉଁଥିରୁ ୪୧ଟି ବିଜୟ ହାସଲ କରିଛନ୍ତି । ଆଉ ତାଙ୍କ ପଛକୁ ଥିଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବା ଦାଦା । ଆଇସିସି ଇଭେଣ୍ଟରେ ଗାଙ୍ଗୁଲି ୨୨ଟି ମ୍ୟାଚ୍‌ରେ କ୍ୟାପଟେନସିପ୍‌ କରିଥିଲେ । ଯେଉଁଥିରୁ ୧୬ଟିରେ ବିଜୟ ହାସଲ କରିଛନ୍ତି । ଏହାପଛକୁ ରହିଥିଲେ ରୋହିତ ଶର୍ମା । ହେଲେ ଆମେରିକା ବିପକ୍ଷ ମ୍ୟାଚ୍‌ରେ ବିଜୟ ହାସଲ କରି ରୋହିତ ଏବେ ଦାଦାଙ୍କୁ ପଛରେ ପକାଇଛନ୍ତି । ଆଇସିସି ଇଭେଣ୍ଟରେ ରୋହିତ ଶର୍ମା ମୋଟ ୨୦ଟି ମ୍ୟାଚ୍‌ରେ ଅଧିନାୟକ କରିଛନ୍ତି । ଯେଉଁଥିରୁ ୧୭ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି । ଏହାପଛକୁ ରହିଛନ୍ତି ବିରାଟ କୋହଲି । ଯିଏ ୧୯ଟି ମ୍ୟାଚ୍‌ର ଅଧିନାୟକ କରି ୧୩ଟିରେ ବିଜୟ ହାସଲ କରିଛନ୍ତି । ସେହିପରି କପିଲ ଦେବ ୧୫ଟି ମ୍ୟାଚ୍‌ରେ ଅଧିନାୟକ କରି ୧୧ଟିରେ ବିଜୟ ହାସଲ କରିଥିବା ବେଳେ ମହମ୍ମଦ ଆଝାରୁଦ୍ଦିନ ୨୫ଟି ମ୍ୟାଚ୍‌ର କ୍ୟାପଟେନସିପ୍‌ କରି ୧୧ଟିରେ ବିଜୟୀ ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଆମେରିକାର ନାସାଉ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଆମେରିକା ମଧ୍ୟରେ ଗ୍ରୁପ ଷ୍ଟେଜ୍‌ ମୁକାବିଲା ଥିଲା । ଯେଉଁଥିରେ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଦାରିତ ୨୦ ଓଭରରେ ଆମେରିକା ୧୧୦ ରନ୍‌ କରିଥିଲା । ଜବାବରେ ଭାରତ ୧୮.୨ ଓଭରରେ ଏହି ସ୍କୋରକୁ ପିଛା କରି ଟାର୍ଗେଟକୁ ହାସଲ କରିଛି । ୧୦ଟି ବଲ୍‌ ବାକି ଥାଇ ୧୧୧ ରନ୍‌ କରିଥିଲା ଟିମ୍ ଇଣ୍ଡିଆ । ଏହି ବିଜୟ ସହ ପରବର୍ତ୍ତୀ ଷ୍ଟେଜ୍‌କୁ କ୍ୱାଲିଫାଇ କରିଛି ଟିମ୍‌ ଇଣ୍ଡିଆ ।