କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ…

ପନିପରିବା ମଧ୍ୟରେ ପସନ୍ଦର କୋବି ହେଉଛି ‘ଫୁଲକୋବି’। ଶୀତଦିନେ ଏହା ବହୁଳ ଭାବେ ଉତ୍ପାଦନ କରାଯାଏ। କୋବିର ତରକାରୀ ହେଉ ଅବା ଚିଲି, ଖାଇବାକୁ ଅନେକେ ପସନ୍ଦ କରନ୍ତି। ଏମିତିରେ ଆଜି ଆସନ୍ତୁ ଜାଣିବା ଭାରତକୁ ଏହା କେଉଁଠାରୁ ଆସିଛି। ଏହା ପଛରେ ଥିବା ଇତିହାସ କ’ଣ? ଫୁଲକୋବିର ମୂଳସ୍ଥାନ ସାଇପ୍ରସ ଏବଂ ଇଟାଲୀର ଭୂମଧ୍ୟସାଗରୀୟ କ୍ଷେତ୍ର ବୋଲି କୁହାଯାଏ। ୧୮୨୨ରେ ଉତ୍ତରପ୍ରଦେଶର ପ୍ରଭାରୀ ଡା. ଜେମ୍‌ସନ ଇଂଲଣ୍ଡରୁ କୋବିର ମଞ୍ଜି ଆଣିଥିଲେ। ଏହାକୁ ଭାରତର ବିଭିନ୍ନ […] The post କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ… appeared first on Dharitri Odia News.

କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ…

ପନିପରିବା ମଧ୍ୟରେ ପସନ୍ଦର କୋବି ହେଉଛି ‘ଫୁଲକୋବି’। ଶୀତଦିନେ ଏହା ବହୁଳ ଭାବେ ଉତ୍ପାଦନ କରାଯାଏ। କୋବିର ତରକାରୀ ହେଉ ଅବା ଚିଲି, ଖାଇବାକୁ ଅନେକେ ପସନ୍ଦ କରନ୍ତି। ଏମିତିରେ ଆଜି ଆସନ୍ତୁ ଜାଣିବା ଭାରତକୁ ଏହା କେଉଁଠାରୁ ଆସିଛି। ଏହା ପଛରେ ଥିବା ଇତିହାସ କ’ଣ?
ଫୁଲକୋବିର ମୂଳସ୍ଥାନ ସାଇପ୍ରସ ଏବଂ ଇଟାଲୀର ଭୂମଧ୍ୟସାଗରୀୟ କ୍ଷେତ୍ର ବୋଲି କୁହାଯାଏ। ୧୮୨୨ରେ ଉତ୍ତରପ୍ରଦେଶର ପ୍ରଭାରୀ ଡା. ଜେମ୍‌ସନ ଇଂଲଣ୍ଡରୁ କୋବିର ମଞ୍ଜି ଆଣିଥିଲେ। ଏହାକୁ ଭାରତର ବିଭିନ୍ନ ରାଜ୍ୟରେ ପରୀକ୍ଷଣ କରାଯାଇଥିଲା। ସେବେଠାରୁ ପ୍ରାୟ ୧୫୦ ବର୍ଷ ଧରି ଭାରତରେ ଫୁଲକୋବି ଚାଷ କରାଯାଉଛି।

ଭାରତରେ ଫୁଲକୋବି ଉତ୍ପାଦନରେ ପଶ୍ଚିମବଙ୍ଗ ଶୀର୍ଷରେ ରହିଛି। ଏଠାରୁ ସାରା ଦେଶକୁ ୨୧.୦୬% ଫୁଲକୋବି ଉତ୍ପାଦନ ହୋଇଥାଏ। ଏହାପରେ ମଧ୍ୟପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି, ଯେଉଁଠାରେ ପୁରା ଦେଶର ୧୪.୬୭% କୋବି ଉତ୍ପାଦନ ହୋଇଥାଏ। ସେହିଭଳି ବିହାର ତୃତୀୟ ସ୍ଥାନରେ ରହିଛି, ଯେଉଁଠାରେ ସାରା ଦେଶକୁ ୧୧.୪୭% କୋବି ଉତ୍ପାଦନ ହୋଇଥାଏ।

କୋବିରେ ପ୍ରୋଟିନ, କ୍ୟାଲସିୟମ, ଫସଫରସ, ଭିଟାମିନ୍‌ ଏ, ସି ଭଳି ପୋଷକ ତତ୍ତ୍ୱ ମିଳିଥାଏ।

The post କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ… appeared first on Dharitri Odia News.