ଅଧିନାୟକ ହେବା ପରେ ଧୋନୀଙ୍କୁ ନେଇ ଏମିତି କଥା କହିଦେଲେ ରିଷଭ ପନ୍ତ: ସବୁଠି ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୨୦।୧: ଉଇକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜିଆଣ୍ଟସର ଅଧିନାୟକ ହୋଇଛନ୍ତି। ଦଳର ମାଲିକ ସଞ୍ଜିବ ଗୋଏଙ୍କା ତାଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀ କରି ନୂତନ ଅଧିନାୟକଙ୍କ ନାମ ଘୋଷଣା କରିଥିଲେ। ଅଧିନାୟକ ନିଯୁକ୍ତ ହେବା ପରେ ପନ୍ତଙ୍କ ପ୍ରଥମ ପ୍ରତିକ୍ରିୟା ମଧ୍ୟ ଆସିଛି। ରିଷଭ ପନ୍ତ କହିଛନ୍ତି, ମୁଁ ମୋର ସମସ୍ତ ଅଧିନାୟକଙ୍କଠାରୁ ବହୁତ କିଛି ଶିଖିଛି। ରୋହିତ ଶର୍ମାଙ୍କଠାରୁ ଶିଖିଛି, ଜଣେ ଖେଳାଳିଙ୍କ ଯତ୍ନ କିପରି ନିଆଯିବ। ଏହା ମୁଁ ତାଙ୍କ ନେତୃତ୍ୱରୁ […] The post ଅଧିନାୟକ ହେବା ପରେ ଧୋନୀଙ୍କୁ ନେଇ ଏମିତି କଥା କହିଦେଲେ ରିଷଭ ପନ୍ତ: ସବୁଠି ହେଉଛି ଚର୍ଚ୍ଚା appeared first on Dharitri Odia News.
ନୂଆଦିଲ୍ଲୀ,୨୦।୧: ଉଇକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜିଆଣ୍ଟସର ଅଧିନାୟକ ହୋଇଛନ୍ତି। ଦଳର ମାଲିକ ସଞ୍ଜିବ ଗୋଏଙ୍କା ତାଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀ କରି ନୂତନ ଅଧିନାୟକଙ୍କ ନାମ ଘୋଷଣା କରିଥିଲେ। ଅଧିନାୟକ ନିଯୁକ୍ତ ହେବା ପରେ ପନ୍ତଙ୍କ ପ୍ରଥମ ପ୍ରତିକ୍ରିୟା ମଧ୍ୟ ଆସିଛି।
ରିଷଭ ପନ୍ତ କହିଛନ୍ତି, ମୁଁ ମୋର ସମସ୍ତ ଅଧିନାୟକଙ୍କଠାରୁ ବହୁତ କିଛି ଶିଖିଛି। ରୋହିତ ଶର୍ମାଙ୍କଠାରୁ ଶିଖିଛି, ଜଣେ ଖେଳାଳିଙ୍କ ଯତ୍ନ କିପରି ନିଆଯିବ। ଏହା ମୁଁ ତାଙ୍କ ନେତୃତ୍ୱରୁ ଶିଖିଛି ଏବଂ ଜଣେ ଅଧିନାୟକ ଭାବରେ ଏହାକୁ ପୁନରାବୃତ୍ତି କରିବାକୁ ଚାହୁଁଛି। ମାହି ଭାଇ(ମହେନ୍ଦ୍ର ସିଂ ଧୋନୀ)ଙ୍କ କଥା ବହୁତ ପ୍ରସିଦ୍ଧ। ଏମଏସ ଧୋନୀ କୁହନ୍ତି, ପ୍ରକ୍ରିୟା ଅନୁସରଣ କର, ଏବଂ ଫଳାଫଳ ଆପେ ଆପେ ଆସିବ। ମୁଁ ଏହାକୁ ମନେ ରଖିବି।
ଲକ୍ଷ୍ନୌ ସୁପରଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା ଘୋଷଣା କରିଛନ୍ତି,ରିଷଭ ପନ୍ତ ଲକ୍ଷ୍ନୌ ସୁପରଜ୍ୟାଣ୍ଟସର ଦାୟିତ୍ୱ ନେବେ। ପନ୍ତ ଆଇପିଏଲ ଇତିହାସରେ ସର୍ବଶ୍ରେଷ୍ଠ ଅଧିନାୟକ ହେବେ। ଲୋକେ ବର୍ତ୍ତମାନ ସବୁଠାରୁ ସଫଳ ଆଇପିଏଲ୍ ଅଧିନାୟକଙ୍କ ତାଲିକାରେ ମାହି ଏବଂ ରୋହିତ’ ବୋଲି କୁହନ୍ତି। ମୋର କଥା ମନେରଖନ୍ତୁ। ୧୦-୧୨ ବର୍ଷ ପରେ, ଏହା ’ମାହି, ରୋହିତ ଏବଂ ଋଷଭ ପନ୍ତ’ ହେବ। ରିଷଭ ପନ୍ତ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଥିଲେ।
The post ଅଧିନାୟକ ହେବା ପରେ ଧୋନୀଙ୍କୁ ନେଇ ଏମିତି କଥା କହିଦେଲେ ରିଷଭ ପନ୍ତ: ସବୁଠି ହେଉଛି ଚର୍ଚ୍ଚା appeared first on Dharitri Odia News.