ଉଦ୍ଯାପନୀ ସମାରୋହରେ ଭାକରଙ୍କ ସହ ପତାକା ବାହକ ରହିବେ ଶ୍ରୀଜେଶ
ପ୍ୟାରିସ୍,୧୦ା୮: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଉଦ୍ଯାପନୀ ସମାରୋହ ପାଇଁ ଭାରତୀୟ ଦଳର ପତାକା ବାହକ ଦାୟିତ୍ୱ ନିର୍ବାହ କରିବେ ଭାରତୀୟ ହକି ଦଳର ଗୋଲ୍କିପର ପି.ଆର. ଶ୍ରୀଜେଶ। ପୂର୍ବରୁ ଶୁଟିଂ ସେନ୍ସେସନ୍ ମନୁ ଭାକର ପତାକା ବାହକ ଦାୟିତ୍ୱ ନିର୍ବାହ କରିବେ ବୋଲି ଘୋଷଣା କରାଯାଇଥିଲା। ଗୁରୁବାର ଅବସର ଘୋଷଣା କରିଥିବା ଶ୍ରୀଜେଶ୍ ଭାରତର ଅନ୍ୟତମ ଶ୍ରେଷ୍ଠ ସେଲିବ୍ରେଟେଡ ଗୋଲକିପର। ଶ୍ରୀଜେଶଙ୍କ ନାମ ଘୋଷଣା କରିବା ପୂର୍ବରୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ(ଆଇଓଏ) ସଭାପତି ପି.ଟି. ଉଷା ନୀରଜ […] The post ଉଦ୍ଯାପନୀ ସମାରୋହରେ ଭାକରଙ୍କ ସହ ପତାକା ବାହକ ରହିବେ ଶ୍ରୀଜେଶ appeared first on Dharitri Odia News.
ପ୍ୟାରିସ୍,୧୦ା୮: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଉଦ୍ଯାପନୀ ସମାରୋହ ପାଇଁ ଭାରତୀୟ ଦଳର ପତାକା ବାହକ ଦାୟିତ୍ୱ ନିର୍ବାହ କରିବେ ଭାରତୀୟ ହକି ଦଳର ଗୋଲ୍କିପର ପି.ଆର. ଶ୍ରୀଜେଶ। ପୂର୍ବରୁ ଶୁଟିଂ ସେନ୍ସେସନ୍ ମନୁ ଭାକର ପତାକା ବାହକ ଦାୟିତ୍ୱ ନିର୍ବାହ କରିବେ ବୋଲି ଘୋଷଣା କରାଯାଇଥିଲା। ଗୁରୁବାର ଅବସର ଘୋଷଣା କରିଥିବା ଶ୍ରୀଜେଶ୍ ଭାରତର ଅନ୍ୟତମ ଶ୍ରେଷ୍ଠ ସେଲିବ୍ରେଟେଡ ଗୋଲକିପର। ଶ୍ରୀଜେଶଙ୍କ ନାମ ଘୋଷଣା କରିବା ପୂର୍ବରୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ(ଆଇଓଏ) ସଭାପତି ପି.ଟି. ଉଷା ନୀରଜ ଚୋପ୍ରାଙ୍କ ସହ ଆଲୋଚନା କରିଥିଲେ। ନୀରଜ ଉଦ୍ଯାପନୀ ସମାରୋହରେ ମନୁଙ୍କ ସହିତ ପତାକା ବାହକ ରହିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଶ୍ରୀଜେଶ୍ଙ୍କ ନାମ ଶୁଣି ନୀରଜ ତୁରନ୍ତ ହଁ ଭରିଥିଲେ। ଚଳିତ ଅଲିମ୍ପିକ୍ସର ଜାଭେଲିନ୍ରେ ଅଂଶଗ୍ରହଣ କରିଥିବା ନୀରଜ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ପ୍ରଥମ ଭାରତୀୟ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥ୍ଲେଟ୍ ଭାବରେ ଦୁଇଟି ଅଲିମ୍ପିକ୍ସ ପଦକ ଜିତିବାରେ ସମର୍ଥ ହୋଇଛନ୍ତି।
ନୀରଜଙ୍କ ସହ ଆଲୋଚନା ପରେ ଉଷା କହିଥିଲେ, ମୁଁ ପ୍ରସ୍ତାବ ଦେବା ସଙ୍ଗେ ସଙ୍ଗେ ସେ ମାନି ଯାଇଥିଲେ। ଏପରି କି ଆଇଓଏ ପଚାରି ନ ଥିଲେ ନୀରଜ ନିଜ ଆଡୁ ଶ୍ରୀଜେଶ୍ଙ୍କ ନାମ ପ୍ରସ୍ତାବ କରିଥାନ୍ତେ ବୋଲି ମଧ୍ୟ କହିଥିଲେ। ଶ୍ରୀଜେଶ୍ଙ୍କ ନାମ ଭାବବିହ୍ବଳ ଓ ପପୁଲାର ଚଏସ ଆଧାରରେ ଚୟନ କରାଯାଇଥିବା କହିଛନ୍ତି ଉଷା। ଭାରତକୁ ବ୍ରୋଞ୍ଜ ପଦକ ଜିତାଇବା ପରେ ଶ୍ରୀଜେଶ୍ ଦୀର୍ଘ ୧୮ ବର୍ଷର କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଉଭୟ ଶ୍ରୀଜେଶ୍ ଓ ମନୁ ଭାକରଙ୍କୁ ଚଳିତ ଅଲିମ୍ପିକ୍ସ ଉଦ୍ଯାପନୀ ସମାରୋହରେ ପତାକା ବାହକ ଭାବରେ ଘୋଷଣା କରିଥିବାରୁ ଆମେ ଅତ୍ୟନ୍ତ ଗର୍ବିତ ବୋଲି ଆଇଓଏ ପକ୍ଷରୁ ଏକ ବିବୃତିରେ ପ୍ରକାଶ ପାଇଛି। ୩୬ ବର୍ଷୀୟ ଶ୍ରୀଜେଶ୍ଙ୍କୁ ବ୍ରୋଞ୍ଜ ପଦକ ସହ ଭାରତୀୟ ହକି ଦଳ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିବା ବେଳେ ବର୍ତ୍ତମାନ ଏହା ଆଇଓଏର ଦାୟିତ୍ୱ ବୋଲି କହିଛନ୍ତି ଉଷା। ଶ୍ରୀଜେଶ୍ ଭାରତୀୟ ହକି ଦଳ ସହିତ ଅଲିମ୍ପିକ୍ସ ଜିତିଥିବା ବେଳେ ମନୁ ସ୍ବାଧୀନ ଭାରତର ପ୍ରଥମ ଆଥ୍ଲେଟ ଭାବରେ ଗୋଟିଏ ସଂସ୍କରଣରେ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୧୦ ମିଟର ଏୟାର ପିସ୍ତଲ ଓ ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ମନୁ ଉଭୟ ପଦକ ହାସଲ କରିଥିଲେ।
The post ଉଦ୍ଯାପନୀ ସମାରୋହରେ ଭାକରଙ୍କ ସହ ପତାକା ବାହକ ରହିବେ ଶ୍ରୀଜେଶ appeared first on Dharitri Odia News.