ଅଧୁରା ରହିଗଲା ଶିବ ମନ୍ଦିରରେ ଲିଙ୍ଗ ସ୍ଥାପନ ସ୍ବପ୍ନ, ଆରପାରିରେ ଗାଁର ଗେହ୍ଲା ପୁଅ

ବାଲେଶ୍ୱର: ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଆତଙ୍କୀ ହମଲାରେ ପ୍ରାଣ ହରାଇଛନ୍ତି ବାଲେଶ୍ବରର ପ୍ରଶାନ୍ତ ଶତପଥୀ।। ଅଧୁରା ରହିଗଲା ଶିବ... The post ଅଧୁରା ରହିଗଲା ଶିବ ମନ୍ଦିରରେ ଲିଙ୍ଗ ସ୍ଥାପନ ସ୍ବପ୍ନ, ଆରପାରିରେ ଗାଁର ଗେହ୍ଲା ପୁଅ appeared first on .

ଅଧୁରା ରହିଗଲା ଶିବ ମନ୍ଦିରରେ ଲିଙ୍ଗ ସ୍ଥାପନ ସ୍ବପ୍ନ, ଆରପାରିରେ ଗାଁର ଗେହ୍ଲା ପୁଅ

ବାଲେଶ୍ୱର: ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଆତଙ୍କୀ ହମଲାରେ ପ୍ରାଣ ହରାଇଛନ୍ତି ବାଲେଶ୍ବରର ପ୍ରଶାନ୍ତ ଶତପଥୀ।। ଅଧୁରା ରହିଗଲା ଶିବ ମନ୍ଦିରରେ ଲିଙ୍ଗ ସ୍ଥାପନ ସ୍ବପ୍ନ। ପରପାରିରେ ଗାଁର ଗେହ୍ଲା ପୁଅ ପ୍ରଶାନ୍ତ। ତାଙ୍କୁ ହରାଇ ଆଜି ନିସ୍ତବ୍ଧ ପାଲଟି ଯାଇଛି ପାଣି ପବନ, ତାଙ୍କ ଚଲାବାଟ। କାହାର ବି ଆଖିରୁ ଶୁଖୁନି ଲୁହ। ସ୍ମୃତିକୁ ସାଉଁଟି କୋହ ଭରା କଣ୍ଠରେ ସମସ୍ତେ କହୁଛନ୍ତି ଫେରିଆ ମୋ ସୁନା ପୁଅ। ପ୍ରଶାନ୍ତ ନାଁ ଯେମିତି ତାଙ୍କ ଆଚରଣ ଉଚାରଣ ବି ସେମତି ଥିଲା। ଗତକାଲି ପ୍ରଶାନ୍ତଙ୍କ ଲହୁରେ ଲାଲ ହୋଇଯାଇଥିଲା ଭୂସ୍ବର୍ଗର ସଫେଦ ଚାଦର । ଆତଙ୍କୀର ଗୁଳିରେ ଚାଲିଯାଇଛି ବାଲେଶ୍ବର ସାରଗାଁ ଇସାଣୀର ପ୍ରଶାନ୍ତ ଶତପଥୀଙ୍କ ଜୀବନ । ସେ ଗାଁର ବିକାଶ ପାଇଁ ସବୁବେଳେ ଚେଷ୍ଟା କରୁଥିଲେ । ନବ ନିର୍ମିତ ଶିବ ମନ୍ଦିରରେ ଲିଙ୍ଗ ସ୍ଥାପନର ସବୁ ଖର୍ଚ୍ଚ ବହନ କରିବେ ବୋଲି କଥା ଦେଇଥିଲେ । ଜାମ୍ମୁ କାଶ୍ମୀର ଗଲା ବେଳେ ଗାଁ ମଉସାଙ୍କୁ କହିଥିଲେ ସେ ଶୀଘ୍ର ଫେରି ଆସିବେ । ହେଲେ କଥା ଦେଇ କଥା ରଖିଲେନି ପ୍ରଶାନ୍ତ । ଏବେ ପ୍ରଶାନ୍ତଙ୍କୁ ହରାଇ ଗୁମୁରି କାନ୍ଦୁଛି ସାରଗାଁ । ତାଙ୍କୁ ଝୁରି ଝୁରି ଚେତା ଶୂନ୍ୟ ହୋଇପଡୁଛନ୍ତି ବଡ ଭାଇ ।

ତିନି ଦିନ ତଳେ ପତ୍ନୀ ଓ ପୁଅ ସହ ପହଲଗାଓଁ ଯାଇଥିଲେ ପ୍ରଶାନ୍ତ। କୋଳାହଳ ପରିବେଶରୁ, ଦୂରେଇ ପ୍ରାକୃତିକ ପରିବେଶର ଘେରା ନଭଶ୍ଚୁମ୍ଭି ପାଇନ ଗଛତଳେ କିଛି ସମୟ ବିତାଇବାକୁ ଚିନ୍ତା କରିଥିଲେ ପ୍ରଶାନ୍ତ। ହେଲେ କିଏ ଜାଣିଥିଲା ଭୂସ୍ବର୍ଗରେ ଲୁଚିଛନ୍ତି ନର ରାକ୍ଷସ । ଆତଙ୍କୀଙ୍କ ବନ୍ଧୁକ ମୁନରୁ ଅଳ୍ପକେ ବତ୍ତି ଯାଇଛନ୍ତି ପ୍ରଶାନ୍ତଙ୍କ ପତ୍ନୀ ଓ ସନ୍ତାନ ।

ସେପଟେ ପରିବାରକୁ ଆଜି ଭେଟି ସମବେଦନା ଜଣାଇଛନ୍ତି ସଦର ବିଧାୟକ , ସରକାରୀ ଦଳ ଉପମୁଖ୍ୟ ସଚେତକ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସଦର ବ୍ଲକ ଚେୟାରମ୍ୟାନ।

ପ୍ରଶାନ୍ତଙ୍କ ମର ଶରୀର ଓ ପରିବାରକୁ ଜାମୁ-କାଶ୍ମୀରରୁ ଫେରାଇ ଆଣିବା ପାଇଁ ସାନ ଭାଇ ଜୟନ୍ତ ଶ୍ରୀ ନଗର ଯାଇଛନ୍ତି

 

The post ଅଧୁରା ରହିଗଲା ଶିବ ମନ୍ଦିରରେ ଲିଙ୍ଗ ସ୍ଥାପନ ସ୍ବପ୍ନ, ଆରପାରିରେ ଗାଁର ଗେହ୍ଲା ପୁଅ appeared first on .