ଅଧିନାୟକ ହୋଇ ବି ହାରିଗଲେ ସୂର୍ଯ୍ୟକୁମାର, କୋଚ୍ ଗମ୍ଭୀର ନେଲେ ଚକିତ କଲା ଭଳି ନିଷ୍ପତ୍ତି…
ନୂଆଦିଲ୍ଲୀ,୧୯।୭: ଶ୍ରୀଲଙ୍କା ସିରିଜ ଲାଗି ଟିମ୍ ଇଣ୍ଡିଆ ଘୋଷଣା ହେବା ପରେ ଭାରତୀୟ ପ୍ରଶଂସକ ଚକିତ ହୋଇଛନ୍ତି। କାରଣ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରୁ ଉପ ଅଧିନାୟକ ପଦ କାଢ଼ି ନିଆଯାଇ ଶୁଭମନ ଗିଲଙ୍କ ଦାୟିତ୍ୱ ମିଳିଛି। ସେହିଭଳି ସୂର୍ଯ୍ୟକୁମାର ଯାଦବଙ୍କୁ ଟି୨୦ ଅଧିନାୟକ କରାଯାଇଛି। ଏହା ବଡ଼ ଖବର ହୋଇଥିଲେ ହେଁ ତାଙ୍କୁ କୋଚ୍ ଗୌତମ ଗମ୍ଭୀର ଏବଂ ଚୟନ କମିଟି ପକ୍ଷରୁ ବଡ଼ ଝଟ୍କା ମିଳିଛି। ଗମ୍ଭୀର ତାଙ୍କୁ ଦିନିକିଆ ଟିମ୍ରୁ ବାଦ୍ ଦେଇଛନ୍ତି। […] The post ଅଧିନାୟକ ହୋଇ ବି ହାରିଗଲେ ସୂର୍ଯ୍ୟକୁମାର, କୋଚ୍ ଗମ୍ଭୀର ନେଲେ ଚକିତ କଲା ଭଳି ନିଷ୍ପତ୍ତି… appeared first on Dharitri Odia News.
ନୂଆଦିଲ୍ଲୀ,୧୯।୭: ଶ୍ରୀଲଙ୍କା ସିରିଜ ଲାଗି ଟିମ୍ ଇଣ୍ଡିଆ ଘୋଷଣା ହେବା ପରେ ଭାରତୀୟ ପ୍ରଶଂସକ ଚକିତ ହୋଇଛନ୍ତି। କାରଣ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରୁ ଉପ ଅଧିନାୟକ ପଦ କାଢ଼ି ନିଆଯାଇ ଶୁଭମନ ଗିଲଙ୍କ ଦାୟିତ୍ୱ ମିଳିଛି। ସେହିଭଳି ସୂର୍ଯ୍ୟକୁମାର ଯାଦବଙ୍କୁ ଟି୨୦ ଅଧିନାୟକ କରାଯାଇଛି। ଏହା ବଡ଼ ଖବର ହୋଇଥିଲେ ହେଁ ତାଙ୍କୁ କୋଚ୍ ଗୌତମ ଗମ୍ଭୀର ଏବଂ ଚୟନ କମିଟି ପକ୍ଷରୁ ବଡ଼ ଝଟ୍କା ମିଳିଛି। ଗମ୍ଭୀର ତାଙ୍କୁ ଦିନିକିଆ ଟିମ୍ରୁ ବାଦ୍ ଦେଇଛନ୍ତି। ତାଙ୍କ ସ୍ଥାନରେ ରିଆନ ପରାଗଙ୍କୁ ଦଳରେ ସୁଯୋଗ ମିଳିଛି। ଏଣୁ ରିଆନଙ୍କୁ କାହିଁକି ସୁଯୋଗ ମିଳିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି?
ରିଆନଙ୍କୁ ଦିନିକିଆ ଏବଂ ଟି୨୦ରେ ସ୍ଥାନ ମିଳିବାର କାରଣ ହେଉଛି ସେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ୍ ହେବା ସହ ଭଲ ଅଲରାଉଣ୍ଡର। ସେ ବଡ଼ ଛକା ମାରିବା ସହ ଷ୍ଟ୍ରାଇକ୍ ରୋଟେଟ୍ କରିବାରେ ସିଦ୍ଧହସ୍ତ। ଆବଶ୍ୟକସ୍ଥଳେ ସ୍ପିନ୍ ବୋଲିଂ ବି କରିପାରନ୍ତି। ଭାରତୀୟ ଟିମ୍ରେ ଏଭଳି ଅଲରାଉଣ୍ଡରର ଆବଶ୍ୟକତା ଥିବା ବେଳେ ରିଆନ ଏହି ସ୍ଥାନରେ ଫିଟ୍ ହୋଇଛନ୍ତି।
ଆଇପିଏଲ୍ ୨୦୨୪ରେ ଏହି ୨୨ ବର୍ଷୀୟ ଅଲରାଉଣ୍ଡର ରାଜସ୍ଥାନ ଲାଗି ୧୬ ମ୍ୟାଚ୍ ଖେଳି ୧୪ ଇନିଂସରେ ୫୭୩ ରନ୍ କରିଛନ୍ତି। ସେ ରାଜସ୍ଥାନ ଲାଗି ସବୁଠାରୁ ଅଧିକ ରନ୍ କରିଛନ୍ତି। ତାଙ୍କର ଫର୍ମକୁ ନେଇ ତାଙ୍କୁ ଜିମ୍ବାଓ୍ବେ ସିରିଜରେ ସୁଯୋଗ ମିଳିଥିଲା। ସେଥିରେ ସେ ଭଲ ଖେଳି ନ ଥିଲେ ହେଁ ଚୟନକର୍ତ୍ତା ପୁଣି ବିଶ୍ୱାସ ଦେଖାଇଛନ୍ତି।
The post ଅଧିନାୟକ ହୋଇ ବି ହାରିଗଲେ ସୂର୍ଯ୍ୟକୁମାର, କୋଚ୍ ଗମ୍ଭୀର ନେଲେ ଚକିତ କଲା ଭଳି ନିଷ୍ପତ୍ତି… appeared first on Dharitri Odia News.